ବୌଦ୍ଧ: କଣ୍ଟାମାଳ ବ୍ଲକର ସଦର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅବ୍ୟବସ୍ଥା ଦେଖାଯାଇଛି । ଗୋଟିଏ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ଦଶରୁ ଊର୍ଦ୍ଧ୍ବ ପଞ୍ଚାୟତ ନିର୍ଭରଶୀଳ । ହେଲେ ଏଠାରେ ଡାକ୍ତରଙ୍କ ଅଭାବ ସାଙ୍ଗକୁ ଅନ୍ୟାନ୍ୟ ଆନୁସଙ୍ଗିକ ବ୍ୟବସ୍ଥାରେ ତ୍ରୁଟି ପରିଲକ୍ଷିତ ହୋଇଛି ।
ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅଭାବ ରହିଛି । ଯାହା ପାଇଁ ପ୍ରାୟ ଅଧିକାଂଶ ଡାକ୍ତରଙ୍କ ଚାମ୍ବର ଖାଲି ପଡିଛି । ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଡାକ୍ତର ନ ଥିବାରୁ ଅଞ୍ଚଳର ଗର୍ଭବତୀ ମହିଳାମାନେ ଚିକିତ୍ସା ପାଇଁ ପଡୋଶୀ ଜିଲ୍ଲା ଉପରେ ନିର୍ଭର କରୁଥିବା ଜଣାପଡିଛି । ଅନ୍ୟପଟରେ ପାନୀୟ ଜଳ ଓ ପରିମଳ ବ୍ୟବସ୍ଥାରେ ତ୍ରୁଟି ଥିବା ଦେଖିବାକୁ ମିଳିଛି । ସ୍ବାସ୍ଥ୍ୟ ସେବା ପାଇଁ ସରକାର କୋଟି କୋଟି କୋଟି ଖର୍ଚ୍ଚ କରୁଥିବାବେଳେ କଣ୍ଟାମାଳ ସ୍ବାସ୍ଥ୍ୟକେନ୍ଦ୍ରର ଅବ୍ୟବସ୍ଥା
ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଉଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ