ETV Bharat / state

ବୌଦ୍ଧରେ ଶ୍ରମିକ ସଙ୍ଗଠନର ପ୍ରତିବାଦ ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

author img

By

Published : Mar 25, 2021, 9:20 PM IST

ବୌଦ୍ଧରେ ନିର୍ମାଣ ଶ୍ରମିକଙ୍କ ବହୁବିଧ ସମସ୍ୟାକୁ ନେଇ ଶ୍ରମିକ ସଙ୍ଗଠନର ପ୍ରତିବାଦ ଦିବସ ପାଳନ ସହ ଦାବିପତ୍ର ପ୍ରଦାନ । ଅଧିକ ପଢନ୍ତୁ....

ବୌଦ୍ଧରେ ଶ୍ରମିକ ସଙ୍ଗଠନର ପ୍ରତିବାଦ ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ
ବୌଦ୍ଧରେ ଶ୍ରମିକ ସଙ୍ଗଠନର ପ୍ରତିବାଦ ଦିବସ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ବୌଦ୍ଧ: ନିର୍ମାଣ ଶ୍ରମିକଙ୍କ ବହୁବିଧ ସମସ୍ୟାକୁ ନେଇ ଶ୍ରମିକ ସଙ୍ଗଠନର ପ୍ରତିବାଦ ଦିବସ ପାଳନ ସହ ଦାବିପତ୍ର ପ୍ରଦାନ । ଏଆଇଟିୟୁସି ଶ୍ରମିକ ସଙ୍ଗଠନ ପକ୍ଷରୁ ଏହି ପ୍ରତିବାଦ ଦିବସ ପାଳନ ହୋଇଛି ।

ବହୁବିଧ ସମସ୍ୟା ଘେରରେ ନିର୍ମାଣ ଶ୍ରମିକ । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଶ୍ରମିକଙ୍କ ସୁରକ୍ଷାକୁ ନେଇ ବାରମ୍ବାର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେବଳ ଗତ ଦେଢ ମାସ ମଧ୍ୟରେ ଧଳପୁର ଠାରେ ନିର୍ମାଣଧୀନ ସେତୁ ଉପରୁ ଖସିପଡି ତିନିଜଣ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଘଟିଛି । ଏପରିକି କରୋନା ସମୟରେ ବୌଦ୍ଧ ଜିଲ୍ଲାର ତିରିଶ ପ୍ରତିଶତ ନିର୍ମାଣ ଶ୍ରମିକଙ୍କୁ ବୋର୍ଡ ପ୍ରଦତ୍ତ ପନ୍ଦର ଶହ ଟଙ୍କାର ସହାୟତା ରାଶି ମଧ୍ୟ ଆଜି ପର୍ଯ୍ୟନ୍ତ ମିଳିପାରି ନାହିଁ ।

ସେହିପରି ଜିଲ୍ଲାର ବିଭିନ୍ନ ସମୟରେ ଶ୍ରମିକଙ୍କୁ ସହାୟତାର ଆବଶ୍ୟକତା ଥିବା ମୃତ୍ୟୁକାଳୀନ ସହାୟତା, ବିବାହ ସହାୟତା, ଶିକ୍ଷା ସହାୟତା ଭଳି ବିଭିନ୍ନ ସରକାରୀ ସହାୟତା ଠିକ ସମୟରେ ମିଳିପାରୁ ନ ଥିବା ଅଭିଯୋଗ ହୋଇଛି । ଆଜି(ଗୁରୁବାର) ନିର୍ମାଣ ଶ୍ରମିକଙ୍କ ବିଭିନ୍ନ ସମସ୍ୟାକୁ ନେଇ ଏଆଇଟିୟୁସି ଶ୍ରମିକ ସଙ୍ଗଠନ ପକ୍ଷରୁ ପ୍ରତିବାଦ ଦିବସ ପାଳନ କରାଯାଇଛି । ଏହି ଅବସରରେ ଶ୍ରମିକ ସଙ୍ଗଠନ ପକ୍ଷରୁ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.