ETV Bharat / state

ତୁଟୁନି ଜମି ଅଧିଗ୍ରହଣ , କଚ୍ଛପ ଗତିରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ - land

ବୌଦ୍ଧରେ ଜମି ଅଧିଗ୍ରହଣ ପ୍ରକ୍ରିୟା । ଏବେ ସୁଦ୍ଧା ତୁଟୁନି। ଫଳରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ କାମ ଏବେ ଯାଏଁ ଆରମ୍ଭ ହୋଇପାରୁନାହିଁ । ଯେଉଁଥି ପାଇଁ ଜିଲ୍ଲାବାସୀଙ୍କୁ ଟ୍ରେନ ପାଇଁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି ।

ଫଟୋ ସୌଜନ୍ୟ-ପ୍ରତିନିଧି, ବୌଦ୍ଧ
author img

By

Published : Jun 29, 2019, 11:18 PM IST

ବୌଦ୍ଧ: ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ପ୍ରକଳ୍ପ ଜିଲ୍ଲାରେ ତ୍ୱାରାନ୍ବିତ ହୋଇପାରୁ ନଥିବାରୁ ଅସନ୍ତୋଷ ଜିଲ୍ଲାବାସୀ । ବୌଦ୍ଧ ବ୍ୟତୀତ ଏହି ପ୍ରକଳ୍ପ ସହ ଜଡିତ ସମସ୍ତ ଜିଲ୍ଲାରେ ଟ୍ରେନ ଗଡିଲାଣି । କିନ୍ତୁ ପ୍ରକଳ୍ପ ମଞ୍ଜୁରୀର ପ୍ରାୟ ଅଠର ବର୍ଷ ବିତିଯିବା ପରେ ମଧ୍ୟ ବୌଦ୍ଧରେ ଜମି ଅଧିଗ୍ରହଣ କାର୍ଯ୍ୟ ସରିନାହିଁ।

ଗଡଜାତ ଜିଲ୍ଲା ବୌଦ୍ଧରେ ବ୍ରିଟିଶ ରାଜତ୍ଵରେ ସର୍ବପ୍ରଥମେ ୧୯୦୩ ଓ ପରେ ୧୯୪୫ ମସିହାରେ ରେଳପଥ ନିମନ୍ତେ ସର୍ଭେ ହୋଇଥିଲା । ସ୍ବାଧୀନତାର ଦୀର୍ଘ ବର୍ଷ ପରେ ୧୯୯୩ ଓ ୨୦୦୧ରେ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥକୁ କେନ୍ଦ୍ର ମଞ୍ଜୁରୀ ପ୍ରଦାନ କରିଥିଲେ । ଏହି ପ୍ରକଳ୍ପର ସିଂହ ଭାଗ ଜମି ୧୧୦ ଏକର ରହିଛି । ଏତଦ ବ୍ୟତିତ କେତେକ ସରକାରୀ ଜମି ଓ ଚଉଦ ଗୋଟି ଗ୍ରାମର ଜମି ଅଧିଗ୍ରହଣ ଅଦ୍ୟାବଧି ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ସମୁଦାୟ ୩୦୬୭.୦୭୫ ଏକର ଜମି ମଧ୍ୟରୁ ୨୧୫୮.୬୫୫ ଏକର ଜମି ଓ ୯୦୮.୪୨୦ ଏକର ସରକାରୀ ଜମି ଆବଶ୍ୟକ ରହିଛି । କିନ୍ତୁ ସମ୍ପୂର୍ଣ୍ଣ ଜମି ଅଧିଗ୍ରହଣ ହୋଇନଥିବାରୁ ୨୦୨୧ ମସିହା ପରେ ବି ଏହା ଶେଷ ନ ହୋଇପାରେ ବୋଲି ଆଶଙ୍କା ରହିଛି । ଖୁବଶୀଘ୍ର ଏହି ପ୍ରକଳ୍ପ ତ୍ୱାରାନ୍ୱିତ ନହେଲେ ଜନ ଆନ୍ଦୋଳନ ହେବାର ସମ୍ଭାବନା ଥିବା ନେଇ ସାଧାରଣରେ ପ୍ରକାଶ ପାଇଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.