ETV Bharat / state

ଦୁର୍ନୀତି ଅଭିଯୋଗରେ ସମବାୟ ସମିତିର ଡିଇଓ ନିଲମ୍ବିତ

author img

By

Published : Mar 19, 2020, 7:51 PM IST

Updated : Mar 19, 2020, 8:14 PM IST

ସମବାୟ ସମିତି କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ହେଉଥିବା ଅନେକଥର ଚାଷୀ ଅଭିଯୋଗ କରିବା ପରେ ବୌଦ୍ଧ ଜିଲ୍ଲା ଖୁଣ୍ଟବନ୍ଧ ସମବାୟ ସମିତିର ଡିଇଓକୁ ଚାକିରୀରୁ ନିଲମ୍ବିତ କରିଛନ୍ତି ସମବାୟ ନିବନ୍ଧକ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

ଦୁର୍ନୀତି ଅଭିଯୋଗରେ ସମବାୟ ସମିତିର ଡିଇଓ ନିଲମ୍ବିତ
ଦୁର୍ନୀତି ଅଭିଯୋଗରେ ସମବାୟ ସମିତିର ଡିଇଓ ନିଲମ୍ବିତ

ବୌଦ୍ଧ: ସମବାୟ ସମିତିରେ ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଏବେ ଦୁର୍ନୀତିର ନୂଆ ଫର୍ଦ୍ଦ ଖୋଲିଛି ଖୋଦ ସମବାୟ ବିଭାଗ । ଖୁଣ୍ଟବନ୍ଧ ସମବାୟ ସମିତିର ଡିଇଓଙ୍କୁ ଦୁର୍ନୀତିରେ ଲିପ୍ତ ପାଇ ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି ସମବାୟ ନିବନ୍ଧକ ।

ପୂର୍ବରୁ ଚାଷୀଙ୍କ ଧାନ ମଣ୍ଡିରୁ ଧାନ ଉଠିପାରୁ ନଥିବା, ଟୋକନ୍‌ ଲାପ୍ସ ଭଳି ସମସ୍ୟା ମୁଣ୍ଡବ୍ୟଥା ହୋଇଥିବା ବେଳେ ଏହାର ଖୋଳତାଡ ଆରମ୍ଭ କରିଛି ସମବାୟ ବିଭାଗ । ସମବାୟ ସମିତି କାର୍ଯ୍ୟାଳୟରେ ବ୍ୟାପକ ଦୁର୍ନୀତି ହେଉଥିବା ଅନେକଥର ଚାଷୀ ଅଭିଯୋଗ କରିଆସୁଥିଲେ । ଚଳିତ ବର୍ଷର ପ୍ରଥମ ଆକ୍ସନ ସ୍ବରୂପ ଜଣେ ଡିଇଓଙ୍କୁ ଏହି ଦୁର୍ନୀତିରେ ଲିପ୍ତ ପ୍ରମାଣ ମିଳିଥିବାରୁ ତାଙ୍କୁ କାର୍ଯ୍ୟରୁ ଅନ୍ତର କରାଯାଇଛି ।

ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାର ଖୁଣ୍ଟବନ୍ଧ ସେବା ସମବାୟ ସମିତିରେ କାର୍ଯ୍ୟ କରୁଥିବା ଡାଟା ଏଣ୍ଟ୍ରି ଅପରେଟର ସରୋଜ ମହାକୁଡ ଏହି ଦୁର୍ନୀତିରେ ସଂପୃକ୍ତ ଥିବା ପ୍ରମାଣ ମିଳିବା ପରେ ବୌଦ୍ଧ ସମବାୟ ନିବନ୍ଧକ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ତେବେ ଏଭଳି ଦୁର୍ନୀତି ଗୋଟିଏ ମାତ୍ର ସମିତିରେ ଜଣେ ମାତ୍ର ବ୍ୟକ୍ତିଙ୍କ ଦ୍ବାରା ହୋଇଛି ନା ଅନ୍ୟ କୌଣସି ସମିତିରେ ଏଭଳି ଦୁର୍ନୀତି ହୋଇଛି, ଏହାସହ ଏଥିରେ ଏକାଧିକ କର୍ମଚାରୀଙ୍କ ସମ୍ପର୍କ ରହିଛି ନା ନାହିଁ ତାର ପୁରା ଖୋଳତାଡ କରିବ ବିଭାଗ । ତେବେ ବୁଦ୍ଧିଜୀବୀ ଏହି ଦୁର୍ନୀତିର ଭିଜିଲାନ୍ସ ତଦନ୍ତ କରାଗଲେ ଅନେକ ଦୁର୍ନୀତିର ପର୍ଦାଫାସ ହୋଇପାରିବ ବୋଲି ମତ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Mar 19, 2020, 8:14 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.