ETV Bharat / state

କଣ୍ଟାମାଳରେ ସମ୍ପୂର୍ଣ୍ଣ ହେଉନି ଉଠା ଜଳସେଚନ ପ୍ରକଳ୍ପ, ଚାଷୀ ହନ୍ତସନ୍ତ

author img

By ETV Bharat Odisha Team

Published : Sep 13, 2023, 11:49 AM IST

କଣ୍ଟାମାଳ ବ୍ଲକରେ କେବେ ଦୂର ହେବ ଚାଷୀଙ୍କ ଜଳ ସମସ୍ୟା । ଠିକାଦାରର ମନମୁଖୀ କାର୍ଯ୍ୟ ପାଇଁ ହନ୍ତସନ୍ତ ହେଉଛନ୍ତି ଚାଷୀ । ସମ୍ପୂର୍ଣ୍ଣ ହୋଇ ପାରୁନାହିଁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟର ଉଠା ଜଳସେଚନ ପ୍ରକଳ୍ପ । ଅଧିକ ପଢନ୍ତୁ

କେବେ ଦୂର କଣ୍ଟାମାଳ ଚାଷୀଙ୍କ ଜଳ ସମସ୍ୟା
କେବେ ଦୂର କଣ୍ଟାମାଳ ଚାଷୀଙ୍କ ଜଳ ସମସ୍ୟା
କେବେ ଦୂର କଣ୍ଟାମାଳ ଚାଷୀଙ୍କ ଜଳ ସମସ୍ୟା

ବୌଦ୍ଧ: ଜଳ ହିିଁ ଜୀବନ । ଜଳ ସମସ୍ୟା ପାଇଁ ଚାଷୀ କୂଳ ହତାଶ । କଣ୍ଟାମାଳ ବ୍ଲକର ଶହ ଶହ ଉଠା ଜଳସେଚନ ପଏଣ୍ଟ ଦୀର୍ଘ ବର୍ଷ ହେଲା ସମ୍ପୂର୍ଣ୍ଣ ହୋଇପାରୁନାହିଁ । ଏନେଇ ଅଞ୍ଚଳର ଚାଷୀମାନେ ବାରମ୍ବାର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଗୁହାରି କରି ଆସୁଥିଲେ । ଯାହାଫଳରେ ଗତକାଲି ବୌଦ୍ଧ ଜିଲ୍ଲା ପ୍ରଶାସନ ଚାଷୀମାନଙ୍କ ଗୁହାରୀ ଶୁଣିଛି । ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ଉଠାଜଳସେଚନ ବିଭାଗର ଅଧିକାରୀ ଓ ବିଦ୍ୟୁତ୍‌ ବିଭାଗର ଅଧିକାରୀଙ୍କ ନେଇ ସମସ୍ୟାର ସମାଧାନ କିଭଳି କରାଯିବ ସେନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ବ୍ଲକର ବିଭିନ୍ନ ସ୍ଥାନରେ ଜଳସେଚନ ଅଭାବରୁ ଚାଷୀ କୂଳ ହତାସ ହୋଇ ପଡିଛନ୍ତି । ଦୀର୍ଘ ବର୍ଷ ହେଲା ଏସବୁ ଅଞ୍ଚଳର ଚାଷୀମାନେ ବୋରଓ୍ବେଲ ବା ଗଭୀର ନଳକୂପ ଖନନ ପାଇଁ ଉଠା ଜଳସେଚନ ବିଭାଗ ନିକଟରେ ଆବଶ୍ୟକ କାଗଜପତ୍ର ଓ ଅର୍ଥ ରାଶି ଜମା କରିଥିଲେ ମଧ୍ୟ ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ବର୍ତ୍ତମାନ ପର୍ଯ୍ୟନ୍ତ ସେଗୁଡିକ କାର୍ଯ୍ୟକାରୀ ହୋଇପାରିନାହିଁ । ଫଳରେ ଅଞ୍ଚଳରେ ବାରମ୍ବାର ଚାଷୀ ଆନ୍ଦୋଳନ ମୁଣ୍ଡ ଟେକୁଛି । ଚାଷ ସମୟରେ ଚାଷଜମିରେ ଜଳସେଚନ ହୋଇ ପାରିନଥିବା ଅଭିଯୋଗ ହୋଇଛି ।

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ତେଲନଦୀ କୂଳରେ ଥିବା ୧୦ରୁ ଊର୍ଦ୍ଧ୍ବ ପଞ୍ଚାୟତର ଚାଷୀ ନିଜ ଜମିରେ ଜଳସେଚନ ପାଇଁ ପାରୁନାହାନ୍ତି ।ଯାହାଫଳରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଚାଷୀ । ଚାଷୀଙ୍କ ଜମିରେ ଜଳସେଚନ ପାଇଁ ଗତ ୨୦୧୯ ମସିହାରେ ଉଠା ଜଳସେଚନ ବିଭାଗ ପକ୍ଷରୁ ୨ ଜଣ ଠିକାଦାରଙ୍କୁ ଏହାର ନିର୍ମାଣ କାର୍ଯ୍ୟ ଟେଣ୍ଡର ମାଧ୍ୟମରେ ପ୍ରଦାନ କରାଯାଇଥିଲା । କୌଣସି କାର୍ଯ୍ୟ କରାଯାଇନଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ..ବୌଦ୍ଧରେ ବର୍ଷା ଅଭାବ, ଚାଷୀଙ୍କ ଏକମାତ୍ର ଭରସା ଉଠା ଜଳସେଚନ

ଉଠା ଜଳସେଚନ ବିଭାଗର ଅଧିକାରୀଙ୍କ ସୂଚନା ମୁତାବକ କଣ୍ଟାମାଳ ବ୍ଲକର ୮ଶହଟି ସ୍ଥାନରେ ଏଭଳି ଭୂତଳ ନଳକୂପ ମାଧ୍ୟମରେ ଚାଷୀଙ୍କ ଚାଷଜମିରେ ଜଳସେଚନ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଥିଲା । ବିଭିନ୍ନ ସ୍ଥାନରେ ବୋର୍ ଓ୍ବେଲ ଖନନ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ମୋଟର ଯୋଗାଣ କାର୍ଯ୍ୟ ସରିଥିଲେ ମଧ୍ୟ ଠିକାଦାରଙ୍କ ମନୋମୁଖୀ କାର୍ଯ୍ୟ ଯୋଗୁଁ ବିଦ୍ୟୁତ ସଂଯୋଗ ହୋଇପାରିନାହିଁ । ଏଭଳି ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗି ରହିଥିବା ବେଳେ ଏ ସମ୍ପର୍କରେ ଚାଷୀମାନେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିରେ ଜଣାଇଥିଲେ ।

ଏହାର ସମାଧାନ ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ଅଞ୍ଚଳର ଚାଷୀମାନଙ୍କ ସହିତ ଉଠାଜଳସେଚନ ବିଭାଗର ଅଧିକାରୀ ଓ ବିଦ୍ୟୁତ ବିଭାଗର ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା କରାଯାଇଥିଲା । ଉପଜିଲ୍ଲାପାଳ ଚାଷୀଙ୍କ ଏଭଳି ସମସ୍ୟାକୁ ନେଇ ଖୁବ୍ ଅସନ୍ତୋଷ ପ୍ରକାଶ କରିଥିଲେ । ବିଶେଷ ଭାବରେ ଟେଣ୍ଡର ହାତେଇଥିବା ୨ଠିକା ସଂସ୍ଥାକୁ ତୁରନ୍ତ ନୋଟିସ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.