ETV Bharat / state

Municipal Polls: ସାମ୍ବାଦିକତାରୁ ରାଜନୀତି, ଚର୍ଚ୍ଚାରେ ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ

author img

By

Published : Mar 17, 2022, 1:04 PM IST

ଶିକ୍ଷକତାରୁ ସାମ୍ବାଦିକତା ଏବଂ ତା' ପରେ ରାଜନୀତି । ବୌଦ୍ଧ ଏନଏସିରେ ଅଧ୍ୟକ୍ଷ ପଦ ପାଇଁ ପ୍ରତିଦ୍ବନ୍ଦିତା କରୁଥିବା ବିଜେପି ପ୍ରାର୍ଥୀଙ୍କୁ ନେଇ ଜିଲ୍ଲାରେ ଜୋର ଧରିଛି ଚର୍ଚ୍ଚା । ଅଧିକ ପଢନ୍ତୁ

municipal polls: ସାମ୍ବାଦିକତାରୁ ରାଜନୀତି, ଚର୍ଚ୍ଚାରେ ବିଜେପି ଅଧ୍ୟକ୍ଷ ପ୍ରାର୍ଥୀ

ବୌଦ୍ଧ: ଶିକ୍ଷକତାରୁ ସାମ୍ବାଦିକତା ଏବଂ ତା' ପରେ ରାଜନୀତି । ପୌର ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି ସେଭଳି ଜଣେ ପ୍ରାର୍ଥୀ । ବୌଦ୍ଧ ଜିଲ୍ଲାରେ ରାଜନୈତିକ ମାହୋଲ ସରଗରମ୍ ଥିବାବେଳେ ଜିଲ୍ଲାର ଏକମାତ୍ର ପୌରାଞ୍ଚଳର ଅଧ୍ୟକ୍ଷ ପଦ ନିମନ୍ତେ ପ୍ରତିଦ୍ବନ୍ଦିତା କରୁଥିବା ବିଜେପି ପ୍ରାର୍ଥୀଙ୍କୁ ନେଇ ଜୋର ଧରିଛି ଚର୍ଚ୍ଚା । ଏହି ପ୍ରାର୍ଥୀ ହେଉଛନ୍ତି ବୌଦ୍ଧ ସହରର ଯୁଗଳ କିଶୋର ସାମଲ । ସେ ଏକାଧାରରେ ଜଣେ ଶିକ୍ଷକ, ସାମ୍ବାଦିକ ଏବଂ ଜଣାଶୁଣା କ୍ରୀଡା ସଂଗଠକ ଅଟନ୍ତି ।

୨୦୦୦ ମସିହା ପୂର୍ବରୁ ଯୁଗଳ ସାମଲ ଶିକ୍ଷକତା ବୃତ୍ତି ଛାଡି ସାମ୍ବାଦିକତା ବୃତ୍ତିକୁ ଆପଣେଇ ଥିଲେ । କ୍ରୀଡା କ୍ଷେତ୍ରରେ ବିଶେଷ ରୁଚି ରଖୁଥିବା ଯୁଗଳ ବୌଦ୍ଧ ଠାରେ ଅଲ ଇଣ୍ଡିଆ ଡିଏସ କପ୍ ଫୁଟବଲ ମ୍ୟାଚ ଠାରୁ ଆରମ୍ଭ କରି ଅନେକ ଇନଡୋର ଆଉଟଡୋର ଖେଳର ଆୟୋଜନ କରିଛନ୍ତି । ଏହାସହିତ ସେ ଓଡିଶା କ୍ରିକେଟ ଆସୋସିଏସନ ସହ ଜଡିତ ରହି ରଣଜୀ ଟ୍ରଫିରେ ମଧ୍ୟ ଟିମର ଦାୟିତ୍ୱ ଗ୍ରହଣ କରିଥିଲେ । ବୌଦ୍ଧ ଭଳି ସ୍ଥାନରୁ ସେ ଏକ ଦୈନିକ ଖବରକାଗଜର ନିଜ ସଂପାଦନାରେ ଦୀର୍ଘ ବର୍ଷ ହେଲା ପ୍ରକାଶ କରି ଆସୁଥିବା ବେଳେ ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କ ସହ ତାଙ୍କ ଘନିଷ୍ଠ ସମ୍ପର୍କ ରହିଛି । ବୌଦ୍ଧରେ ନିଜର ଏକ ଦୃଢ ସଂଗଠନ ଥିବାବେଳେ ବିଜେପିର ଏକ ବଡ ଗୋଷ୍ଠୀ ତାଙ୍କ ପଛରେ ଅଛି ।

ଯୁଗଳ କିଶୋର ନିଜେ ଶିକ୍ଷା କ୍ଷେତ୍ରରୁ ଆସିଥିବାରୁ ବୌଦ୍ଧରେ ଶିକ୍ଷାର ବିକାଶ ପାଇଁ ଏକ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା ମଧ୍ୟ କରିଛନ୍ତି । ଚଳିତ ନିର୍ବାଚନରେ ସେ ହଠାତ ବିଜେପି ଦଳରେ ଯୋଗଦାନ କରି ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ଲଢୁଥିବାରୁ ବୁଦ୍ଧିଜୀବୀମାନେ ତାଙ୍କୁ ସମର୍ଥନ ଦେଉଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.