ବୌଦ୍ଧ: ନୀଳଗିରିର କାର୍ଯ୍ୟରତ ସାମ୍ବାଦିକଙ୍କୁ ପୋଲିସର ବର୍ବରୋଚିତ୍ତ ପଦକ୍ଷେପ ବିରୋଧରେ ବୌଦ୍ଧ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ନୀଳଗିରିର ତାତି ବୌଦ୍ଧ ଜିଲ୍ଲାରେ ପରିଲକ୍ଷିତ ହୋଇଛି । ନୀଳଗିରି କାର୍ଯ୍ୟରତ ସାମ୍ବାଦିକଙ୍କୁ ସ୍ଥାନୀୟ ପୋଲିସର ବର୍ବରୋଚିତ୍ତ ବ୍ୟବହାର ତଥା ଗୋଡରେ ବେଡି ପକାଇବା ଘଟଣାକୁ ବୌଦ୍ଧର ବିଭିନ୍ନ ସାମ୍ବାଦିକ ସଂଘ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି ।
ଶୁକ୍ରବାର ଏହାର ବିରୋଧରେ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଆରକ୍ଷୀ ଅଧିକ୍ଷକ ଜ୍ଞାନ ରଞ୍ଜନ ମହାନ୍ତିଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଅଭିଯୁକ୍ତ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ଏହାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ସାମ୍ବାଦିକ ସଂଘ ପକ୍ଷରୁ ଦାବି କରାଯାଇଛି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ