ETV Bharat / state

କଣ୍ଟାମାଳରେ ଆବାସ ଯୋଜନା ଦିଗହରା ଅଭିଯୋଗରେ ବିଜେପିର ବିକ୍ଷୋଭ - ପ୍ରଧାନମନ୍ତ୍ରୀ ଆବାସ ଯୋଜନା

ଏଣିକି କେହି ଆଉ ଖୋଲା ଆକଶ ତଳେ ଜୀବନ ବିତାଇବେନି ବାସହରା । ଗରିବ ବାସହରାଙ୍କୁ ମିଳିବ ଘର । ଏନେଇ କେନ୍ଦ୍ର ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଣୟନ ହୋଇଥିଲା । ହେଲେ ଏହି ଯୋଜନାକୁ ନେଇ ବଢ଼ି ଚାଲିଛି ରାଜନୀତି । ଫଳରେ ଆଜି ବି ଅନେକ ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବଞ୍ଚିତ ଅଛନ୍ତି । ଅଧିକ ପଢ଼ନ୍ତୁ

PM AwasYojana
ଆବାସ ଯୋଜନା ଦିଗହରା
author img

By

Published : Jan 25, 2023, 10:10 AM IST

ଆବାସ ଯୋଜନା ଦିଗହରା

ବୌଦ୍ଧ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ଏଣୁ ରାଜ୍ୟ ବିଜେପିର ନିଷ୍ପତ୍ତି କ୍ରମେ ଆଜି ବିଜେପି ପକ୍ଷରୁ ବୌଦ୍ଧ କଣ୍ଟାମାଳରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ବୌଦ୍ଧ ଜିଲ୍ଲାର ୨୪ ଗୋଟି ପଞ୍ଚାୟତକୁ ନେଇ କଣ୍ଟାମାଳ ବ୍ଲକ ଗଠିତ । ତେବେ କଣ୍ଟାମାଳ ବ୍ଲକରେ ଗତ କିଛି ବର୍ଷ ହେଲା ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହେଉଥିବା ନେଇ ଅଭିଯୋଗ ହୋଇଛି । ଅଯୋଗ୍ୟ ହିତାଧିକାରୀଙ୍କୁ ଏହି ଆବାସ ଯୋଜନାରେ ସାମିଲ କରାଯାଇ ପ୍ରକୃତ ଗରିବ ହିତାଧିକାରୀଙ୍କୁ ଏଥିରୁ ବାଦ ଦିଆଯାଉଥିବା ଅଭିଯୋଗ କରି ଆଜି ବୌଦ୍ଧ ଜିଲ୍ଲା ବିଜେପି ପକ୍ଷରୁ କଣ୍ଟାମାଳ ରାଜରାସ୍ତାକୁ ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

ବ୍ଲକର ଅଧିକାଂଶ ପଞ୍ଚାୟତରେ ଆବାସ ଯୋଜନାଠାରୁ ନେଇ ରାସନ, ସାମାଜିକ ସୁରକ୍ଷା ଭଳି ଯୋଜନାରେ ବ୍ୟାପକ ସମସ୍ୟା ତଥା ଦୁର୍ନୀତି ହେଉଥିବା ନେଇ ଜିଲ୍ଲା ବିଜେପି ଅଭିଯୋଗ କରିଛି । ଏହାର ବିରୋଧରେ ଜିଲ୍ଲା ବିଜେପି ସଭାପତି ବିପ୍ର ଚରଣ ମହାନ୍ତିଙ୍କ ନେତୃତ୍ୱରେ କଣ୍ଟାମାଳ ବିଜେପି ବିଧାୟକ ପ୍ରାର୍ଥୀ କହ୍ନାଇ ଚରଣ ଡାଙ୍ଗ, ଜିଲ୍ଲା ପରିଷଦ ସଭ୍ୟା ପଦ୍ମାଳୟା ପ୍ରଧାନ, ରାକେଶ ତ୍ରିପାଠୀଙ୍କ ସମେତ ହଜାର ହଜାର ବିଜେପି ନେତା ଓ କର୍ମୀ କଣ୍ଟାମାଳ ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହାସହିତ ବ୍ଲକ କାର୍ଯ୍ୟାଳୟକୁ ଧସେଇ ପଶିଥିଲେ ।

ଏ ସମ୍ପର୍କରେ ବିଜେପି ନେତୃବୃନ୍ଦଙ୍କ ସହିତ କଣ୍ଟାମାଳ ବିଡ଼ିଓ ଆଲୋଚନା କରି ଏହାର ବିହିତ ପଦକ୍ଷେପ ଗ୍ରହଣ ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ଗରିବ ହିତାଧିକାରୀଙ୍କୁ ନ୍ୟାୟ ନମିଳିଲେ ଜିଲ୍ଲା ବିଜେପି ଆଗାମୀ ଦିନରେ ଆନ୍ଦୋଳନକୁ ଯୋରଦାର କରିବ ବୋଲି ଚେତାବନୀ ଦେଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଗୃହବଣ୍ଟନକୁ ନେଇ ଆରମ୍ଭ ହୋଇଛି ରାଜନୀତି । ନିକଟରେ ହୋଇଥିବା ଗୃହ ଆବଣ୍ଟନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ଘର ପ୍ରଦାନ କରିବାକୁ ଦାବି କରିଛି ବିଜେପି । ଏନେଇ ଆଜି ଜିଲ୍ଲାର ସମସ୍ତ ବ୍ଲକରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରିଛି । ବିଜେପି ପକ୍ଷରୁ କୁହାଯାଇଛି ଯେ, ରାଜ୍ୟ ସରକାର କେନ୍ଦ୍ରକୁ ୨୭ ଲକ୍ଷ ଆବାସ ମାଗିଥିଲେ । କିନ୍ତୁ କେନ୍ଦ୍ର ଦୁଇଟି ପର୍ଯ୍ୟାୟରେ ଅଧିକ ଆବାସ ପ୍ରଦାନ କରିଛନ୍ତି ।

୨୦୨୨ ସୁଦ୍ଧା ଭାରତ ବର୍ଷର ସମସ୍ତଙ୍କ ମୁଣ୍ଡ ଉପରେ ଛାତ ଦେବା ପାଇଁ ପ୍ରତିଶୃତି ଦେଇଥିଲେ ପ୍ରଧାନମନ୍ତ୍ରୀ । ଏନେଇ ସାରା ଦେଶରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । କିନ୍ତୁ ବୌଦ୍ଧରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି । ଯେଉଁ ହିତାଧିକାରୀଙ୍କୁ ଏଠାରେ ଆବାସ ମିଳିବା କଥା ସେମାନଙ୍କୁ ମିଳିନି । ଯେଉଁମାନଙ୍କ ଆବାସ ଯୋଜନା ତାଲିକାରେ ନାଁ ଅଛି ବା ଘର ଅଛି ତା ପରେ ବି ସେମାନଙ୍କୁ ଘର ଦିଆଯାଉଛି । ଅର୍ଥାତ ଥିଲାବାଲାଙ୍କୁ ଘର ଦିଆଯାଉଛି । କିନ୍ତୁ ଯେଉଁ ହିତାଧିକରୀ ଯୋଗ୍ୟ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଙ୍କୁ ଅନ୍ତର୍ଭୁକ୍ତ କରାଯାଉନାହିଁ । ଫଳରେ ଅନେକ ହିତାଧିକାରୀ ଘର ନପାଇ ନାହିଁନଥିବା ଅସୁବିଧା ଭୋଗୁଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.