ETV Bharat / state

ମନରେଗାରେ ମିଳୁନି କାମ, ଶୋଷଣ ଶିକାର ହେଲେ ଶ୍ରମଜୀବୀ - ମନରେଗାରେ ଶ୍ରମିକଙ୍କୁ ମିଳୁନି କାମ

ମନରେଗାରେ ଶ୍ରମିକଙ୍କୁ ମିଳୁନି କାମ । ଶ୍ରମିକ ଶୋଷଣ ଓ ନିର୍ଯାତନାର ଶିକାର ହୋଇଥିବା ନେଇ ଅଭିଯୋଗ । ଅଧିକ ପଢନ୍ତୁ

irregularities allegedly in mgnrega yojana

author img

By

Published : Jun 18, 2023, 2:29 PM IST

irregularities allegedly in mgnrega yojana

ବୌଦ୍ଧ: ମନରେଗା ଯୋଜନାରେ ମହାଦୁର୍ନୀତି । ଶ୍ରମିକ ବଦଳରେ ମେସିନ କରୁଛି କାମ । ବୌଦ୍ଧ ଜିଲ୍ଲାକୁ ମନରେଗାରେ ଯୋଜନାରେ ଆରମ୍ଭ ହୋଇଥିବା ରାସ୍ତା, ପୋଖରୀ ଖନନ ଭଳି କାମରେ ଶ୍ରମିକ ବଦଳରେ ନିୟୋଜିତ ହେଉଛି ମେସିନ । ଫଳରେ କାମ ନପାଇ ହାତବନ୍ଧି ବସିଛନ୍ତି ଶ୍ରମିକ । ଅନ୍ୟପଟେ କାମ ଅନ୍ବେଷଣରେ ବାହାରକୁ ଯାଇ ଶ୍ରମିକ ଶୋଷଣ ଓ ନିର୍ଯାତନାର ଶିକାର ହେଉଥିବା ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଛି ।

ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ମନରେଗା କାମରେ ବ୍ୟାପକ ଅନିୟମିତତା ତଥା ଘୋଟାଲା ହେଉଥିବା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବ୍ଲକ ପ୍ରଶାସନ ସମ୍ପୂର୍ଣ୍ଣ ନୀରବଦ୍ରଷ୍ଟା ସାଜିଛି । ଜିଲ୍ଲାର ଅଧିକାଂଶ ପଞ୍ଚାୟତରେ ମନରେଗା ଯୋଜନାରେ କୋଟି କୋଟି ଟଙ୍କାର କାମ ହେଉଛି । କିନ୍ତୁ ଏସବୁ କାର୍ଯ୍ୟରେ ଶ୍ରମିକଙ୍କୁ ନିୟୋଜିତ କରାନଯାଇ ଜେସିବି ଓ ଟ୍ରାକ୍ଟର ଦ୍ବାରା କରାଯାଉଛି । ମନରେଗା ଯୋଜନାରେ ବର୍ଷକୁ ଶହେ ଦିନର କାର୍ଯ୍ୟ ସ୍ଥାନୀୟ ଶ୍ରମଜୀବୀଙ୍କୁ ଯୋଗାଇ ଦେବାକୁ କଡାକଡି ନିୟମ ରହିଥିଲେ ମଧ୍ୟ କୌଣସି ସ୍ଥାନରେ ମଧ୍ୟ ଶ୍ରମିକଙ୍କୁ କାମ ଦିଆଯାଉନାହିଁ । ସମସ୍ତେ ସବୁକିଛି ଜାଣି ମଧ୍ୟ ଚୁପ ରହିଛନ୍ତି ।

ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ମନରେଗା କାମ ଜାରି ରହିଥିବା ବେଳେ ସ୍ଥାନୀୟ ଶ୍ରମିକଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଉଛି । ଫଳରେ ସ୍ଥାନୀୟ ଶ୍ରମଜୀବୀମାନେ କାମ ଅନ୍ବେଷଣରେ ବାହାରକୁ ଯାଇ ଶୋଷଣ ଓ ନିର୍ଯ୍ୟାତନାର ଶିକାର ହେଉଛନ୍ତି। ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ 24 ଜଣ ଶ୍ରମିକ ପୁରୀର ଏକ ପ୍ରକଳ୍ପରେ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ଠିକାସଂସ୍ଥାର ଚୁକ୍ତି ମୁତାବକ ପ୍ରତି ପନ୍ଦର ଦିନରେ ସେମାନଙ୍କ ମଜୁରୀ ପ୍ରଦାନ କରାଯିବା ନେଇ କୁହାଯାଇଥିଲା । କିନ୍ତୁ ମଜୁରୀ ଦେବା ବଦଳରେ ଦିନ ଗଡାଇ ଚାଲିଲା ଠିକାସଂସ୍ଥା । ଏପରିକି ଉକ୍ତ ଠିକାସଂସ୍ଥା ଶ୍ରମିକଙ୍କୁ ଠିକରେ ଖାଦ୍ୟ ପେୟ ନଦେଇ ନିର୍ଯାତନା ଦେଉଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି ।

ଶନିବାର ସେମାନଙ୍କ ମଧ୍ୟରୁ ପ୍ରାୟ କୋଡିଏ ଜଣ ଶ୍ରମିକ ବୌଦ୍ଧ ଆସି ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ଏ ସମ୍ପର୍କରେ ଅଭିଯୋଗ ଦାଖଲ ପାଇଁ ପହଞ୍ଚି ଥିଲେ । କିନ୍ତୁ ସେଠାରେ ଏକା ସାଙ୍ଗରେ ଅଭିଯୋଗ କରିବାକୁ କହି ଶ୍ରମିକ ମାନଙ୍କୁ ଫେରାଇ ଦିଆଯାଇଥିଲା । ଫଳରେ ଶ୍ରମଜୀବୀମାନେ ସେମାନଙ୍କ ପ୍ରାପ୍ୟ କିଭଳି ପାଇବେ ସେନେଇ ଚିନ୍ତାରେ । ଏନେଇ ଶ୍ରମିକ ମାନେ ସରକାର ଓ ବୌଦ୍ଧ ଜିଲ୍ଲା ପ୍ରଶାସନକୁ ଗୁହାରି ଜଣାଇବା ସହିତ ସେମାନଙ୍କ କରିଥିବା କାମର ପ୍ରାପ୍ୟ ପ୍ରଦାନ ଓ ସ୍ଥାନୀୟ ଅଞ୍ଚଳରେ ମନରେଗା କାମ ଯୋଗାଇ ଦେବାକୁ ଦାବି କରିଛନ୍ତି । ତେବେ ଏ ସମ୍ପର୍କରେ ବୌଦ୍ଧ ଜିଲ୍ଲା ଶ୍ରମ ଅଧିକାରୀ ଅନୁପସ୍ଥିତି ଥିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.