ETV Bharat / state

ପ୍ରାଣୀଧନ ଚିକିତ୍ସା ବିଭାଗରେ ଅଚଳାବସ୍ଥା, ଅଧାରୁ ଅଧିକ କେନ୍ଦ୍ରରେ ତାଲା - ବୌଦ୍ଧ ଅଧାରୁ ଅଧିକ ପ୍ରାଣୀଧନ ଚିକିତ୍ସା କେନ୍ଦ୍ରରେ ତାଲା

ବୌଦ୍ଧ ପ୍ରାଣୀଧନ ଚିକିତ୍ସା ବିଭାଗରେ ଅଚଳାବସ୍ଥା । ଅଧାରୁ ଅଧିକ କେନ୍ଦ୍ରରେ ଦୀର୍ଘ ବର୍ଷ ହେଲା ତାଲା ଝୁଲୁଛି । ଅଧିକ ପଢନ୍ତୁ

ପ୍ରାଣୀଧନ ଚିକିତ୍ସା ବିଭାଗରେ ଅଚଳାବସ୍ଥା, ଅଧାରୁ ଅଧିକ କେନ୍ଦ୍ରରେ ତାଲା

author img

By

Published : Jul 3, 2022, 8:50 PM IST

ବୌଦ୍ଧ: ପ୍ରାଣୀଧନ ବିଭାଗରେ ବ୍ୟାପକ ବିଶୃଙ୍ଖଳା । ଗୋଟିଏ ପଟରେ ଜିଲ୍ଲାର ବିଭିନ୍ନ ପ୍ରାଣୀ ଚିକିତ୍ସା କେନ୍ଦ୍ର ଅଚଳ ହୋଇପଡି ଥିବାବେଳେ ଅନ୍ୟପଟରେ କର୍ତ୍ତୃପକ୍ଷଙ୍କ ଉଦାସୀନତା ଯୋଗୁଁ ବିଭାଗ ବର୍ତ୍ତମାନ ମଦ୍ୟପଙ୍କ ଆଡ୍ଡା ସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି । ବୌଦ୍ଧ ଜିଲ୍ଲାର ତିନୋଟି ବ୍ଲକରେ ଥିବା 36ଟି ପ୍ରାଣୀ ଚିକିତ୍ସା କେନ୍ଦ୍ରର ଅଧାରୁ ଅଧିକ କେନ୍ଦ୍ରରେ ଦୀର୍ଘ ବର୍ଷ ହେଲା ତାଲା ଝୁଲୁଛି । ଫଳରେ ଗୋପାଳକ ଓ ଅନ୍ୟ ପଶୁ ପାଳକମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ପ୍ରାଣୀଧନ ଚିକିତ୍ସା ବିଭାଗରେ ଅଚଳାବସ୍ଥା, ଅଧାରୁ ଅଧିକ କେନ୍ଦ୍ରରେ ତାଲା

ଦୀର୍ଘଦିନ ଧରି ବନ୍ଦ ରହୁଥିବାରୁ ପ୍ରାଣୀ ଚିକିତ୍ସା କେନ୍ଦ୍ରଗୁଡିକ ଏବେ ଅସାମାଜିକ ଲୋକଙ୍କ ଆଡ୍ଡା ସ୍ଥଳୀ ପାଲଟିଥିବା ଅଭିଯୋଗ ହୋଇଛି । ଜହ୍ନାପଙ୍ଗ ସ୍ଥିତ ପ୍ରାଣୀଧନ କେନ୍ଦ୍ରରେ ବାରମ୍ବାର ଏଭଳି ଅଚଳାବସ୍ଥା ଦେଖାଦେବାରୁ ଉତ୍ୟକ୍ତ ଗୋପାଳକମାନେ ଗତ ସପ୍ତାହେ ପୂର୍ବରୁ ତାଲା ପକାଇ ଏହାର ପ୍ରତିବାଦ କରିଥିଲେ । କିନ୍ତୁ ଜିଲ୍ଲା ପ୍ରାଣୀଧନ ବିଭାଗ ଏହାର ସମାଧାନ ନକରି ଓଲଟା ହାତ ଟେକି ଦେଇଛି । ବିଭାଗୀୟ ଅପାରଗତା ଯୋଗୁଁ ବର୍ତ୍ତମାନ ଜିଲ୍ଲାର ପ୍ରାଣୀ ପାଳକମାନେ ଆନ୍ଦୋଳନ ପାଇଁ ସଜବାଜ ଆରମ୍ଭ କଲେଣି ।

ସେପଟେ ଖୋଦ ସିଡିଭିଓ କାର୍ଯ୍ୟାଳୟରେ ଜଣେ କର୍ମଚାରୀ ଆକ୍ରମଣ କରି ଅନ୍ୟ ଜଣେ ଅସ୍ଥାୟୀ କର୍ମଚାରୀଙ୍କୁ ମାରଣାନ୍ତକ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଛି । ଏନେଇ ଉଭୟଙ୍କ ପକ୍ଷରୁ ଥାନାରେ ମାମଲା ଦାଏର ହୋଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀ କିନ୍ତୁ ମୁହଁ ଖୋଲୁ ନାହାନ୍ତି । ଫଳରେ ପ୍ରାଣୀଧନ କାର୍ଯ୍ୟାଳୟରେ ଏକ ଅଚଳାବସ୍ଥା ସୃଷ୍ଟି ହୋଇଛି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବୀ ହେଉଛି ।

ଇଟିଭି ଭାରତ, ବୌଦ୍ଧ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.