ବୌଦ୍ଧ: ଆଜି ଆନ୍ତର୍ଜାତିକ ମହିଳା ଦିବସ । ଏହି ଅବସରରେ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ମହିଳାଙ୍କ ଉଲ୍ଲେଖନୀୟ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯିବା ସହ ତାଙ୍କ କାର୍ଯ୍ୟକୁ ପ୍ରଶଂସା କରାଯାଇଥିଲା । ତେବେ ମହିଳାଙ୍କ ଏହି ଦିନକୁ ସ୍ମରଣ କରିବାକୁ ବିଭିନ୍ନ ସ୍ତରରେ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ।
ତେବେ ବୌଦ୍ଧ ଜିଲ୍ଲାର ଏକମାତ୍ର ଅସହାୟ ମହିଳାଙ୍କ ପାଇଁ ଉଦ୍ଧିଷ୍ଟ ସ୍ବଧାର ଗୃହରେ ଇଟିଭି ଭାରତ ଟିମ ପହଞ୍ଚି ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ପଚାରି ବୁଝିଥିଲା । ସ୍ବଧାର ଗୃହରେ ସମୁଦାୟ ତିରିଶ ଜଣ ମହିଳା ବର୍ତ୍ତମାନ ଆଶ୍ରୟ ନେଉଥିବାବେଳେ ସେଠାରେ ଧୂପବତୀ ପ୍ରସ୍ତୁତ କରି ମହିଳାମାନେ ଆତ୍ମ ସ୍ବାବଲମ୍ବୀ ହୋଇ ପାରିଛନ୍ତି ।
ସେହିପରି ଏଠାରେ ପୂର୍ବରୁ ଥିବା ଛତୁଆ ପ୍ରସ୍ତୁତ କାର୍ଯ୍ୟକ୍ରମ ସହିତ କୁକୁଡ଼ା ଓ ଛତୁ ପାଳନ ସମ୍ପୂର୍ଣ୍ଣ ବନ୍ଦ ହୋଇ ରହିଥିବାରୁ ଏନେଇ ଜିଲ୍ଲା ପ୍ରଶାସନ ଓ ସରକାର ଦୃଷ୍ଟି ଦେଇ ଏହାକୁ ପୁନଃ କାର୍ଯ୍ୟକ୍ଷମ କରିବାକୁ ଅନ୍ତେବାସୀ ମହିଳାମାନେ ଗୁହାରି କରିଛନ୍ତି ।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ