ETV Bharat / state

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ପ୍ରତିବାଦରେ ଗଣ ଧାରଣା - ବୌଦ୍ଧରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା

ବୌଦ୍ଧ ଜିଲ୍ଲା 9 ନମ୍ବର ଜୋନରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ । ଦୀର୍ଘ ଦିନ ଧରି ଏହାକୁ ନେଇ ପ୍ରତିବାଦ କରିବା ସତ୍ତ୍ବେ ଶୁଣୁ ନାହାଁନ୍ତି ପ୍ରଶାସନ । ଫଳରେ ଆଜି ବୌଦ୍ଧ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି ଗାଁ ଲୋକେ ।

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ପ୍ରତିବାଦରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା
author img

By

Published : Oct 16, 2019, 11:33 PM IST

ବୌଦ୍ଧ: ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଧାରଣରେ ବସିଲେ ଜନ ପ୍ରତିନିଧି । ଏଥିସହିତ ସରକାରଙ୍କ 5T ଯୋଜନା କାହାପାଇଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ ।

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ପ୍ରତିବାଦରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣା

ବୌଦ୍ଧ ଜିଲ୍ଲାର ଉପାନ୍ତ ପଞ୍ଚାୟତ ଗୁଡିକୁ ନେଇ ଗଠିତ 9 ନମ୍ବର ଜୋନ । ଏହି 9 ନମ୍ବର ଜୋନ ଅନ୍ତର୍ଗତ ତଳଗାଁ, ଆଢେଣୀଗଡ, ହରଭଙ୍ଗା ଭଳି ଅନୁନ୍ନତ ତଥା ମାଓ ଅଧ୍ୟୁଷିତ ଅଞ୍ଚଳରେ ଦୀର୍ଘ ଦିନ ହେଲା ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଥିଲା ।

ବୁଧବାର 9 ନମ୍ବର ଜିଲ୍ଲା ପରିଷଦ ସଭ୍ୟଙ୍କ ନେତୃତ୍ୱରେ ସଚେତନ ନାଗରିକ ମାନେ ବୌଦ୍ଧ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ଜୋନରେ ଥିବା 3ଟି ଡାକ୍ତରଖାନାରେ ଏବେ ଡାକ୍ତର ଅଭାବ ସାଙ୍ଗକୁ କର୍ମଚାରୀଙ୍କ ଅଭାବ ସ୍ବାସ୍ଥ୍ୟ ସେବାକୁ ସମ୍ପୂର୍ଣ୍ଣ ପ୍ରଭାବିତ କରିଥିବା ଅଭିଯୋଗ ହୋଇଛି । ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ଗଣ ଧାରଣା ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଚାଲିବ । ଏହାସହ ସରକାରଙ୍କ 5T ଯୋଜନା କାହାପାଇଁ ବୋଲି ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ପ୍ରତିବାଦରେ ସମସ୍ୟା ସମାଧାନ ନହେବା ପର୍ଯ୍ୟନ୍ତ ଧାରଣରେ ଜନପ୍ରତିନିଧି ।ଏଥିସହିତ ସରକାରଙ୍କ 5T ଯୋଜନା କାହାପାଇଁ ବୋଲି ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ ।
ବୌଦ୍ଧ ଜିଲ୍ଲାର ଉପାନ୍ତ ପଞ୍ଚାୟତ ଗୁଡିକୁ ନେଇ ଗଠିତ ନ ନମ୍ବର ଜୋନ ।ଏହି ନ ନମ୍ବର ଜୋନ ଅନ୍ତର୍ଗତ ତଳଗାଁ,ଆଢେଣୀଗଡ, ହରଭଙ୍ଗା ଭଳି ଅନୁନ୍ନତ ତଥା ମାଓ ଅଧ୍ୟୁଷିତ ଅଞ୍ଚଳରେ ଦୀର୍ଘ ଦିନ ହେଲା ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇ ପଡିଥିବା ସମ୍ପର୍କରେ ଈଟିଭି ଭାରତରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା ।ବୁଧବାର ନ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଙ୍କ ନେତୃତ୍ୱରେ ସଚେତନ ନାଗରିକ ମାନେ ବୌଦ୍ଧ ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ୟା ର ସମାଧାନ ନହେବା ପର୍ଯ୍ୟନ୍ତ ଧାରଣାରେ ବସିବାକୁ ନିଷ୍ପତ୍ତି ନେଇଛନ୍ତି ।ଏହି ଜୋନରେ ଥିବା ତିନୋଟି ଡାକ୍ତରଖାନାରେ ଏବେ ଡାକ୍ତର ଅଭାବ ସାଙ୍ଗକୁ କର୍ମଚାରୀଙ୍କ ଅଭାବ ସ୍ବାସ୍ଥ୍ୟ ସେବାକୁ ସମ୍ପୂର୍ଣ୍ଣ ପ୍ରଭାବିତ କରିଥିବା ଅଭିଯୋଗ ହୋଇଛି ।ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ଗଣ ଧାରଣା ସେମାନଙ୍କ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଚାଲିବ ତଥା ସରକାରଙ୍କ 5T ଯୋଜନା କାହାପାଇଁ ବୋଲି ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି ।

Body:ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ପ୍ରତିବାଦରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ।

Conclusion:ବାଇଟ-୧-ଅବକାଶ ସାହୁ, ନ ନମ୍ବର ଜିଲ୍ଲା ପରିଷଦ ସଭ୍ୟ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.