ETV Bharat / state

ଅନିଶ୍ଚିତତା ମଧ୍ୟରେ ଘଣ୍ଟାପଡାର ତେଲନଦୀ ସେତୁ - ତେଲନଦୀ

ବୌଦ୍ଧରେ ସମ୍ପୂର୍ଣ୍ଣ ହୋଇ ପାରୁ ନାହିଁ ସେତୁ ନିର୍ମାଣ କାର୍ଯ୍ୟ । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅଧିକ ପଢନ୍ତୁ

ଅନିଶ୍ଚିତତା ମଧ୍ୟରେ ଘଣ୍ଟାପଡାର ତେଲନଦୀ ସେତୁ
ଅନିଶ୍ଚିତତା ମଧ୍ୟରେ ଘଣ୍ଟାପଡାର ତେଲନଦୀ ସେତୁ
author img

By

Published : Sep 5, 2022, 4:30 PM IST

ବୌଦ୍ଧ : ସମ୍ପୂର୍ଣ୍ଣ ହୋଇ ପାରୁ ନାହିଁ ସେତୁ ନିର୍ମାଣ କାର୍ଯ୍ୟ । ଫଳରେ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ପଚାଶ ପ୍ରତିଶତରୁ ଉର୍ଦ୍ଧ୍ବ ଅଞ୍ଚଳ ତେଲନଦୀ, ଖଡଙ୍ଗ ଓ ବାଘନଦୀ କୂଳରେ ରହିଛି । ଯୋଗାଯୋଗକୁ ସାମାନ୍ୟ କରିବାକୁ ବିଭିନ୍ନ ସ୍ଥାନରେ ରାଜ୍ୟ ସରକାର ସେତୁ ନିର୍ମାଣ କରିଛନ୍ତି । କେବଳ ତେଲନଦୀ ଉପରେ ନୂତନ ଭାବରେ ଚାରି ଗୋଟି ସ୍ଥାନରେ ସେତୁ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିଲା ।

ଅନିଶ୍ଚିତତା ମଧ୍ୟରେ ଘଣ୍ଟାପଡାର ତେଲନଦୀ ସେତୁ

ମନମୁଣ୍ଡା ଠାରୁ ସୋନପୁରକୁ ସଂଯୋଗ କରୁଥିବା ତେଲନଦୀ ସେତୁ ନିର୍ମାଣକୁ ପଚାଶ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତି ଯାଇ ଥିବାରୁ ତାହା ଦୁର୍ବଳ ହୋଇପଡିଛି । ଏହାସହ ସେଠାରେ ଦ୍ବିତୀୟ ସେତୁର ଆବଶ୍ୟକତା ରହିଛି । ସେହିପରି ଗବଯୋର ଓ କଣ୍ଟାମାଳ ଠାରେ ନିର୍ମାଣ ସରିଥିବା ସେତୁ ଆପ୍ରୋଚ ରୋଡ ସମସ୍ୟା ଯୋଗୁଁ ତାହା କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ତେବେ ଫାସେଡ ଠାରେ ନିର୍ମାଣ ହେଉଥିବା ସେତୁ କାର୍ଯ୍ୟ ଚାଲିଥିବା ବେଳେ ଘଣ୍ଟାପଡା ଠାରେ ନିର୍ମାଣ ହେଉଥିବା ସେତୁର ଭାଗ୍ୟ ଅନିଶ୍ଚିତତା ମଧ୍ୟରେ ରହିଛି । ଦୀର୍ଘ ଦିନ ହେଲା ଉକ୍ତ ସେତୁ ଅଧପନ୍ତରିଆ ହୋଇ ପଡି ରହିଛି । ଫଳରେ ବର୍ତ୍ତମାନ ମଧ୍ୟ ଘଣ୍ଟାପଡା ଅଞ୍ଚଳବାସୀ ବାଧ୍ୟ ହୋଇ ତେଲନଦୀରେ ଦେଶୀ ଡଙ୍ଗାରେ ଯାତାୟତ କରୁଛନ୍ତି । କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ଯୋଗାଯୋଗ ବ୍ୟବସ୍ଥା ଓ ସେତୁ ନିର୍ମାଣ ସମ୍ପର୍କରେ କଣ୍ଟାମାଳ ବିଧାୟକ ମହୀଧର ରଣା ଇଟିଭି ଭାରତକୁ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି । କଣ୍ଟାମାଳ ବିଧାୟକ ସୂଚନା ଦେଇଛନ୍ତି, "ବାଘ ନଦୀରେ ବ୍ରିଜ କାମ ସରିଛି । ମାଣ୍ଡଆଯୋରରେ ୧୪କୋଟି ଟଙ୍କା ବ୍ୟୟରେ ବ୍ରିଜ ନିର୍ମାଣ ହେବ । ତଳିଆ ଅଞ୍ଚଳକୁ ନଦୀ ପାଣି ମାଡି ଆସୁଥିବାରୁ ଆମ୍ବ ଗାଁ ଏବଂ ଲଣ୍ଡା ବାହାଲିରେ ମଧ୍ୟ ୧୦କୋଟି ଟଙ୍କା ବ୍ୟୟରେ ଖୁବ ଶୀଘ୍ର ଏକ ବ୍ରିଜ ନିର୍ମାଣ ହେବ । ବର୍ଷା ଦିନରେ ମଧ୍ୟ ଲୋକଙ୍କ ଯିବା ଆସିବାରେ କୌଣସି ଅସୁବିଧା ହେବନାହିଁ ।"

ଏହାବି ପଢନ୍ତୁ: ବିପଦ ସଙ୍କୁଳ ଅବସ୍ଥାରେ ମହାନଦୀ ଓ ତେଲନଦୀ ସେତୁ

ସେପଟେ, ବୌଦ୍ଧ ଜିଲ୍ଲାର ସଦର ମହକୁମା ମହାନଦୀ ସେତୁ ଓ ମନମୁଣ୍ଡା ଠାରେ ତେଲନଦୀ ସେତୁ ବର୍ତ୍ତମାନ ବିପଦସଙ୍କୁଳ ଅବସ୍ଥାରେ ପଡି ରହିଛି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି । କୌଣସି ସମୟରେ ଅଘଟଣ ଘଟିପାରେ । ମନମୁଣ୍ଡା ଠାରୁ ସୋନପୁରକୁ ସଂଯୋଗ ପାଇଁ ତେଲନଦୀ ସେତୁ ଦୀର୍ଘ ପଚାଶ ବର୍ଷ ପୂର୍ବରୁ ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନ ତାହା ଅତ୍ୟନ୍ତ ଦୁର୍ବଳ ହୋଇପଡିଛି । ଭାରିଯାନ ଚଳାଚଳ ପାଇଁ ବିପଦ ଶଙ୍କୁଳ ହୋଇପଡିଛି ଏ ସେତୁ । ତେଣୁ ସେଠାରେ ଦ୍ବିତୀୟ ସେତୁ ନିର୍ମାଣର ଯଥେଷ୍ଟ ଆବଶ୍ୟକତା ରହିଛି ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.