ETV Bharat / state

ଚୋରା ନିଶା କାରବାର ଯୋଗୁଁ ବୌଦ୍ଧରେ ବୃଦ୍ଧିପାଉଛି ଅପରାଧିକ ମାମଲା - ବୃଦ୍ଧିପାଉଛି ଅପରାଧିକ ମାମଲା

ଲକଡାଉନ ସମୟ ଚୋରା ନିଶା ବ୍ୟବସାୟୀଙ୍କ ପୁଷମାସ ପାଲଟିଛି । ବୌଦ୍ଧ ଜିଲ୍ଲାରେ ଚୋରା ମଦ, ଗଞ୍ଜେଇ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟର ବ୍ୟାପକ କାରବାର ଯୋଗୁଁ ଅପରାଧିକ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି । ଅଧିକ ପଢନ୍ତୁ...

in lockdown time Criminal case increasing in boudh district
ଚୋରା ନିଶା କାରବାର ଯୋଗୁଁ ଜିଲ୍ଲାରେ ବୃଦ୍ଧିପାଉଛି ଅପରାଧିକ ମାମଲା
author img

By

Published : Jun 19, 2021, 8:47 PM IST

ବୌଦ୍ଧ : ଲକଡାଉନ ସମୟ ଚୋରା ନିଶା ବ୍ୟବସାୟୀଙ୍କ ପୁଷମାସ ପାଲଟିଛି । ଗୋଟିଏ ଥାନା ଅଞ୍ଚଳରେ ବାରମ୍ବାର ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଅନ୍ୟଠାରେ ବିଦେଶୀ ମଦ ଦୋକାନକୁ ପ୍ରବଳ ବିରୋଧ କରାଯାଇଛି ।

ଚୋରା ନିଶା କାରବାର ଯୋଗୁଁ ଜିଲ୍ଲାରେ ବୃଦ୍ଧିପାଉଛି ଅପରାଧିକ ମାମଲା
କୋରୋନାକୁ ପ୍ରତିହତ ପାଇଁ ଲକଡାଉନ ସମୟ ଚୋରା ନିଶା ବ୍ୟବସାୟୀଙ୍କ ପୁଷମାସ ପାଲଟିଛି । ବୌଦ୍ଧ ଜିଲ୍ଲାରେ ଚୋରା ମଦ, ଗଞ୍ଜେଇ ଓ ଅନ୍ୟାନ୍ୟ ନିଶା ଦ୍ରବ୍ୟର ବ୍ୟାପକ କାରବାର ଯୋଗୁଁ ଅପରାଧିକ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

ଜିଲ୍ଲାର କଣ୍ଟାମାଳ ଥାନା ଅଞ୍ଚଳରେ ଏହି ମାଦକ ଦ୍ରବ୍ୟ ଓ ଗଞ୍ଜେଇର ବ୍ୟାପକ ଚୋରା ଚାଲାଣ ହେଉଥିବା ବାରମ୍ବାର ଅଭିଯୋଗ ହେଉଥିଲେ ମଧ୍ୟ କିଛି ଖାକି ବର୍ଦିଧାରୀଙ୍କ ଯୋଗୁଁ ଏହି ଚୋରା ଚାଲାଣକୁ ରୋକାଯାଇ ପାରୁନାହିଁ । ଗତକିଛି ଦିନ ତଳେ ଗଣମାଧ୍ୟମ ଲୋଗୋ ଥିବା ଏକ କାରରୁ ବେଆଇନ ଗଞ୍ଜେଇ ଜବତ ହୋଇଥିବା ବେଳେ ଗତକାଲି ପୁଣି ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ସନ୍ଦେହରେ କଣ୍ଟାମାଳ ଥାନାରେ କାରକୁ ଅଟକ ରଖାଯାଇଛି ।

ସେପଟେ ଗତକାଲି ବୌଦ୍ଧ ଥାନା ଅନ୍ତର୍ଗତ ବନ୍ଧାପଥର ଠାରେ ଟିଟିଲାଗଡ଼ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସନ୍ଦେହ ଜନକ ମୃତ୍ୟୁ ହୋଇଥିବା ଚର୍ଚ୍ଚା ହେଉଛି । ତେବେ ବନ୍ଧାପଥର ଠାରେ ଏ ସମ୍ପର୍କରେ ସ୍ଥାନୀୟ ପୋଲିସକୁ କୌଣସି ସୂଚନା ନଦେଇ ସିଧାସଳଖ ମୃତଦେହକୁ ଦାହ କରିଦିଆ ଯାଇଥିବାରୁ ଏନେଇ ନାନା କଳ୍ପନା ଜଳ୍ପନା ପ୍ରକାଶ ପାଇଛି । ସେପଟେ ବୀରନରସିଂପୁର ଠାରେ ପ୍ରସ୍ତାବିତ ବିଦେଶୀ ମଦ ଦୋକାନକୁ ଅଞ୍ଚଳର ନାଗରିକ ତୀବ୍ର ବିରୋଧ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.