ETV Bharat / state

ରାଜସ୍ବ ବିଭାଗଙ୍କ ଆଗୋଚରରେ ଚାଲିଛି ବେଆଇନ ବାଲି ଚାଲାଣ

author img

By

Published : Mar 6, 2021, 1:03 PM IST

ବୌଦ୍ଧରେ ଲଘୁ ଖଣିଜ ସମ୍ପଦର ଚାଲିଛି ଖୁଲମଖୁଲା ଲୁଟ । ବାରମ୍ବାର ଅଭିଯୋଗ ସତ୍ତ୍ବେ ଥମୁନି ବେଆଇନ ବାଲି ଚାଲାଣ ।

ରାଜସ୍ବ ବିଭାଗଙ୍କ ଆଗୋଚରରେ ଚାଲିଛି ବେଆଇନ ବାଲି ଚାଲାଣ
ରାଜସ୍ବ ବିଭାଗଙ୍କ ଆଗୋଚରରେ ଚାଲିଛି ବେଆଇନ ବାଲି ଚାଲାଣ

ବୌଦ୍ଧ: ମାଫିଆଙ୍କ କବଜାରେ ବାଲିଘାଟ । ବେଆଇନ ଓ ବେଧଡକ ଚାଲିଛି ବାଲି ଚୋରା ଚାଲାଣ । ବୌଦ୍ଧ ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ତହସିଲ ଅଧିନରେ ଅନେକ ବାଲିଘାଟ ରହିଛି । ସରକାରୀ ଅବହେଳା କାରଣରୁ ବାଲିଘାଟ ଉପରେ ମାଫିଆଙ୍କ ରାଜ ଚାଲିଥିବା ନେଇ ଅଭିଯୋଗ ହୋଇଛି । ଆଉ ଏଥିରେ କିଛି ରାଜସ୍ବ ବିଭାଗର ଆରଆଇ ମଧ୍ୟ ନିଜ ପକେଟ ଗରମ କରିବାରେ ବ୍ୟସ୍ତ।

ସେପଟେ, ବିଭାଗୀୟ ଅଧିକାରୀ ମଧ୍ୟ ସବୁଜାଣି ଶୁଣି ଧର୍ମକୁ ଆଖିଠାର ସଦୃଶ ଅଳ୍ପ କେତୋଟି ଚଢାଉରେ ଫାଇନ କରି ବସିଯାଉଛନ୍ତି । ବାଲିଘାଟ ଭଳି ବେଆଇନ ଇଟାଭାଟି ଜିଲ୍ଲାର କୁଟୀର ଶିଳ୍ପ ପାଲଟିଯାଇଛି । ଜିଲ୍ଲାର ତିନୋଟି ତହସିଲର ଅଧିକାଂଶ ରାଜସ୍ବ କର୍ମଚାରୀଙ୍କ ଜ୍ଞାତସାରରେ ଚାଲିଛି ଏହି ସରକାରୀ ତହବିଲର ହରିଲୁଟ । ମେଟାଲ,ମୋରମ ଠାରୁ ଆରମ୍ଭ କରି ଅନେକ ସରକାରୀ ଲଘୁଖଣିଜ ସମ୍ପଦକୁ ଦିନରାତି ମାଫିଆମାନେ ଲୁଟ କରି ଚାଲିଥିଲେ ମଧ୍ୟ ବିଭାଗୀୟ ଉଦାସୀନତା ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏ ଦିଗରେ ଦୃଢ ଦେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ବୁଦ୍ଧିଜୀବୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.