ETV Bharat / state

ଆକ୍ସନ ମୁଡରେ ପ୍ରଶାସନ, ସିଲ୍‌ ହେଲା 3ଟି ବେଆଇନ କ୍ଲିନିକ - ବୌଦ୍ଧ କ୍ଲିନିକରେ ଚଢାଉ

ଜିଲ୍ଲା ପ୍ରଶାସନର ଆକ୍ସନ ମୁଡକୁ ନେଇ ବର୍ତ୍ତମାନ ସବୁଆଡେ ଚର୍ଚ୍ଚା । ପୂର୍ବରୁ 5T ବିଦ୍ୟାଳୟ, ମଧ୍ୟାହ୍ନ ଭୋଜନର ମାନ, ଅସାଧୁ କର୍ମଚାରୀଙ୍କ ଦରମା ବନ୍ଦ, ବାଲି ଚାଲାଣ ପରେ ଶନିବାର ତିନୋଟି ବେଆଇନ କ୍ଲିନିକକୁ ସିଲ କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

ଆକ୍ସନ ମୁଡରେ ପ୍ରଶାସନ, ସିଲ ହେଲା 3ଟି ବେଆଇନ କ୍ଲିନିକ

author img

By

Published : Oct 30, 2022, 8:00 AM IST

ବୌଦ୍ଧ: ସହରର ବିଭିନ୍ନ କ୍ଲିନିକ୍ ଉପରେ ଜିଲ୍ଲା ପ୍ରଶାସନ ଅତର୍କିତ ଚଢାଉ । ବିନା ଲାଇସେନ୍ସରେ ଚାଲୁଥିବା କ୍ଲିନିକ ଉପରେ ଚଢାଉ କରିଛି ଜିଲ୍ଲା ପ୍ରଶାସନ । ଗୋଟିଏ ପରେ ଗୋଟିଏ ଜିଲ୍ଲା ପ୍ରଶାସନର ଆକ୍ସନ ମୁଡ ଯୋଗୁଁ ଚିନ୍ତାରେ ଅସାଧୁ ସଂସ୍ଥା । ସହରର ତିନୋଟି ବେଆଇନ କ୍ଲିନିକକୁ ସିଲ କରିଛି ପ୍ରଶାସନ । ବୌଦ୍ଧର ଶ୍ରୀସାଇ ଡେଣ୍ଟାଲ କ୍ଲିନିକ, ପ୍ରଧାନ ଡେଣ୍ଟାଲ କ୍ଲିନିକ, ନଟରାଜ ଡାଇଗ୍ନୋଷ୍ଟିକ ଭଳି ତିନୋଟି ପ୍ରତିଷ୍ଠାନକୁ ଉପଜିଲ୍ଲାପାଳଙ୍କ ଉପସ୍ଥିତି ରେ ସିଲ କରି ଦିଆଯାଇଛି ।

ଆକ୍ସନ ମୁଡରେ ପ୍ରଶାସନ, ସିଲ ହେଲା 3ଟି ବେଆଇନ କ୍ଲିନିକ

ସୂଚନା ଅନୁଯାୟୀ, ବୌଦ୍ଧର ନୂତନ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ କାର୍ଯ୍ୟରେ ଯୋଗଦାନ ପରଠାରୁ ନିଜସ୍ବ କାର୍ଯ୍ୟ ଶୈଳୀକୁ ନେଇ ସେ ବେଶ୍‌ ଚର୍ଚ୍ଚାରେ ରହି ଆସିଛନ୍ତି । ପ୍ରଥମେ 5T ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ, ମଧ୍ୟାହ୍ନ ଭୋଜନର ମାନ, ଅସାଧୁ କର୍ମଚାରୀଙ୍କ ଦରମା ବନ୍ଦ, ରାଜସ୍ବ ଠକୁଥିବା ବାଲି ଚାଲାଣ ପରେ ବର୍ତ୍ତମାନ ଖାଉଟିଙ୍କ ସମ୍ପର୍କିତ ସମସ୍ତ ସଂସ୍ଥା ଉପରେ ତୀକ୍ଷ୍ନ ନଜର ରଖିଛି ଜିଲ୍ଲା ପ୍ରଶାସନ ।

ଉପଭୋକ୍ତାଙ୍କ ସ୍ବାର୍ଥ ପାଇଁ ଥିବା ଖାଉଟି ଫୋରମ ସଦୁପୋଯୋଗ ପାଇଁ ସ୍ବତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ତେବେ ବୌଦ୍ଧ ଜିଲ୍ଲାର ଅନେକ ସ୍ଥାନରେ ଅପମିଶ୍ରିତ ଖାଦ୍ୟ, ନିମ୍ନ ମାନର ସାମଗ୍ରୀ, ଓଜନ ମାପରେ ଠକେଇ, ବେଆଇନ କ୍ଲିନିକ, ନିଷିଦ୍ଧ ପଲିଥିନ ବ୍ୟବହାର ନେଇ ଜିଲ୍ଲାପାଳ ଗଭୀର ଉଦବେଗ ପ୍ରକାଶ ସହିତ ତୁରନ୍ତ ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲିଗାଲ ମେଟ୍ରୋଲୋଜି ବିଭାଗର କାର୍ଯ୍ୟକୁ ନେଇ ଜିଲ୍ଲାପାଳ ଅସନ୍ତୋଷ ପ୍ରକାଶ କରିଥିବାବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉପଭୋକ୍ତା ଶୋଷଣର ଶିକାର ହେଉଥିବା ସୂଚନା ମିଳିଛି ।

ଏନେଇ ତିନୋଟି ବେଆଇନ କ୍ଲିନିକକୁ ଜିଲ୍ଲା ପ୍ରଶାସନ ସିଲ କରିଦେଇଥିବାବେଳେ ଆହୁରି ଏଭଳି ବେଆଇନ କ୍ଲିନିକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଥିବାରୁ ଏହି ଚଢ଼ାଉ ଅଭିଯାନ ଆଗକୁ ଜାରି ରହିବ ବୋଲି ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.