ETV Bharat / state

ମାଡି ଆସୁଛି ଖରା, ଚିନ୍ତା ବଢାଉଛି ଜଙ୍ଗଲ ନିଆଁ ଓ ବେଆଇନ ଇଟାଭାଟି - ବୌଦ୍ଧରେ ବେଆଇନ ଇଟାଭାଟି

ଖରା ଆରମ୍ଭରୁ ଜଳୁଛି ଜଙ୍ଗଲ । ସେପଟେ ଦାଉ ସାଧୁଛି ବେଆଇନ ଇଟାଭାଟି । ଫଳରେ ଜିଲ୍ଲାରେ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି । ଅଧିକ ପଢ଼ନ୍ତୁ

ଚିନ୍ତା ବଢାଉଛି ଜଙ୍ଗଲ ନିଆଁ ଓ ବେଆଇନ ଇଟାଭାଟି

author img

By

Published : Mar 16, 2023, 6:49 AM IST

ଚିନ୍ତା ବଢାଉଛି ଜଙ୍ଗଲ ନିଆଁ ଓ ବେଆଇନ ଇଟାଭାଟି

ବୌଦ୍ଧ: ବେଆଇନ ଭାବେ ଠିଆ ହୋଇଛି ଇଟାଭାଟି । ନା ସରକାରୀ ନିୟମ ଉଲ୍ଲଘଂନର ଭୟ, ନା ପରିବେଶ ଉତ୍ତପ୍ତ ନେଇ ଚିନ୍ତା । ଚାରିଆଡ଼େ ଠିଆ ହୋଇଛି ମାଳମାଳ ବେଆଇନ ଇଟାଭାଟି । ଯାହାକୁ ନେଇ ଅତିଷ୍ଠ ହେଲେଣି ଅଞ୍ଚଳବାସୀ । ଗ୍ରୀଷ୍ମ ଋତୁ ଆରମ୍ଭ ହୋଇଥିବା ବେଳେ ବେଆଇନ ଇଟାଭାଟି ଯୋଗୁଁ ପରିବେଶ ଉପରେ ଗଭୀର ପ୍ରଭାବ ପଡିବା ସହିତ ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି । ଏହା ସାଙ୍ଗକୁ ଦାଉ ସାଧୁଛି ଜଙ୍ଗଲ । ବୌଦ୍ଧ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗିବା ଯୋଗୁଁ ମଧ୍ୟ ଜଙ୍ଗଲ ନିକଟବର୍ତ୍ତୀ ଗ୍ରାମବାସୀ ଧୂଆଁ ଓ ଉତ୍ତାପ ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଲେଣି ।

ଆରମ୍ଭ ହୋଇଛି ଗ୍ରୀଷ୍ମ ଋତୁ । ଉତ୍ତପ୍ତ ଜିଲ୍ଲା କୁହାଯାଉଥିବା ବୌଦ୍ଧ ଜିଲ୍ଲାରେ ଏବେଠୁ ପାରଦ ଉପରକୁ ଛୁଇଁଲାଣି । ବିଭିନ୍ନ ନଦୀନାଳରେ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ବୌଦ୍ଧ ଜିଲ୍ଲା ଦେଇ ମହାନଦୀ ସମେତ ତେଲନଦୀ, ସାଲୁଙ୍କୀ, ବାଘ, ମେହେରୁଣୀ, ଲକ୍ଷ୍ମୀ ନାଳ ଭଳି ଅନେକ ନଦୀନାଳ ପ୍ରବାହିତ ହେଉଥିଲେ ମଧ୍ୟ ଖରାଦିନ ଯୋଗୁଁ ଜଳସ୍ତର ଉଦବେଗ ଜନକ ଭାବରେ ହ୍ରାସ ପାଉଛି । ସେପଟେ ଏଭଳି ସମୟରେ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ବନାଗ୍ନି ଓ ବେଆଇନ ଇଟାଭାଟି ପରିବେଶକୁ ଅଧିକ ଉତ୍ତପ୍ତ କରୁଛି ।

ବୌଦ୍ଧ ଜିଲ୍ଲାର ଅଧିକାଂଶ ଜଙ୍ଗଲରେ ମନୁଷ୍ୟକୃତ ବନାଗ୍ନି ଯୋଗୁଁ ଉଭୟ ପରିବେଶ ଓ ବନ୍ୟଜନ୍ତୁ ଗଭୀର ପ୍ରଭାବିତ ହେଉଛନ୍ତି । ଜଙ୍ଗଲ କର୍ମଚାରୀ ଓ ନିକଟବର୍ତ୍ତୀ ଗ୍ରାମବାସୀ ଏଭଳି ବନାଗ୍ନିକୁ ରୋକିବା ପାଇଁ ଭରପୁର ଉଦ୍ୟମ କରୁଥିବା ବେଳେ ଜଙ୍ଗଲ ନିଆଁ ଯୋଗୁଁ ପରିବେଶ ଉତ୍ତପ୍ତ ହେବାରେ ଲାଗିଛି । ସେହିପରି ଜିଲ୍ଲାର ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ତହସିଲ ଅନ୍ତର୍ଗତ ବିଭିନ୍ନ ସ୍ଥାନରେ ବେଆଇନ ଇଟାଭାଟି ଯୋଗୁଁ ମଧ୍ୟ ପରିବେଶର ଉତ୍ତାପ ବୃଦ୍ଧି ପାଇବାରେ ଲାଗିଛି ।

ବିଶେଷ ଭାବରେ କିଛି ରାଜସ୍ୱ କର୍ମଚାରୀଙ୍କ ଜ୍ଞାତସାରରେ ଏଭଳି ବେଆଇନ ଇଟାଭାଟି ଚାଲୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇ ଆସୁଛି । କେତେକ ସ୍ଥାନରେ ଜଙ୍ଗଲରୁ ଗଛକାଟି ତଥା ଅନ୍ୟ କେତେକ ସ୍ଥାନରେ ପଥର କୋଇଲା ଦ୍ବାରା ଇଟାଭାଟି ନିର୍ମାଣ କରାଯାଉଛି । ଏଥିସହ ବିଭିନ୍ନ ସ୍ଥାନରେ ଅଳ୍ପ କିଛି ରୟାଲଟି ଦର୍ଶାଇ ଏଭଳି କାର୍ଯ୍ୟକୁ ପ୍ରୋତ୍ସାହିତ କରାଯାଇଥିବା ନେଇ ଅଭିଯୋଗ ହୋଇଛି । ତେବେ ବର୍ତ୍ତମାନ ବୌଦ୍ଧ ଜିଲ୍ଲାପାଳ ଆଇନ ଇଟାଭାଟିକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ସମସ୍ତ ତହସିଲଦାରଙ୍କୁ ଏହା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଆଗକୁ ଆହୁରି ଅଧିକ ଉତ୍ତାପ ବୃଦ୍ଧି ପାଇବାର ଆଶଙ୍କା ଥିବାରୁ ଆଗୁଆ ପଦକ୍ଷେପ ପାଇଁ ଇଟାଭାଟିକୁ ବନ୍ଦ କରିବା ଏବଂ ଜଙ୍ଗଲରୁ ନିଆଁ ଲିଭାଇବା ପାଇଁ ପଦକ୍ଷେପ ନେଇଛି ଜିଲ୍ଲା ପ୍ରଶାସନ । ସେପଟେ ଅଂଶୁଘାତର ମୁକାବିଲା ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଜିଲ୍ଲାର ଶତାଧିକ ଗ୍ରାମରେ ନଳକୂପ ଅଚଳ ହୋଇ ପଡିରହିଥିବା ବେଳେ 88 ଗୋଟି ଅଙ୍ଗନବାଡି କେନ୍ଦ୍ରରେ ପାନୀୟଜଳର ଆଦୌ ସୁବିଧା ନାହିଁ । ତେଣୁ ଏସବୁ ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାଛଡା ସମସ୍ତ ବ୍ଲକ, ପଞ୍ଚାୟତ ଓ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯିବା ସହିତ ତିନୋଟି ବ୍ଲକ ଓ ବୌଦ୍ଧ ପୌରାଞ୍ଚଳର ଦୁଇଟି ସ୍ଥାନରେ ଆଦର୍ଶ ଥଣ୍ଡା ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.