ETV Bharat / state

କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ ଦାବିରେ ଆମରଣ ଅନଶନ

author img

By

Published : Nov 27, 2020, 12:53 PM IST

Updated : Nov 27, 2020, 1:03 PM IST

ଗତବର୍ଷ ପ୍ରାକୃତିକ ବିପର୍ଯ୍ୟୟ ତଥା 'ପେଥେଇ' ଘୂର୍ଣ୍ଣିଝଡ ଦ୍ବାରା ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ମିଳିପାରିନାହିଁ । ଏହାକୁ ଭାରତୀୟ କିଷାନ ସଂଘ ପକ୍ଷରୁ ବିରୋଧ କରି ଆମରଣ ଅନଶନ କରାଯାଇଛି । ଅଧିକ ପଢନ୍ତୁ...

Hunger strike demanding compensation to the affected farmers due to natural disaster 'Pethai'
କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ରାଶି ପ୍ରଦାନ ଦାବିରେ ଆମରଣ ଅନଶନ

ବୌଦ୍ଧ: ଗତବର୍ଷ ଜିଲ୍ଲାର ପ୍ରାକୃତିକ ବିପର୍ଯ୍ୟୟ ତଥା ଘୂର୍ଣ୍ଣିଝଡ଼ ପ୍ରଭାବରେ ଚାଷୀମାନେ ବିଶେଷ ଭାବରେ ପ୍ରଭାବିତ ହୋଇଥିଲେ । ତେବେ ପ୍ରଭାବିତ ଚାଷୀଙ୍କୁ ତୁରନ୍ତ ସହାୟତା ରାଶି ପ୍ରଦାନ କରିବା ଦାବିରେ ଗୁରୁବାରଠାରୁ ଭାରତୀୟ କିଷାନ ସଂଘ ପକ୍ଷରୁ ଆମରଣ ଅନଶନ କରାଯାଇ ଶୁକ୍ରବାର ଦ୍ବିତୀୟ ଦିନରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି ।

ମିଳିଥିବା ସୂଚନା ଅନୁସାରେ, ଗତ ବର୍ଷ ପ୍ରାକୃତିକ ବିପର୍ଯ୍ୟୟ 'ପେଥେଇ' ଘୂର୍ଣ୍ଣିଝଡରେ ଜିଲ୍ଲା ହରଭଙ୍ଗା ତହସିଲ ଅନ୍ତର୍ଗତ ଧଳପୁର ରାଜସ୍ବ ମଣ୍ଡଳରେ ଚାଷୀମାନେ ପ୍ରଭାବିତ ହୋଇଥିଲେ । ତେବେ ପ୍ରଭାବିତ ଚାଷୀମାନଙ୍କ ଲାଗି ଆସିଥିବା ସରକାରୀ ସହାୟତା ଏପର୍ଯ୍ୟନ୍ତ ସେମାନଙ୍କୁ ମିଳିପାରିନାହିଁ ।

ତେବେ ପୂର୍ବରୁ ଏନେଇ ଆସିଥିବା 30 ଲକ୍ଷ ଟଙ୍କା ପ୍ରଦାନ ପାଇଁ ଉଭୟ ତହସିଲଦାର ଓ ଜିଲ୍ଲାପାଳ ନିର୍ଦ୍ଦେଶ ଦେବା ପରେ ମଧ୍ୟ ଏହାକୁ କାର୍ଯ୍ୟକାରୀ ହେଉନଥିବା ଅଭିଯୋଗ ହୋଇଛି । ଏନେଇ ଚାଷୀ ବାରମ୍ବାର ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଭାରତୀୟ କିଷାନ ସଂଘ ପକ୍ଷରୁ ଗୁରୁବାର ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ସହିତ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Nov 27, 2020, 1:03 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.