ETV Bharat / state

ସଟସର୍କିଟ ଯୋଗୁଁ ଘର ଛାରଖାର, ସହାୟତା ପାଇଁ ତେଜିଲା ଦାବି

author img

By

Published : Feb 27, 2020, 2:43 AM IST

ବୌଦ୍ଧ ଜିଲ୍ଲା ମୁଣ୍ଡାପଡା ପଞ୍ଚାୟତର ସଟସର୍କିଟ ଯୋଗୁଁ ନିଆଁ ଲାଗି ପୋଡି ଯାଇଛି ଏକ ଚାଳଘର । ରବିବାର ଏହି ଘଟଣା ଘଟିଥିଲେ ମଧ୍ୟ ଅସହାୟ ପରିବାରକୁ ଏଯାଏଁ କୌଣସି ସରକାରୀ ସହାୟତା ମିଳିପାରିନାହିଁ । ଅଧକ ପଢନ୍ତୁ...

house-on-fire-due-to-electrical-shut-short-circuit
ସଟସର୍କିଟ ଯୋଗୁଁ ଘର ଛାରଖାର, ଅସହାୟ ପରିବାରକୁ ସହାୟତା ପାଇଁ ଦାବି

ବୌଦ୍ଧ: ବିଦ୍ୟୁତ ଖୁଣ୍ଟରୁ ନିଆଁ ପଡି ଘର ପୋଡି ନଷ୍ଟ । ଘଟଣାଟି ଆଖି ପିଛୁଳାକେ ଘଟିବାରୁ କିଛି ଭାବିବା ପୂର୍ବରୁ ପରିବାରର ସବୁକିଛି ପୋଡି ଛାରଖାର ହୋଇଯାଇଥିଲା । ରବିବାର ଏହି ଘଟଣା ଘଟିଥିଲେ ମଧ୍ୟ ଅସହାୟ ପରିବାରକୁ ଏଯାଏଁ କୌଣସି ସରକାରୀ ସହାୟତା ମିଳିପାରିନାହିଁ ।

ବୌଦ୍ଧ ଜିଲ୍ଲା ମୁଣ୍ଡାପଡା ପଞ୍ଚାୟତର ମାଳିସାହି ବସ୍ତିର ଅଭି ନାଏକଙ୍କ ପରିବାର । ଗରିବ ଅଭି ଦୈନିକ ମୂଲ ଲାଗି ପରିବାର ପ୍ରତିପୋଷଣ କରନ୍ତି । ଗତ ରବିବାର ମଧ୍ୟାହ୍ନରେ ହଠାତ ଘର ନିକଟରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ସର୍ଟସର୍କିଟ ହେବାରୁ ନିଆଁ ଲାଗି ଛାରଖାର ହୋଇଯାଇଥିଲା ଘର । ଏପରିକି ଅଗ୍ନିଶମ ବିଭାଗକୁ ଖବର ଦେବା ପୂର୍ବରୁ ସମସ୍ତ ସାମଗ୍ରୀ ଜଳି ଯାଇଥିଲା । ଚାଉଳ, ଡାଲି, ପଢା ବହି, ଲୁଗାପଟା ସବୁକିଛି ପୋଡି ନଷ୍ଟ ହୋଇଯାଇଥିଲା । ହେଲେ କୌଣସିମତେ ସୌଭାଗ୍ୟବଶତଃ ବର୍ତ୍ତିଯାଇଥିଲେ ଅଭି ଓ ତିନି ଛୁଆ ।

ଏପଟେ ନିଆଁ ଲାଗି ଘରର ସବୁ ଜିନିଷ ପୋଡି ଯାଇଥିବା ବେଳେ ସେପଟେ ଆଉ ବାକି ଯାହା ରହିଯାଇଥିଲା ତାକୁ ଅଦିନିଆ ବର୍ଷା ଭିଜାଇ ନଷ୍ଟ କରିଦେଇଛି । ଏଭଳି ଅବସ୍ଥାରେ ଏହି ଅସହାୟ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ସାଧାରଣରେ ଦାବି ହୋଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.