ETV Bharat / state

ବୌଦ୍ଧରେ ରେକର୍ଡ ସର୍ପାଘାତ, ସଚେତନତା ପାଇଁ ଉଦ୍ୟମ - ଅନ୍ଧବିଶ୍ୱାସ ଦୂରୀକରଣ ପାଇଁ ଉଦ୍ୟମ

ସର୍ପାଘାତରେ ରେକର୍ଡ କରିଛି ବୌଦ୍ଧ ଜିଲ୍ଲା । ଏନେଇ ଜିଲ୍ଲାରେ ପ୍ରାଣୀ କଲ୍ୟାଣ ମଞ୍ଚର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ପହଞ୍ଚି ସାପ ଓ ଏହାକୁ ନେଇ ରହିଥିବା ବିଭିନ୍ନ ଅନ୍ଧବିଶ୍ୱାସ ଦୂରୀକରଣ ପାଇଁ ଉଦ୍ୟମ କରିଛନ୍ତି । ଅଧିକ ପଢନ୍ତୁ

highest number of snake bites cases
highest number of snake bites cases
author img

By

Published : Aug 12, 2023, 4:20 PM IST

ବୌଦ୍ଧରେ ରେକର୍ଡ ସର୍ପାଘାତ

ବୌଦ୍ଧ: ସର୍ପାଘାତରେ ରେକର୍ଡ କରିଛି ବୌଦ୍ଧ ଜିଲ୍ଲା । ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ବିଶେଷ ଭାବରେ ସର୍ପାଘାତ ରୋଗୀଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାନଯାଇ ଜିଲ୍ଲାର ବିଭିନ୍ନ ସ୍ଥାନରେ ରୋଗୀକୁ ଝଡାଫୁଙ୍କା ଓ ଗୁଣିଗାରେଡିର ସହାୟତାରେ ଚିକିତ୍ସା କରାଯାଉଥିବାରୁ ଅଧିକାଂଶ ସମୟରେ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି । ଏନେଇ ବର୍ତ୍ତମାନ ଜିଲ୍ଲାର ପ୍ରାଣୀ କଲ୍ୟାଣ ମଞ୍ଚର ସଦସ୍ୟମାନେ ବିଭିନ୍ନ ସ୍ଥାନରେ ପହଞ୍ଚି ସାପ ଓ ଏହାକୁ ନେଇ ରହିଥିବା ବିଭିନ୍ନ ଅନ୍ଧବିଶ୍ୱାସ ଦୂରୀକରଣ ପାଇଁ ଉଦ୍ୟମ କରିଛନ୍ତି।

ସେହିପରି ଜିଲ୍ଲାର ବହିରା ୫ଟି ବିଦ୍ୟାଳୟ ଓ ଝାରମୁଣ୍ଡା ବିଦ୍ୟାଳୟରେ ପ୍ରାଣୀ କଲ୍ୟାଣ ମଞ୍ଚର ସଦସ୍ୟମାନେ ପହଞ୍ଚି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାପକୁ ନେଇ ରହିଥିବା ଅନ୍ଧବିଶ୍ୱାସ ଓ ସର୍ପାଘାତ ରୋଗୀଙ୍କୁ ଚିକିତ୍ସା ସମ୍ପର୍କରେ ଅବଗତ କରାଇଛନ୍ତି । ବିଭିନ୍ନ ପ୍ରଜାତିର ସାପ ଓ ଏହାର ବିଷକ୍ରିୟାର ପ୍ରକାର ଭେଦ ସମ୍ପର୍କରେ ବିଶେଷ ସୂଚନା ପ୍ରଦାନ କରିଥିଲେ । ତେବେ ଯୁବ ଗୋଷ୍ଠୀର ଏଭଳି ପ୍ରୟାସକୁ ବିଭିନ୍ନ ମହଲରେ ସ୍ବାଗତ କରାଯାଇଛି । ମହାନଦୀ କୂଳରେ ଅବସ୍ଥିତ ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ବର୍ଷା ଋତୁରେ ନଦୀକୂଳିଆ ଅଞ୍ଚଳରେ ବିଭିନ୍ନ ପ୍ରଜାତିର ବିଷଧର ସାପ ଦେଖିବାକୁ ମିଳିଥାଏ। ଅନେକ ସମୟରେ ଏଭଳି ବିଷଧର ସାପ କାମୁଡାରେ ରୋଗୀ ମୃତ୍ୟୁ ମୁଖରେ ପଡ଼ିଥାଏ ।

ତେବେ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ପର୍ଯ୍ୟାପ୍ତ ପରିମାଣର ବିଷ ରୋଧକ ଇଞ୍ଜେକସନ ଉପଲବ୍ଧ ରହିଥିବାରୁ ସର୍ପାଘାତ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ସରଳ ହୋଇ ପାରିଛି । କିନ୍ତୁ ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ମଧ୍ୟରେ ଜନସଚେତନତା ଅଭାବରୁ ସର୍ପାଘାତ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ବଦଳରେ ଝଡାଫୁଙ୍କା ଓ ଗୁଣିଗାରେଡିର ସହାୟତାରେ ଚିକିତ୍ସା କରାଯାଉଛି । ଏନେଇ ଅଧିକାଂଶ ସମୟରେ ରୋଗୀ ମୃତ୍ୟୁ ମୁଖରେ ପଡୁଛନ୍ତି ।

ଏହା ମଧ୍ୟ ପଢନ୍ତୁ- ବୌଦ୍ଧରେ ବୃଦ୍ଧି ପାଉଛି ସର୍ପାଘାତ: ଗତମାସରେ 20ଟି ମାମଲା, ଜନସଚେତନତା ଉପରେ ଗୁରୁତ୍ବ

ଅନ୍ୟପଟେ ସାପକୁ ନେଇ ଲୋକଙ୍କ ମଧ୍ୟରେ ବିଭିନ୍ନ ଭ୍ରାନ୍ତ ଧାରଣା ରହିଥିବାରୁ ସର୍ପାଘାତ ରୋଗୀଙ୍କୁ ଚିକିତ୍ସା ଯୋଗାଇବା ଓ ସାପକୁ ଦେଖିବା ମାତ୍ରକେ ମାରି ଦିଆଯାଏ । ବର୍ତ୍ତମାନର ସଦ୍ୟ ରିପୋର୍ଟ ଅନୁସାରେ ବୌଦ୍ଧ ଜିଲ୍ଲାରେ ସର୍ବାଧିକ ସର୍ପାଘାତ ମାମଲା ସମ୍ମୁଖକୁ ଆସିଛି । ଚଳିତ ବର୍ଷ ଏଭଳି ସର୍ପାଘାତ ମାମଲା ଜିଲ୍ଳାର ବିଭିନ୍ନ ଡାକ୍ତରଖାନାରେ ମଧ୍ୟ ରେକର୍ଡ କରାଯାଇଥିବା ବେଳେ ଆହୁରି ଅନେକ ସର୍ପାଘାତ ରୋଗୀ ଡାକ୍ତରଖାନାରେ ଚିକିତ୍ସିତ ପାଇଁ ଆସି ନ ଥିବା ସୂଚନା ମିଳିଛି । ବର୍ତ୍ତମାନ ବୌଦ୍ଧ ବନଖଣ୍ଡ ପକ୍ଷରୁ ମଧ୍ୟ ବିଭିନ୍ନ ନଦୀ କୂଳିଆ ଅଞ୍ଚଳରେ ଏନେଇ ବ୍ୟାପକ ଜନସଚେତନତା ସୃଷ୍ଟି ପାଇଁ ଉଦ୍ୟମ କରାଯାଉଥିବା ଜଣାପଡିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.