ETV Bharat / state

ହିତାଧିକାରୀଙ୍କୁ ମିଳିପାରୁନି ସରକରୀ ସହାୟତା, ଅସହାୟ ଅବସ୍ଥାରେ ବିଧବା ବୃଦ୍ଧା

ବୌଦ୍ଧରେ ଫେଲ ମାରିଛି ସରକାରୀ ଯୋଜନା । ପ୍ରକୃତ ହିତାଧିକାରୀଙ୍କୁ ମିଳିପାରୁନି ସରକରୀ ସହାୟତା । ଜିଲ୍ଲାପାଳଙ୍କୁ ଗୁହାରି କଲେ ବିଧବା ବୃଦ୍ଧା ରମା । ଅଧିକ ପଢନ୍ତୁ

author img

By

Published : Sep 23, 2022, 7:17 PM IST

ହିତାଧିକାରୀଙ୍କୁ ମିଳିପାରୁନି ସରକରୀ ସହାୟତା
ହିତାଧିକାରୀଙ୍କୁ ମିଳିପାରୁନି ସରକରୀ ସହାୟତା

ବୌଦ୍ଧ: ଅସହାୟ ଭିନ୍ନକ୍ଷମ, ବୃଦ୍ଧ, ବୃଦ୍ଧାଙ୍କ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି ସରକାର । ହେଲେ ସୁଫଳ ପାଇପାରୁନାହାନ୍ତି ହିତାଧିକାରୀ । ସାତ ସପନ ପାଲଟିଛି ସରକାରୀ ଯୋଜନା । ନାଁ ମିଳିଛି ଭତ୍ତା ନା ଆବାସ ଗୃହ । ଅସହାୟ ଅବସ୍ଥାରେ କାଳ କାଟୁଛନ୍ତି ବିଧବା ବୃଦ୍ଧା । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲାର ବିଚିକା ଗ୍ରାମରେ ।

ହିତାଧିକାରୀଙ୍କୁ ମିଳିପାରୁନି ସରକରୀ ସହାୟତା

ଏହା ମଧ୍ୟ ପଢନ୍ତୁ: ବୌଦ୍ଧର ଦୁଃଖିନୀ ଅଙ୍ଗନବାଡି ଦିଦି, ଗୁହାଳରେ ବିତୁଛି ଜୀବନ

ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ଅନେକ ସ୍ଥାନରେ ସାମାଜିକ ସୁରକ୍ଷାକୁ ନେଇ ବାରମ୍ବାର ସମସ୍ୟା ଉପୁଜୁଥିବା ବେଳେ ବର୍ତ୍ତମାନ ବିଳାସପୁର ପଞ୍ଚାୟତ ବିଚିକା ଗ୍ରାମର ବୃଦ୍ଧା ରମା ମଲ୍ଲିକଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ରମାଙ୍କ ସ୍ବାମୀ ଗତ ଦୁଇ ବର୍ଷ ପୂର୍ବରୁ ମୃତ୍ୟୁବରଣ କରିସାରିଥିଲେ ମଧ୍ୟ ତାଙ୍କୁ ଏଯାବତ ବିଧବା ଭତ୍ତା ମିଳିପାରିନଥିବା ଅଭିଯୋଗ ହୋଇଛି । ଏହାସହ ତାଙ୍କ ମୁଣ୍ଡ ଉପରେ ପକ୍କା ଛାତ ଖଣ୍ଡେ ନଥିବାରୁ ସେ ବାଧ୍ୟ ହୋଇ ଏକ ଭଙ୍ଗା ଦଦରା ଘରେ ଆଶ୍ରୟ ନେଉଥିବା ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ରମା ବାରମ୍ବାର ବିଳାସପୁର ପଞ୍ଚାୟତ ଠାରୁ ନେଇ କଣ୍ଟାମାଳ ବ୍ଲକର ସରକାରୀ ବାବୁଙ୍କୁ ଗୁହାରି କଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଛନ୍ତି ।

ରମାଙ୍କ ଭଳି କଣ୍ଟାମାଳ ବ୍ଲକରେ ଶହ ଶହ ଏଭଳି ଅସହାୟ ହିତାଧିକାରୀଙ୍କ ସମାନ ଅବସ୍ଥା ଥିବା ଚର୍ଚ୍ଚା ହୋଇ ଆସୁଛି । ତୁରନ୍ତ ଏଦିଗରେ ବୌଦ୍ଧ ଜିଲ୍ଲାପାଳ ସ୍ବତନ୍ତ୍ର ଦୃଷ୍ଟି ଦେଇ ପଦକ୍ଷେପ ଗ୍ରହଣ କରିବାକୁ ବୃଦ୍ଧା ରମା ଗୁହାରି କରିଛନ୍ତି । ବୃଦ୍ଧା ରମା କହିଛନ୍ତି ଯେ," ନାଁ ଭତ୍ତା ଦିଆହେଉଛି ନାଁ ଘର । ମୋ ସ୍ବାମୀର ମୃତ୍ୟୁକୁ ଦୁଇବର୍ଷ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ବିଧବା ଭତ୍ତା ମିଳିପାରିନାହିଁ । ସରାକର ତ ଅନେକ ଯୋଜନା କରୁଛନ୍ତି କିନ୍ତୁ ଆମେ କୌଣସି ସୁଫଳ ପାଇପାରୁନାହୁଁ । ପଞ୍ଚାୟତରୁ ବ୍ଳକ, ବ୍ଳକରୁ ପଞ୍ଚାୟତକୁ ଦୌଡି ଦୌଡି ବହୁତ ହଇରାଣ ହେଉଛୁ ଆମେ । ନା ମିଳୁଛି ଆମକୁ ଭତ୍ତା ନା ମିଳୁଛି ଆବାସ ଗୃହ । ଆମକୁ ଯଦି ଦେବେନାହିଁ ତେବେ ମନା କରି ଦିଅନ୍ତୁ । ଗରିବଲୋକଙ୍କୁ କଣ ପାଇଁ ହଇରାଣ କରୁଛନ୍ତି ଏହି ସରକାରୀ କର୍ମଚାରୀ । ଏଥିପାଇଁ ଶେଷରେ ଆମେମାନେ ଆସି ଜିଲ୍ଲାପାଳଙ୍କୁ ଗୁହାରି କରିଛୁ । ଆମକୁ ଭତ୍ତା ସହ ଏକ ବାସଗୃହ ଯୋଗାଇବା ପାଇଁ ଗୁହାରି କରିଛୁ ।"

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.