ETV Bharat / state

ଅବ୍ଯବସ୍ଥା ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାଲିଛି ସ୍ବାସ୍ଥ୍ଯସେବା

ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ଦେଖାଦେଇଛି ଘୋର ଅବ୍ୟବସ୍ଥା । ଗରମ ଓ ଗୁଳୁଗୁଳି ରେ ଆଉଟୁପାଉଟୁ ରୋଗୀ । ରୋଗୀଙ୍କ ସମ୍ପର୍କୀୟ ମଧ୍ୟ ଚିକିତ୍ସାଳୟରେ ଆନୁଷଙ୍ଗିକ ବ୍ୟବସ୍ଥା ନଥିବାରୁ କଲବଲ ହେଉଥିବା ଦେଖିବାକୁ ମିଳିଛି ।

author img

By

Published : May 9, 2019, 12:06 AM IST

ଫଟୋ ସୌଜନ୍ୟ : ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ଦେଖାଦେଇଛି ଘୋର ଅବ୍ୟବସ୍ଥା । ଗରମ ଓ ଗୁଳୁଗୁଳିରେ ଆଉଟୁପାଉଟୁ ରୋଗୀ । ରୋଗୀଙ୍କ ସମ୍ପର୍କୀୟ ମଧ୍ୟ ଚିକିତ୍ସାଳୟରେ ଆନୁଷଙ୍ଗିକ ବ୍ୟବସ୍ଥା ନଥିବାରୁ କଲବଲ ହେଉଥିବା ଦେଖିବାକୁ ମିଳିଛି ।

ଭିଡିଓ ସୌଜନ୍ୟ : ପ୍ରତିନିଧି, ବୌଦ୍ଧ

ବେଡ୍ ଅଭାବରୁ ରୋଗୀ ବାରଣ୍ଡାରେ ପଡି ଛଟପଟ ହେଉଥିବା ବେଳେ, ମେଡିକାଲରେ ପାଣି,ଲାଇଟ,ଶୌଚାଳୟ, ପଙ୍ଖା ଆଦିର କୌଣସି ବ୍ୟବସ୍ଥା ନଥିବାରୁ ସମ୍ପର୍କୀୟ ମାନେ ଅସୁବିଧା ହେଉଥିବାର ଅଭିଯୋଗ ହୋଇଛି ।

ପାରଦ ବଢି ବଢି ଜିଲ୍ଲାରେ ତାପମାତ୍ରା ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ଏପଟେ ରୋଗୀଙ୍କ ସମ୍ପର୍କୀୟ ଙ୍କ ନିମନ୍ତେ ବିଭାଗ ପକ୍ଷରୁ କୌଣସି ବ୍ୟବସ୍ଥା ନଥିବାରୁ ଦିନ ବେଳା ତାତିଲା ଝାଞ୍ଜି ପବନରେ ସିଝୁଥିବା ବେଳେ ରାତିର ଅନ୍ଧାରରେ ସମୟ କାଟୁଛନ୍ତି ଏମାନେ ।

ମୁଖ୍ୟ ଚିକିତ୍ସାଳୟରେ ଏପରି ଅବ୍ଯବସ୍ଥାକୁ ନେଇ ସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ରୋଗୀଙ୍କ ସମ୍ପର୍କୀୟ ମାନଙ୍କ ମଧ୍ୟରେ ଅସନ୍ତୋଷ ବସା ବାନ୍ଧିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.