ETV Bharat / state

ଖାକିରେ ଦୁର୍ନୀତିର ଦାଗ, ଲକ୍ଷେ ଟଙ୍କା ଲାଞ୍ଚ ନେଇ ଧରାପଡିଲେ ହରଭଙ୍ଗା ଥାନା ଅଧିକାରୀ - ଲାଞ୍ଚ ନେଇ ଧରାପଡିଲେ ହରଭଙ୍ଗା ଥାନା ଅଧିକାରୀ

ଭିଜିଲାନ୍ସ ପଞ୍ଝାରେ ବୌଦ୍ଧ ଜିଲ୍ଲା ହରଭଙ୍ଗା ମହିଳା ଥାନା ଅଧିକାରୀ । ବାଲି ବ୍ୟବସାୟୀଙ୍କଠାରୁ ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ । ଅଧିକ ପଢ଼ନ୍ତୁ

vigilance raid
ଭିଜିଲାନ୍ସ ଜାଲରେ ମହିଳା ଥାନା ଅଧିକାରୀ
author img

By

Published : Jul 21, 2023, 8:00 PM IST

Updated : Jul 21, 2023, 8:15 PM IST

ଭିଜିଲାନ୍ସ ଜାଲରେ ମହିଳା ଥାନା ଅଧିକାରୀ

ବୌଦ୍ଧ: ଖାକିରେ ଲାଗିଲା ଦୁର୍ନୀତିର ଦାଗ । ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ମହିଳା ଥାନା ଅଧିକାରୀ । ଏକ ଲକ୍ଷ ଟଙ୍କା ଲାଞ୍ଚ ନେଇ ଗିରଫ ହୋଇଛନ୍ତି ବୌଦ୍ଧ ଜିଲ୍ଲା ହରଭଙ୍ଗା ମହିଳା ଥାନା ଅଧିକାରୀ ପୁଷ୍ପଲତା ରାଉତରାୟ ।

ଏହା ମଧ୍ୟ ପଢ଼ନ୍ତୁ: ଲାଞ୍ଚ ନେବାବେଳେ ଧରାପଡିଲେ ଅମିନ, ଗିରଫ ସହ ବିଭିନ୍ନ ସ୍ଥାନରେ ଭିଜିଲାନ୍ସର ରେଡ୍

ସୂଚନା ଅନୁଯାୟୀ, ଜିଲ୍ଲାର ହରଭଙ୍ଗା ଥାନା ଅନ୍ତର୍ଗତ ମହାନଦୀରୁ ବାଲି ଠିକାରେ ନେଉଥିବା ଶରତ କୁମାର ବେହେରା ବେଆଇନ ବାଲି ଚୋରା ଚାଲାଣ ଅଭିଯୋଗରେ ହରଭଙ୍ଗା ପୋଲିସ ଟ୍ରକ ଜବତ କରିଥିଲା । ଏସବୁ ମାମଲାକୁ ରଫାଦଫା ପାଇଁ ହରଭଙ୍ଗା ଥାନା ଅଧିକାରୀ ପୁଷ୍ପଲତା ରାଉତରାୟ ବାଲି ବ୍ୟବସାୟୀଙ୍କ ସହ ଡିଲ୍‌ କରିଥିଲେ । ଏଥିପାଇଁ ତାଙ୍କୁ ଏକ ଲକ୍ଷ ଟଙ୍କା ଦାବି କରିଥିଲେ । ବାଲି ବ୍ୟବସାୟୀ ୮୦ ହଜାର ଟଙ୍କା ଦେବାକୁ ରାଜି ଥିବାବେଳେ ସମୁଦାୟ ଲକ୍ଷେ ଟଙ୍କା ଲାଞ୍ଚ ପାଇଁ ଆଇଆଇସି ଦାବି କରିଥିଲେ । ଏନେଇ ବାଲି ବ୍ୟବସାୟୀ ଫୁଲବାଣୀ ଭିଜିଲାନ୍ସ ବିଭାଗରେ ଅଭିଯୋଗ କରିଥିଲେ । ଏହାପରେ ପୂର୍ବ ପ୍ରସ୍ତୁତି ମୁତାବକ ଭିଜିଲାନ୍ସ ବିଭାଗ ହରଭଙ୍ଗା ଥାନା ଅଧିକାରୀଙ୍କୁ ଲାଞ୍ଚ ନେବାବେଳେ ଧରିଥିଲା । ଭିଜିଲାନ୍ସ ପକ୍ଷରୁ ମହିଳା ଥାନା ଅଧିକାରୀ ପୁଷ୍ପଲତା ରାଉତରାୟଙ୍କୁ ଗିରଫ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ: ମଦ ବ୍ୟବସାୟଙ୍କଠାରୁ ଲାଞ୍ଚ ନେଉଥିଲେ 2 ପୋଲିସ, ମାଡି଼ ବସିଲା ଭିଜିଲାନ୍ସ

ସୂଚନା ଥାଉକି, ନିକଟରେ ବାଲେଶ୍ବର ଜିଲ୍ଲା ଚାନ୍ଦିପୁର ଥାନା ଅଧିକାରୀଙ୍କ ସମେତ ଜଣେ ASI ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଥିଲେ । ଲାଞ୍ଚ ନେବା ମାମଲାରେ ଭିଜିଲାନ୍ସ ଦୁଇ ପୋଲିସ ଅଧିକାରୀଙ୍କୁ ହେପାଜତକୁ ନେଇଛି । ଚାନ୍ଦିପୁର ଥାନା ଅଧୀନରେ ଥିବା ଏକ ସରକାରୀ ବିଦେଶୀ ମଦ ଦୋକାନରୁ ମାସିକିଆ ବଟି ହିସାବରେ ଆଇଆଇସି ଗଣେଶ୍ୱର ପ୍ରଧାନ ଓ ଏଏସଆଇ ପ୍ରଦୀପ ମହାନ୍ତି 50 ହଜାର ଟଙ୍କା ଦାବି କରିଥିଲେ । ସରକାରୀ ବିଦେଶୀ ମଦ ଦୋକାନ ମାଲିକ ଏହାକୁ ପ୍ରତ୍ୟାଖ୍ୟାନ କରିବା ସହ ଏନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ସେମାନଙ୍କ ବାସଭବନରେ ଚଢାଉ କରିଥିଲା ଭିଜିଲାନ୍ସ । ତେବେ ପୂର୍ବ ଯୋଜନା ମୁତାବକ, ମଦ ଦୋକାନ ମାଲିକ ଦୁଇ ପୋଲିସ ବାବୁଙ୍କୁ ଲାଞ୍ଚ ଟଙ୍କା ଦେବା ବେଳେ ଭିଜିଲାନ୍ସ ମାଡ଼ି ବସିଥିଲା । ଏହାସହ ଲାଞ୍ଚ ନେବାରେ ସହଯୋଗ କରିଥିବା ASI ପ୍ରଦୀପ କୁମାର ମହାନ୍ତି ଓରଫ ବଳି ମଧ୍ୟ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ।

ଇଟିଭି ଭାରତ, ବୌଦ୍ଧ

Last Updated : Jul 21, 2023, 8:15 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.