ETV Bharat / state

ମହାନଦୀ ଗର୍ଭସ୍ଥ ସିଦ୍ଧ ହନୁମାନ ମନ୍ଦିରକୁ ଛୁଟିଲା ଶ୍ରଦ୍ଧାଳୁଙ୍କ ସୁଅ, ଭାବବିହ୍ବଳ ଭକ୍ତ

author img

By

Published : Apr 7, 2023, 1:07 PM IST

ହନୁମାନ ଜୟନ୍ତୀ ଅବସରରେ ମହାନଦୀ ଗର୍ଭରେ ଥିବା ଏହି ବିରଳ ହନୁମାନଙ୍କ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ଅଧିକ ପଢନ୍ତୁ

hanuman jayanti
hanuman jayanti
hanuman jayanti

ବୌଦ୍ଧ: ଆନନ୍ଦ ଉଲ୍ଲାସରେ ପାଳିତ ହୋଇଯାଇଛି ହନୁମାନ ଜୟନ୍ତୀ । ଗତକାଲି ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିବା ବେଳେ ମହାନଦୀ ଗର୍ଭରେ ଥିବା ଏହି ବିରଳ ହନୁମାନଙ୍କ ମନ୍ଦିରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଥିଲା । ସନ୍ଧ୍ୟା ସମୟରୁ ଆରମ୍ଭ ହୋଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏହି ମହାନ ଉତ୍ସବକୁ ଶ୍ରଦ୍ଧାଳୁ ମାନେ ପାଳନ କରିଥିବା ବେଳେ ଜଙ୍ଗଲ ମନ୍ତ୍ରୀ ଏହି ଅବସରରେ ମହାନଦୀରେ ମହାଆଳତୀ କରିଥିଲେ । ତେବେ ପବିତ୍ର ଚୈତ୍ର ପୂର୍ଣ୍ଣିମା ନିମନ୍ତେ ଜିଲ୍ଲାର ବିଭିନ୍ନ ଧାର୍ମିକ ପୀଠରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବିଶେଷ ଭାବରେ ଚୈତ୍ର ପୂର୍ଣ୍ଣିମାକୁ ହନୁମାନଙ୍କ ଜୟନ୍ତୀ ଭାବରେ ପୁରପଲ୍ଲୀରେ ପାଳନ କରାଯାଇଥାଏ । ମହାନଦୀ କୂଳରେ ଅବସ୍ଥିତ ଏହି ଐତିହାସିକ ବୌଦ୍ଧ ଜିଲ୍ଲାରେ ଅତ୍ୟନ୍ତ ଆନନ୍ଦ ଓ ଶ୍ରଦ୍ଧାର ସହିତ ପବନ ପୁତ୍ର ହନୁମାନଙ୍କ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି ।

ମହାନଦୀ ଗର୍ଭରେ ଅବସ୍ଥିତ ଜିଲ୍ଲା ତଥା ସମଗ୍ର ମହାନଦୀର ଅବବାହିକାର ଏକମାତ୍ର ହନୁମାନଙ୍କ ପୀଠରେ ଏଥିପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବୌଦ୍ଧ ସହରର ନିକଟରେ ମହାନଦୀର ଏକ ବିରାଟ ପଥର ଟାପୁ ଉପରେ ପ୍ରାୟ ଶହେ ବର୍ଷର ଏହି ବିରଳ ହନୁମାନ ମନ୍ଦିର ଭକ୍ତ, ଶ୍ରଦ୍ଧାଳୁଙ୍କ ସମେତ ପର୍ଯ୍ୟଟକଙ୍କ ପ୍ରଥମ ପସନ୍ଦ ସ୍ଥାନ । ତେବେ ଏହି ହନୁମାନ ଜୟନ୍ତୀ ଅବସରରେ ବୌଦ୍ଧର ଏହି ପ୍ରସିଦ୍ଧ ସିଦ୍ଧ ହନୁମାନଙ୍କ ପୀଠରେ ଦିନ ତମାମ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ବିଶେଷ କରି ସନ୍ଧ୍ୟା ଠାରୁ ନେଇ ବିଳମ୍ବିତ ରାତି ପର୍ଯ୍ୟନ୍ତ ବିଭିନ୍ନ ଆଧ୍ୟାତ୍ମିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଘୃତ ଯଜ୍ଞ, ନାମ ଯଜ୍ଞ, ଅନ୍ନ ଯଜ୍ଞ ସହିତ ସିଦ୍ଧ ହନୁମାନଙ୍କୁ ସ୍ବତନ୍ତ୍ର ରୀତିନୀତିରେ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ଜିଲ୍ଲା ତଥା ପଡୋଶୀ ଜିଲ୍ଲାର ହଜାର ହଜାର ଶ୍ରଦ୍ଧାଳୁ ପ୍ରଭୁ ହନୁମାନଙ୍କ ଦର୍ଶନ କରିଥିଲେ ।

ଏହା ମଧ୍ୟ ପଢନ୍ତୁ- India Corona: ମୁଣ୍ଡ ଟେକିଲା କୋରୋନା, ଦିନକରେ ସଂକ୍ରମଣ 6 ହଜାର ପାର୍‌

ସେହିପରି ଚୈତ୍ର ପୂର୍ଣ୍ଣିମା ଅବସରରେ ମହାନଦୀରେ ମହାଆଳତୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ, ନଗରପାଳ ମୃତୁଞ୍ଜୟ ମିଶ୍ର ପ୍ରମୁଖ ମହାନଦୀରେ ମହାଆଳତୀରେ ଅଂଶଗ୍ରହଣ କରିଥିଲେ । ମହାନଦୀର ସୁରକ୍ଷା ତଥା ସ୍ବଚ୍ଛତା ପାଇଁ ଆରମ୍ଭ ହୋଇଥିବା ଏଭଳି ଅଭିନବ ପଦକ୍ଷେପକୁ ଜଙ୍ଗଲ ମନ୍ତ୍ରୀ ଖୁବ ପ୍ରଶଂସା କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.