ETV Bharat / state

ପାହାଡ ଚଢି ପାରୁନି ବିକାଶ ଗାଡି, ମୌଳିକ ସୁବିଧାରୁ ବଞ୍ଚିତ 7ଟି ଗ୍ରାମ - Govt schema still not reached in boudh

ବୌଦ୍ଧ ଜିଲ୍ଲା ଆଢେଣୀଗଡ଼ ପଞ୍ଚାୟତରେ ରହୁଥିବା ସାତୋଟି ଅପହଞ୍ଚ ଇଲାକକୁ ଏବେ ବି ପହଞ୍ଚିପାରୁନି ସରକାରୀ ସହାୟତା । ସମସ୍ତ ସୁବିଧାରୁ ବଞ୍ଚିତ 7ଟି ଅପହଞ୍ଚ ଇଲାକା । ଅଧିକ ପଢନ୍ତୁ...

Govt schema still not reached in boudh
ଏବେବି ସରକାରୀ ସୁବିଧାରୁ ବଞ୍ଚିତ ବୌଦ୍ଧର ଅପହଞ୍ଚ ଇଲାକା
author img

By

Published : Dec 13, 2019, 7:07 PM IST

ବୌଦ୍ଧ: ସ୍ବାଧୀନତାର ୭୨ ବର୍ଷ ପରେ ମଧ୍ୟ ସରକାରୀ ସୁବିଧା ପହଞ୍ଚି ପାରିନି ବୌଦ୍ଧ ଜିଲ୍ଲାର ବିଭିନ୍ନ ଅପହଞ୍ଚ ଇଲାକାରେ । ଏହାର ସତ୍ୟାସତ୍ୟ ଜାଣିବା ପାଇଁ ଆଢେଣୀଗଡ଼ ପଞ୍ଚାୟତରେ ରହୁଥିବା ସାତୋଟି ଅପହଞ୍ଚ ଇଲାକକୁ ପହଞ୍ଚିଥିଲା ଜିଲ୍ଲା ପ୍ରଶାସନ । ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଏକ ଅଞ୍ଚଳର ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥିବା ବେଳେ ଏସବୁଥିରୁ ବାଦ ପଡିଛି ଜଙ୍ଗଲ ମଧ୍ୟରେ ଥିବା ସାତଟି ଗାଁ ।

ଏବେବି ସରକାରୀ ସୁବିଧାରୁ ବଞ୍ଚିତ ବୌଦ୍ଧର ଅପହଞ୍ଚ ଇଲାକା

ଆଢେଣୀଗଡ ପଞ୍ଚାୟତର ମାଧପୁର ଠାରୁ ପ୍ରାୟ 12 କିଲୋମିଟର ଦୂର ଲକଡପାଜୁ ଓ ସାବେରୀ ଓ୍ବାର୍ଡରେ ଦେଖିବାକୁ ମିଳିଥିଲା ଲୋକଙ୍କ ବିଭିନ୍ନ ସମସ୍ୟା । ସାବେରୀ ଓ୍ବାର୍ଡ ଅଧିନରେ ମାଣ୍ଡାଲି, ଏର୍ଡାପାଜୁ ଭଳି ସାତଗୋଟି ଗାଁ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ସୀମାନ୍ତ ଗାଁ, ଯାହାକି ତିନୋଟି ଜଙ୍ଗଲ ମଝିରେ ରହିଛି । ଏଠାକୁ ସମ୍ପୂର୍ଣ୍ଣ ଭାବେ ସରକାରୀ ଯୋଜନା ଓ ବିକାଶ ପହଞ୍ଚି ପାରିନଥିବା ଅଭିଯୋଗ ହୋଇଛି ।

ଅଙ୍ଗନବାଡି ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟସେବା ପର୍ଯ୍ୟନ୍ତ ସବୁ ଏଠାରେ ଭଗବାନଙ୍କ ଭରସାରେ । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏହି ଅଞ୍ଚଳକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କ ମୌଳିକ ଅସୁବିଧା ସମ୍ପର୍କରେ ଗୁହାରୀ କରିଥିଲେ । ମାଧପୁର ବନାଞ୍ଚଳ ଅଧିନରେ ଥିବା ଏହି ଅପହଞ୍ଚ ଅଞ୍ଚଳକୁ ଗମନାଗମନର ସୁବିଧା ହେଲେ ବିକାଶର ଧାରା ପହଞ୍ଚି ପାରିବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଅପହଞ୍ଚ ଇଲାକାରେ ପହଞ୍ଚିବାକୁ ଚେଷ୍ଟା କଲା ପ୍ରଶାସନ ।ସାତ ସାତୋଟି ନଗଡା ର ଚିତ୍ର ଜାଣିବାକୁ ଚେଷ୍ଟା କରି ଅପହଞ୍ଚ ଇଲାକାରେ ପହଞ୍ଚିଥିଲା ଈଟିଭି ଭାରତର ଟିମ ।
ଶିକ୍ଷା, ସ୍ବାସ୍ଥ୍ୟ ଓ ଗମନାଗମନ ଏକ ଅଞ୍ଚଳର ବିକାଶ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥିବା ବେଳେ ଏ ସବୁଥିରୁ ବାଦ ପଡିଛି ଜଙ୍ଗଲ ମଧ୍ୟରେ ଥିବା ସାତଟି ଗାଁ ।ଆଢେଣୀଗଡ ପଞ୍ଚାୟତ ର ମାଧପୁର ଠାରୁ ପ୍ରାୟ ବାର କିଲୋମିଟର ଦୂର ଲକଡପାଜୁ ଓ ସାବେରୀ ଓ୍ବାର୍ଡରେ ଈଟିଭି ଭାରତ ପହଞ୍ଚି ଲୋକଙ୍କ ସମସ୍ୟା ପଚାରି ବୁଝିଥିଲା । ସାବେରୀ ଓ୍ବାର୍ଡ ଅଧିନରେ ମାଣ୍ଡାଲି,ଏର୍ଡାପାଜୁ ଭଳି ସାତଗୋଟି ଗାଁ ବୌଦ୍ଧ ଓ କନ୍ଧମାଳ ଜିଲ୍ଲାର ସୀମାନ୍ତ ଗାଁ, ଯାହାକି ତିନୋଟି ଜଙ୍ଗଲ ମଝିରେ ରହିଛି ।ଏଣୁ ସ୍ବାଧୀନତାର୭୨ ବର୍ଷ ପରେ ମଧ୍ୟ ଏଠାକୁ ସମ୍ପୂର୍ଣ୍ଣ ଭାବେ ସରକାରୀ ଯୋଜନା ଓ ବିକାଶ ପହଞ୍ଚି ପାରି ନଥିବା ଅଭିଯୋଗ ହୋଇଛି ।ଅଙ୍ଗନବାଡି ଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ସେବା ପର୍ଯ୍ୟନ୍ତ ସବୁ ଏଠାରେ ଭଗବାନଙ୍କ ଭରସାରେ ।ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଏହି ଅଞ୍ଚଳକୁ ଯାଇଥିବା ବେଳେ ସ୍ଥାନୀୟ ଲୋକେ ସେମାନଙ୍କ ମୌଳିକ ଅସୁବିଧା ସମ୍ପର୍କରେ ଗୁହାରୀ କରିଥିଲେ ।ମାଧପୁର ବନାଞ୍ଚଳ ଅଧିନରେ ଥିବା ଏହି ଅପହଞ୍ଚ ଅଞ୍ଚଳକୁ ଗମନାଗମନ ର ସୁବିଧା ହେଲେ ବିକାଶର ଧାରା ପହଞ୍ଚି ପାରିବ ବୋଲି ବୁଦ୍ଧିଜୀବୀ ମତ ପ୍ରକାଶ କରିଛନ୍ତି ।

Body:ଅପହଞ୍ଚ ଇଲାକାରେ ଈଟିଭି ଭାରତ ଟିମ ।

Conclusion:ବାଇଟ-୧-ସାନନ୍ଦକହଁର, ଗ୍ରାମବାସୀ
ବାଇଟ-୨-ବ୍ରହ୍ମବାସୀ ବେଉରା,ବୁଦ୍ଧିଜୀବୀ
ବାଇଟ-୩-କୃଷ୍ଣ ଚନ୍ଦ୍ର କହଁର, ଓ୍ବର୍ଡମେମ୍ବର
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.