ETV Bharat / state

ଫେଲ ମାରିଛି ସରକାରୀ ଯୋଜନା; ଭଙ୍ଗା ଦଦରା ଘରେ ବିତୁଛି ବୃଦ୍ଧାଙ୍କ ଜୀବନ

author img

By

Published : Mar 12, 2021, 12:11 PM IST

Updated : Mar 12, 2021, 12:43 PM IST

ବୌଦ୍ଧ ଜିଲ୍ଲା ମୁର୍ଷୃଣ୍ଢି ପଞ୍ଚାୟତ ପଲାସ ଗ୍ରାମର ବୃଦ୍ଧା ଅମୃତ ସାହୁଙ୍କ ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ସାତ ସପନ ହୋଇଛି । ଅଧିକ ପଢନ୍ତୁ...

ଭଙ୍ଗା ଦଦରା ଘରେ ବିତୁଛି ବୃଦ୍ଧା ଅମୃତଙ୍କ ଜୀବନ

ବୌଦ୍ଧ: ଗରିବ ଅସହାୟଙ୍କ ପାଇଁ ସରକାରଙ୍କ ମାଳମାଳ ଯୋଜନା । ହେଲେ ଏହା କେବଳ ନାଁକୁ ରହିଯାଇଛି । ବାରମ୍ବାର ପଞ୍ଚାୟତରେ ଗୁହାରି କରିବା ପରେ ବି ଆବାସ ଯୋଜନାରେ ଘର ଖଣ୍ଡେ ପାଉବା ସ୍ବପ୍ନ ହୋଇଛି । ଆମେ କହୁଛୁ ବୌଦ୍ଧ ଜିଲ୍ଲା ମୁର୍ଷୃଣ୍ଢି ପଞ୍ଚାୟତ ପଲାସ ଗ୍ରାମର ବୃଦ୍ଧା ଅମୃତ ସାହୁଙ୍କ କଥା ।

ଦଦରା ଘରେ ବିତୁଛି ବୃଦ୍ଧା ଅମୃତଙ୍କ ଜୀବନ

ସ୍ବାମୀଙ୍କର ଦେହାନ୍ତ ହେବା ପରେ ଘରେ ବୃଦ୍ଧାଙ୍କ ପରିବାର କହିଲେ ଆଉ କେହି ନାହାଁନ୍ତି । ନିଜ ଜୀବନ କାଳ ଭିତରେ ଭଲ ଘର ଖଣ୍ଡେ ପାଇବା ତାଙ୍କ ପାଇଁ ସ୍ବପ୍ନ ହୋଇଛି । ବାରମ୍ବାର ପଞ୍ଚାୟତରେ ଗୁହାରି କରିବା ପରେ ବି ତାଙ୍କ ମୁଣ୍ଡ ଉପରେ ଖଣ୍ଡେ ଛାତ ଘର ଦେଖି ପାରିଲେ ନାହିଁ ବୋଲି କହିଛନ୍ତି ଅମୃତ । ଘର ତ ଘର ଏ ପର୍ଯ୍ୟନ୍ତ ଆବାସ ଯୋଜନାରେ ମଧ୍ୟ ସାମିଲ ହୋଇନାହାନ୍ତି ।

ପଞ୍ଚାୟତରେ ବାରମ୍ବାର କହିବା ପରେ ବି କେହି କର୍ଣ୍ଣପାତ କରିନଥିବା କହିଛନ୍ତି ଅମୃତ । ଭଲ ଘର ଖଣ୍ଡେ ନଥିବାରୁ ଖୋଲି ଆକାଶ ତଳେ ରୋଷେଇ କରି ଏକ ଭଙ୍ଗା ଘରେ ରହିବାକୁ ବାଧ୍ୟ ହୋଇଛନ୍ତି ଅମୃତ । ତେବେ ପଞ୍ଚାୟତ ଏ ନେଇ ସବୁ ଜାଣିବା ପରେ ବି ବୃଦ୍ଧାଙ୍କ କାହିଁକି ଘରଟିଏ ମିଳି ପାରିନି ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆବାସ ଯୋଜନାକେ ଦୁର୍ନୀତି ହେବା ଫଳରେ ପ୍ରକୃତ ହିତାଧିକାରୀ ଏହାକ ଲାଭରୁ ବଞ୍ଚିତ ହେଉଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Mar 12, 2021, 12:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.