ETV Bharat / state

ବୌଦ୍ଧରେ ପୋଲିସ ଓ ଅବକାରୀ ବିଭାଗର ଚଢାଉ, 50 କୋଟିର ଗଞ୍ଜେଇ ଚାଷ ନଷ୍ଟ - boudh ganja farm destroyed

ବୌଦ୍ଧ ଅବକାରୀ ବିଭାଗ ଓ ପୋଲିସର ମିଳିତ ଚଢାଉର 50 କୋଟିରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି । ଅଧିକ ପଢନ୍ତୁ...

ganja seized by police and excise department of boudh
ବୌଦ୍ଧରେ ପୋଲିସ ଓ ଅବକାରୀ ବିଭାଗର ଚଢାଉ, 50 କୋଟିର ଗଞ୍ଜେଇ ଚାଷ ନଷ୍ଟ
author img

By

Published : Dec 12, 2020, 6:32 AM IST

ବୌଦ୍ଧ:ଉଭୟ ଜିଲ୍ଲା ଅବକାରୀ ବିଭାଗ ଓ ପୋଲିସକୁ ଗତ ସପ୍ତାହ ମଧ୍ୟରେ ଗଞ୍ଜେଇ ଚାଷ ନଷ୍ଟ ଅଭିଯାନରେ ବଡ ସଫଳତା ମିଳିଛି । ଶୁକ୍ରବାର ଗୋଟିଏ ଦିନରେ ଉଭୟେ ପ୍ରାୟ ପଚାଶ କୋଟିର ଗଞ୍ଜେଇ ଚାଷ ନଷ୍ଟ କରିଛନ୍ତି ।

ବୌଦ୍ଧରେ ପୋଲିସ ଓ ଅବକାରୀ ବିଭାଗର ଚଢାଉ, 50 କୋଟିର ଗଞ୍ଜେଇ ଚାଷ ନଷ୍ଟ
ଗତ ମାସରୁ ଆରମ୍ଭ ହୋଇଥିବା ଗଞ୍ଜେଇ ଦମନ ଅଭିଯାନ ବର୍ତ୍ତମାନ ଜୋରସୋରରେ ଚାଲିଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଆଭ୍ୟନ୍ତରୀଣ ଜଙ୍ଗଲ ଜମିରେ ହୋଇଥିବା ଗଞ୍ଜେଇ ଚାଷକୁ ଉଭୟ ଜିଲ୍ଲା ଅବକାରୀ ଓ ଜିଲ୍ଲା ପୋଲିସ ପୃଥକ ପୃଥକ ଭାବରେ ନଷ୍ଟ କରିବାରେ ଲାଗିଛନ୍ତି । ସପ୍ତାହରେ ତିନିରୁ ଚାରି ଦିନ ଏଭଳି ଚଢାଉ ଜାରି ରହିଥିବାବେଳେ ଅବକାରୀ ଓ ପୋଲିସ ସହିତ ଜଙ୍ଗଲ ଓ ରାଜସ୍ୱ ବିଭାଗର କର୍ମଚାରୀମାନେ ମଧ୍ୟ ସାମିଲ ହେଉଛନ୍ତି ।

ଜିଲ୍ଲା ଅବକାରୀ ବିଭାଗର ମିଳିତ ଚଢାଉରେ ଆମ୍ବଝରୀ ପଞ୍ଚାୟତ ଗଣ୍ଡିସର ଓ ସୁନାଝରୀ ଅଞ୍ଚଳର ଜଙ୍ଗଲରେ ହୋଇଥିବା 63 ଏକର ଗଞ୍ଜେଇ ଚାଷକୁ ନଷ୍ଟ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 18 କୋଟି ହେବ ବୋଲି ସୂଚନା ମିଳିଛି । ସେହିପରି ବୌଦ୍ଧ ପୋଲିସ ବଘିଆପଡା ଫାଣ୍ଡି ଅନ୍ତର୍ଗତ ରାମେଶ୍ୱର ଗ୍ରାମ୍ୟ ଜଙ୍ଗଲରେ ଚଢ଼ାଉ କରି ପ୍ରାୟ 125 ଏକରରୁ ଊର୍ଦ୍ଧ୍ବ ଗଞ୍ଜେଇ ଚାଷକୁ ନଷ୍ଟ କରିଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ 31 କୋଟିରୁ ଅଧିକ ହେବ ବୋଲି ସୂଚନା ମିଳିଛି । ଏହି ଚଢାଉ ଆଗାମୀ ଦିନରେ ଆହୁରି ଜୋରଦାର କରାଯିବ ବୋଲି ଅବକାରୀ ଅଧୀକ୍ଷକ କହିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.