ETV Bharat / state

2019ରେ ନଷ୍ଟ ହୋଇଛି କୋଟି କୋଟି ଟଙ୍କାର ଗଞ୍ଜେଇ ଗଛ

author img

By

Published : Dec 31, 2019, 11:57 PM IST

ନବ ବର୍ଷ ପୂର୍ବରୁ ପୁରୁଣା ବର୍ଷରେ ରେକର୍ଡ ସଂଖ୍ୟାରେ ନଷ୍ଟ କରାଯାଇଛି ବେଆଇନ ଗଞ୍ଜେଇ ଚାଷ। ସବୁଠାରୁ ଆଗରେ ଜିଲ୍ଲା ପୋଲିସ ରହିଥିବା ବେଳେ ତା ପଛକୁ ରହିଛି ଅବକାରୀ ବିଭାଗ।

ganja field destroy by both police and excize dept
2019ରେ ନଷ୍ଟ ହୋଇଛି କୋଟି କୋଟି ଗଞ୍ଜେଇ ଗଛ

ବୌଦ୍ଧ: ନବ ବର୍ଷ ପୂର୍ବରୁ ପୁରୁଣା ବର୍ଷରେ ରେକର୍ଡ ସଂଖ୍ୟାରେ ନଷ୍ଟ କରାଯାଇଛି ବେଆଇନ ଗଞ୍ଜେଇ ଚାଷ । ସବୁଠାରୁ ଆଗରେ ଜିଲ୍ଲା ପୋଲିସ ରହିଥିବା ବେଳେ ତା ପଛକୁ ରହିଛି ଅବକାରୀ ବିଭାଗ । ବୌଦ୍ଧ ଜିଲ୍ଲା ପ୍ରଶାସନ ପାଇଁ ଚଳିତ ବର୍ଷ ସବୁଠାରୁ ବଡ ଚ୍ୟାଲେଞ୍ଜ ଥିଲା ବେଆଇନ ଗଞ୍ଜେଇ ଚାଷ ।

ବୌଦ୍ଧ ଜିଲ୍ଲାର ବଘିଆପଡା, ଆମ୍ବଝରୀ, ଗୁନ୍ଦୁଳିଆ, ଶଗଡା, ଟିକରପଡା, ଲମ୍ବସରୀ, ଭଳି ପଞ୍ଚାୟତର ଘଞ୍ଚ ଜଙ୍ଗଲ ମଧ୍ୟରେ ଦୀର୍ଘ ବର୍ଷରୁ ଏଭଳି ବେଆଇନ କାର୍ଯ୍ୟ ଚାଲିଥିଲା । ଜଙ୍ଗଲ ବିଭାଗର ଜ୍ଞାତସାରରେ କିମ୍ବା ଉଦାସୀନତା ଯୋଗୁଁ ଏଭଳି ବେଆଇନ ଚାଷ ଚାଲିଥିଲେ ମଧ୍ୟ କିଛି ବିଭାଗର ଅସାଧୁ କର୍ମଚାରୀଙ୍କ ସହାୟତାରେ ଏହି କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି । ଅପରପକ୍ଷରେ ଆଭ୍ୟନ୍ତରୀଣ ଅଞ୍ଚଳର ନିରୀହ ଲୋକଙ୍କୁ ଆର୍ଥିକ ପ୍ରଲୋଭନ ଦେଖାଯାଇ ସେମାନଙ୍କୁ ମୋହରା ଭଳି ବ୍ୟବହାର କରାଯାଏ । ଚଳିତ ବର୍ଷ ଶେଷ ଦିନ ସୁଦ୍ଧା ସର୍ବାଧିକ ତଥା ରେକର୍ଡ ସଂଖ୍ୟାରେ ଏହି ବେଆଇନ ଚାଷକୁ ନଷ୍ଟ କରାଯାଇଥିବା ସୂଚନା ମିଳିଛି ।

2019ରେ ନଷ୍ଟ ହୋଇଛି କୋଟି କୋଟି ଗଞ୍ଜେଇ ଗଛ

ସୂଚନାମୁତାବକ, କେବଳ ଅବକାରୀ ବିଭାଗ ପ୍ରାୟ ୮୨୬ ଏକର ଜଙ୍ଗଲ ଜମିରେ ହୋଇଥିବା ପ୍ରାୟ ୨୪ ଶହ କୋଟି ୭୮ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷକୁ ପୋଡି ନଷ୍ଟ କରିଥିବା ବେଳେ ଜିଲ୍ଲା ପୋଲିସ ୧୮୭୧ ଏକର ଜଙ୍ଗଲ ଜମିରେ ହୋଇଥିବା ପ୍ରାୟ ୫ ହଜାର ୬୧୩ କୋଟି ଟଙ୍କାର ବେଆଇନ ଗଞ୍ଜେଇ ଚାଷକୁ ନଷ୍ଟ କରିଛି । ଯଦିଓ ବିଗତ ବର୍ଷ ତୁଳନାରେ ଏହି ପରିସଂଖ୍ୟାନ ଯଥେଷ୍ଟ ଅଧିକ ତଥାପି ଜିଲ୍ଲାର ଆହୁରି ଅନେକ ଜଙ୍ଗଲ ଅଞ୍ଚଳରେ ମଧ୍ୟ ଏହି ବେଆଇନ ଚାଷ ଅମଳ ହେବା ଆରମ୍ଭ ହୋଇଗଲାଣି ।

ଯାହାକି ଜଙ୍ଗଲ ବିଭାଗ ସହିତ ଅନ୍ୟ ବିଭାଗର କେତେକ ଅସାଧୁ କର୍ମଚାରୀଙ୍କ ସହିତ ଗଞ୍ଜେଇ ମାଫିଆ ଦର ନିର୍ଦ୍ଧାରଣ କରି ଏହି ବେଆଇନ କାର୍ଯ୍ୟକୁ ପରିପୃଷ୍ଟ କରୁଥିବା ଚର୍ଚ୍ଚା ହେଉଛି । ଏହି ବେଆଇନ କାର୍ଯ୍ୟକୁ ଦମନ କରିବା ପ୍ରକ୍ରିୟା ନୂତନ ବର୍ଷରେ ମଧ୍ୟ ଜାରି ରହିବ ବୋଲି ଏସପି ଭି. ରଘୁନାଥ ରାଓ ଓ ଅବକାରୀ ଅଧିକ୍ଷକ ଡ଼ଃ ଶାନ୍ତନୁ ଦାଶ ପ୍ରକାଶ କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ନବ ବର୍ଷ ପୂର୍ବରୁ ପୁରୁଣା ବର୍ଷରେ ରେକର୍ଡ ସଂଖ୍ୟା ରେ ନଷ୍ଟ କରାଯାଇଛି ବେଆଇନ ଗଞ୍ଜେଇ ଚାଷ ।ସବୁଠାରୁ ଆଗରେ ଜିଲ୍ଲା ପୋଲିସ ରହିଥିବା ବେଳେ ତା ପଛକୁ ରହିଛି ଅବକାରୀ ବିଭାଗ ।
ବୌଦ୍ଧ ଜିଲ୍ଲା ପ୍ରଶାସନ ପାଇଁ ଚଳିତ ବର୍ଷ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ଥିଲା ବେଆଇନ ଗଞ୍ଜେଇ ଚାଷ ।ବୌଦ୍ଧ ଜିଲ୍ଲାର ବଘିଆପଡା, ଆମ୍ବଝରୀ, ଗୁନ୍ଦୁଳିଆ, ଶଗଡା, ଟିକରପଡା, ଲମ୍ବସରୀ, ଭଳି ପଞ୍ଚାୟତ ର ଘଞ୍ଚ ଜଙ୍ଗଲ ମଧ୍ୟରେ ଦୀର୍ଘ ବର୍ଷ ରୁ ଏଭଳି ବେଆଇନ କାର୍ଯ୍ୟ ଚାଲିଥିଲା ।ଜଙ୍ଗଲ ବିଭାଗ ର ଜ୍ଞାତସାରରେ ତଥା ଉଦାସୀନତା ଯୋଗୁଁ ଏଭଳି ବେଆଇନ ଚାଷ ଚାଲିଥିଲେ ମଧ୍ୟ କିଛି ବିଭାଗର ଅସାଧୁ କର୍ମଚାରୀଙ୍କ ସହାୟତା ରେ ଏହି କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଛି ।ଅପରପକ୍ଷରେ ଆଭ୍ୟନ୍ତରୀଣ ଅଞ୍ଚଳର ନିରୀହ ଲୋକଙ୍କୁ ଆର୍ଥିକ ପ୍ରଲୋଭନ ଦେଖାଯାଇ ସେମାନଙ୍କୁ ମୋହରା ଭଳି ବ୍ୟବହାର କରାଯାଏ ।ଚଳିତ ବର୍ଷ ଶେଷ ଦିନ ସୁଦ୍ଧା ସର୍ବାଧିକ ତଥା ରେକର୍ଡ ସଂଖ୍ୟାରେ ଏହି ବେଆଇନ ଚାଷକୁ ନଷ୍ଟ କରାଯାଇଥିବା ସୂଚନା ମିଳିଛି ।ସୂଚନା ମୁତାବକ କେବଳ ଅବକାରୀ ବିଭାଗ ପ୍ରାୟ ୮୨୬ ଏକର ଜଙ୍ଗଲ ଜମି ରେ ହୋଇଥିବା ପ୍ରାୟ ୨୪ ଶହ କୋଟି ୭୮ ଲକ୍ଷ ଟଙ୍କାର ଗଞ୍ଜେଇ ଚାଷ କୁ ପୋଡି ନଷ୍ଟ କରିଥିବା ବେଳେ ଜିଲ୍ଲା ପୋଲିସ ୧୮୭୧ ଏକର ଜଙ୍ଗଲ ଜମିରେ ହୋଇଥିବା ପ୍ରାୟ ୫ ହଜାର ୬୧୩ କୋଟି ଟଙ୍କାର ବେଆଇନ ଗଞ୍ଜେଇ ଚାଷ କୁ ନଷ୍ଟ କରିଛି ।ଯଦିଓ ବିଗତ ବର୍ଷ ତୁଳନାରେ ଏହି ପରିସଂଖ୍ୟାନ ଯଥେଷ୍ଟ ଅଧିକ ତଥାପି ଜିଲ୍ଲାର ଆହୁରି ଅନେକ ଜଙ୍ଗଲ ଅଞ୍ଚଳରେ ଆଜି ମଧ୍ୟ ଏହି ବେଆଇନ ଚାଷ ଅମଳ ହେବା ଆରମ୍ଭ ହୋଇଗଲାଣି ।ଯାହାକି ଜଙ୍ଗଲ ବିଭାଗ ସହିତ ଅନ୍ୟ ବିଭାଗର କେତେକ ଅସାଧୁ କର୍ମଚାରୀଙ୍କ ସହିତ ଗଞ୍ଜେଇ ମାଫିଆ ଦର ନିର୍ଦ୍ଦାରଣ କରି ଏହି ବେଆଇନ କାର୍ଯ୍ୟ କୁ ପରିପୃଷ୍ଟ କରୁଥିବା ଚର୍ଚ୍ଚା ହେଉଛି ।ଏହି ବେଆଇନ କାର୍ଯ୍ୟ କୁ ଦମନ କରିବା ପ୍ରକ୍ରିୟା ନୂତନ ବର୍ଷ ରେ ମଧ୍ୟ ଜାରି ରହିବ ବୋଲି ଏସପି ଭି ରଘୁନାଥ ରାଓ ଓ ଅବକାରୀ ଅଧିକ୍ଷକ ଡ଼ ଶାନ୍ତନୁ ଦାଶ ପ୍ରକାଶ କରିଛନ୍ତି ।

Body:ବର୍ଷ ଶେଷରେ ବେଆଇନ ଗଞ୍ଜେଇ ଚାଷ ନଷ୍ଟ ରେ ନାକେଦମ ପ୍ରଶାସନ

Conclusion:ବାଇଟ-୧-ରମେଶ ଚନ୍ଦ୍ର ମହାନ୍ତି, ଅବକାରୀ ଅଧିକାରୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.