ETV Bharat / state

ଅବହେଳିତ ଅବସ୍ଥାରେ ସ୍ବାଧୀନତା ସଂଗ୍ରାମୀଙ୍କ ଦାୟାଦ - ସ୍ବାଧୀନତା ସଂଗ୍ରାମୀଙ୍କ ଦାୟାଦ

ବୌଦ୍ଧ ଜିଲ୍ଲା ଶଗଡା ପଞ୍ଚାୟତର ବିଚ୍ଛିନ୍ନାଞ୍ଚଳ ଶିଗାଡି ଗାଁ । ଦିନ ଥିଲା ପ୍ରଥମ ବିଶ୍ବ ଯୁଦ୍ଧ ଠାରୁ ଆରମ୍ଭ କରି ଦେଶ ସ୍ବାଧୀନ ପର୍ଯ୍ୟନ୍ତ ଏକ ବିସ୍ତୀର୍ଣ୍ଣ ଜଙ୍ଗଲ ଅଞ୍ଚଳକୁ ସ୍ବାଧୀନ ଘୋଷଣା କରିଥିଲା ଦୁର୍ଦ୍ଦଶ ସ୍ବାଧୀନତା ସଂଗ୍ରାମୀ ଆନନ୍ଦ କହଁର ।

ଫଟୋ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ
author img

By

Published : Sep 29, 2019, 10:26 AM IST

ବୌଦ୍ଧ: ଦିନ ଥିଲା, ସେହି କନ୍ଧ ଜମିଦାର ନା ଶୁଣିବା ମାତ୍ରେ, ବୌଦ୍ଧ ରାଜତନ୍ତ୍ର କେବଳ ନୁହେଁ, ବ୍ରିଟିଶ ସରକାରଙ୍କ ମୁଣ୍ଡ ବ୍ୟଥା ଆରମ୍ଭ ହେଉଥିଲା । ବୌଦ୍ଧ ସ୍ବାଧୀନତା ଆନ୍ଦୋଳନର ଜଣେ ସଂଗ୍ରାମୀଙ୍କ ଦାୟାଦ କେଉଁ ପରିସ୍ଥିତିରେ ଅଛନ୍ତି ତାହା ଜାଣିବାକୁ ଆମେ ପହଞ୍ଚିଥିଲୁ ତାଙ୍କ ଜନ୍ମ ମାଟିରେ ।

ଜିଲ୍ଲାର ଶଗଡା ପଞ୍ଚାୟତର ବିଚ୍ଛିନ୍ନାଞ୍ଚଳ ଶିଗାଡି ଗାଁ । ଦିନ ଥିଲା ପ୍ରଥମ ବିଶ୍ବ ଯୁଦ୍ଧ ଠାରୁ ଆରମ୍ଭ କରି ଦେଶ ସ୍ବାଧୀନ ପର୍ଯ୍ୟନ୍ତ ଏକ ବିସ୍ତୀର୍ଣ୍ଣ ଜଙ୍ଗଲ ଅଞ୍ଚଳକୁ ସ୍ବାଧୀନ ଘୋଷଣା କରିଥିଲା ଦୁର୍ଦ୍ଦଶ ସ୍ବାଧୀନତା ସଂଗ୍ରାମୀ ଆନନ୍ଦ କହଁର । ସେତେବେଳେ ସମ୍ବଲପୁରସ୍ଥିତ ପଲିଟିକାଲ ଏଜେଣ୍ଟଙ୍କ ଦପ୍ତର ଠାରୁ ଆରମ୍ଭ କରି ବୌଦ୍ଧ ରାଜଦରବାର ପର୍ଯ୍ୟନ୍ତ ଆନନ୍ଦ ଥିଲେ ମୁଣ୍ଡ ବ୍ୟଥାର କାରଣ ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ବୌଦ୍ଧ

ନିଜର ସର୍ବସ୍ବ ତ୍ୟାଗ କରି ମାଟି ମାଆ ପାଇଁ ଜୀବନର ଶେଷ ପର୍ଯ୍ୟନ୍ତ ଲଢେଇ କରିଥିବା ଏହି ସଂଗ୍ରାମୀ ଦେଶ ସ୍ବାଧୀନ ପରେ ପରେ ସ୍ବର୍ଗବାସ ହୋଇଥିବାରୁ ତାଙ୍କୁ କୌଣସି ସରକାରୀ ସମ୍ମାନ କିମ୍ବା ସହାୟତା ମିଳିପାରି ନଥିଲା । କିନ୍ତୁ ଭାଗ୍ୟର ବିଡମ୍ବନା ଦେଖନ୍ତୁ ,ଏକ ଅବହେଳିତ ତଥା ବିଚ୍ଛିନ୍ନାଞ୍ଚଳରେ ବସବାସ ହେତୁ ଆନନ୍ଦଙ୍କ ପରବର୍ତ୍ତୀ ଦାୟାଦଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ।

ଶିଗାଡି ଗାଁ, ଯେଉଁ ଗାଁକୁ ସ୍ବାଧୀନତାର ଦୀର୍ଘ ବର୍ଷ ପରେ ମଧ୍ୟ ପାଞ୍ଚୋଟି ଛୋଟ ବଡ ନଦୀ ନାଳ ପାରି ହୋଇଯିବାକୁ ପଡେ । ଆଉ ସେଠାକୁ ସରକାରୀ ଯୋଜନା କିଭଳି ପହଞ୍ଚିଥିବ ତାହା ସହଜରେ ଅନୁମେୟ । ସଂଗ୍ରାମୀ ଆନନ୍ଦଙ୍କ ଘରେ ଆମେ ପହଞ୍ଚିବା ପାଇଁ କୌଣସି ରାସ୍ତା ନପାଇ ଦୀର୍ଘ ସମୟ ପାଦରେ ଚାଲିଚାଲି ଶେଷରେ ଘଞ୍ଚ ଜଙ୍ଗଲ ଘେରା ସେହି ବୀରମାଟିରେ ପହଞ୍ଚିଥିଲୁ ।

ପ୍ରଥମ ଥର ପାଇଁ କୌଣସି ଗଣମାଧ୍ୟମ ଏହି ମାଟିରେ ପହଞ୍ଚି ତାଙ୍କ ପୂର୍ବଜଙ୍କ କଥା ପଚାରିଥିବାରୁ ଆନନ୍ଦଙ୍କ ନାତୁଣୀ ବୋହୂମାନେ ବେଶ ଆନନ୍ଦିତ ହୋଇଥିଲେ । ସେଠାରେ ସଂଗ୍ରାମୀଙ୍କ ଦାୟାଦଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ । ତାଙ୍କ ନିକଟରେ ନା ଅଛି ଭଲ ବାସଗୃହ, ନା ବିଦ୍ୟୁତ ଆଉ ନା ଅଛି ପାନୀୟ ଜଳର କୌଣସି ବ୍ୟବସ୍ଥା ।

ଏଭଳି ଏକ ଅଜଣା ରାଇଜରେ ବାସ କରୁଥିବା ଏହି ସଂଗ୍ରାମୀଙ୍କ ପରିବାର ସରକାର ଓ ସାଧାରଣ ଜନସମାଜ ଠାରୁ ଢେର ଦୂରରେ । ତୁରନ୍ତ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଦିନ ଥିଲା, ସେହି କନ୍ଧ ସର୍ବରାକାରର ନା ଶୁଣିବା ମାତ୍ରେ, ବୌଦ୍ଧ ରାଜତନ୍ତ୍ର କେବଳ ନୁହେଁ, ବ୍ରିଟିଶ ସରକାରଙ୍କ ମୁଣ୍ଡ ବ୍ୟଥା ଆରମ୍ଭ ହେଉଥିଲା ।ବୌଦ୍ଧ ସ୍ବାଧୀନତା ଆନ୍ଦୋଳନର ଜଣେ ଦୁର୍ଦ୍ଦଶ ସଂଗ୍ରାମୀଙ୍କ ଦାୟାଦ କେଉଁ ପରିସ୍ଥିତିରେ ଅଛନ୍ତି ତାହା ଜାଣିବାକୁ ଆମ ଈଟିଭି ଭାରତ ଟିମ ତାଙ୍କ ଜନ୍ମ ମାଟିରେ ପହଞ୍ଚି ଥିଲା ।
ବୌଦ୍ଧ ଜିଲ୍ଲାର ଶଗଡା ପଞ୍ଚାୟତ ର ବିଛିନ୍ନାଞ୍ଚଳ ଶିଗାଡି ଗାଁ ।ଦିନ ଥିଲା ପ୍ରଥମ ବିଶ୍ବ ଯୁଦ୍ଧ ଠାରୁ ଆରମ୍ଭ କରି ଦେଶ ସ୍ବାଧୀନ ପର୍ଯ୍ୟନ୍ତ ଏକ ବିସ୍ତିର୍ଣ୍ଣ ଜଙ୍ଗଲ ଅଞ୍ଚଳକୁ ସ୍ବାଧୀନ ଘୋଷଣା କରିଥିଲା ଦୁର୍ଦ୍ଦଶ ସ୍ବାଧୀନତା ସଂଗ୍ରାମୀ ଆନନ୍ଦ କହଁର ।ସେତେବେଳେ ସମ୍ବଲପୁରସ୍ଥିତ ପଲଟିକାଲ ଏଜେଣ୍ଟ ଙ୍କ ଦପ୍ତର ଠାରୁ ଆରମ୍ଭ କରି ବୌଦ୍ଧ ରାଜଦରବାର ପର୍ଯ୍ୟନ୍ତ ଆନନ୍ଦ ଥିଲେ ମୁଣ୍ଡ ବ୍ୟଥାର କାରଣ ।ନିଜର ସର୍ବସ୍ବ ତ୍ୟାଗ କରି ମାଟି ମା ପାଇଁ ଜୀବନର ଶେଷ ପର୍ଯ୍ୟନ୍ତ ଲଢେଇ କରିଥିବା ଏହି ସଂଗ୍ରାମୀ ଦେଶ ସ୍ବାଧୀନ ପରେ ପରେ ସ୍ବର୍ଗବାସ ହୋଇଥିବାରୁ ତାଙ୍କୁ କୌଣସି ସରକାରୀ ସମ୍ମାନ କିମ୍ବା ସହାୟତା ମିଳିପାରି ନଥିଲା ।କିନ୍ତୁ ଭାଗ୍ୟର ବିଡମ୍ବନା ଦେଖନ୍ତୁ ,ଏକ ଅବହେଳିତ ତଥା ବିଛିନ୍ନାଞ୍ଚଳରେ ବସବାସ ହେତୁ ଆନନ୍ଦ ଙ୍କ ପରବର୍ତ୍ତୀ ଦାୟାଦଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ।ଶିଗାଡି ଗାଁ, ଯେଉଁ ଗାଁ କୁ ସ୍ବାଧୀନତା ର ଦୀର୍ଘବର୍ଷ ପରେ ମଧ୍ୟ ପାଞ୍ଚଟି ଛୋଟ ବଡ ନଦୀ ନାଳ ପାରି ହୋଇ ଯିବାକୁ ପଡେ ,ଆଉ ସେଠାକୁ ସରକାରୀ ଯୋଜନା କିଭଳି ପହଞ୍ଚିଥିବ ତାହା ସହଜରେ ଅନୁମେୟ ।ସଂଗ୍ରାମୀ ଆନନ୍ଦ ଙ୍କ ଘରେ ଆମେ ପହଞ୍ଚିବା ପାଇଁ କୌଣସି ରାସ୍ତା ନପାଇ ଦୀର୍ଘ ସମୟ ପାଦରେ ଚାଲିଚାଲି ଶେଷରେ ଘଞ୍ଚ ଜଙ୍ଗଲ ଘେରା ସେହି ବୀରମାଟିରେ ପହଞ୍ଚି ଥିଲୁ । ପ୍ରଥମ ଥର ପାଇଁ କୌଣସି ଗଣମାଧ୍ୟମ ଏହି ମାଟିରେ ପହଞ୍ଚି ତାଙ୍କ ପୂର୍ବଜଙ୍କ କଥା ପଚାରିଥିବାରୁ ଆନନ୍ଦ ଙ୍କ ନାତୁଣୀ ବୋହୂମାନେ ବେଶ ଆନନ୍ଦିତ ହୋଇଥିଲେ ।ସେଠାରେ ସଂଗ୍ରାମୀଙ୍କ ଦାୟାଦଙ୍କ ଅବସ୍ଥା ଅତ୍ୟନ୍ତ ଦୟନୀୟ ।ତାଙ୍କ ନିକଟରେ ନା ଅଛି ଭଲ ବାସଗୃହ, ନା ବିଦ୍ୟୁତ, ନା ପାନୀୟ ଜଳର କୌଣସି ବ୍ୟବସ୍ଥା ।ଏଭଳି ଏକ ଅଜଣା ରାଇଜରେ ବାସ କରୁଥିବା ଏହି ସଂଗ୍ରାମୀଙ୍କ ପରିବାର ସରକାର ଓ ସାଧାରଣ ଜନସମାଜ ଠାରୁ ଢେର ଦୂରରେ । ତୁରନ୍ତ ଏହି ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

Body:ଅବହେଳିତ ସ୍ବାଧୀନତା ସଂଗ୍ରାମୀଙ୍କ ଦାୟାଦ ।

Conclusion:ବାଇଟ-୧-ବିଶାଖା କହଁର,ସଂଗ୍ରାମୀଙ୍କ ଦାୟାଦ
ବାଇଟ-୨-ଦିଲ୍ଲୀପ ମହାକୁଡ଼, ବିଛିନ୍ନାଞ୍ଚଳବାସୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.