ETV Bharat / state

ବୌଦ୍ଧରୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଲା ପ୍ରଥମ ପର୍ଯ୍ୟାୟ ରଥକାଠ - ଶ୍ରୀକ୍ଷେତ୍ର ଅଭିମୁଖେ ବୌଦ୍ଧ ରୁ ରଥକାଠ

ଭକ୍ତିମୟ ପରିବେଶ ମଧ୍ୟରେ ଘୋଷଯାତ୍ରା ନିମନ୍ତେ ଚଳିତ ବର୍ଷର ପ୍ରଥମ ପର୍ଯ୍ୟାୟ ରଥକାଠ ପ୍ରେରଣର ଶୁଭାରମ୍ଭ ହେଲା । ଜିଲ୍ଲା ସଦର ମହକୁମା ଠାରେ ଏଥିପାଇଁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ ପୂର୍ବକ ରଥକାଠ ପୁରୀ ଅଭିମୁଖେ ବାହାରି ଥିଲା । ଅଧିକ ପଢନ୍ତୁ

timber for chariot construction
timber for chariot construction
author img

By

Published : Apr 7, 2023, 3:14 PM IST

ବୌଦ୍ଧରୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ବୌଦ୍ଧ: ଭକ୍ତି ମୟ ପରିବେଶ ମଧ୍ୟରେ ରଥଯାତ୍ରା ନିମନ୍ତେ ରଥକାଠ ପ୍ରେରଣର ଶୁଭାରମ୍ଭ ହୋଇଛି । ଶ୍ରୀକ୍ଷେତ୍ର ଅଭିମୁଖେ ବୌଦ୍ଧରୁ ରଥକାଠ ନେଇ ବାହାରିଲା ସ୍ବତନ୍ତ୍ର ଟ୍ରକ । ବୌଦ୍ଧ ବନଖଣ୍ଡର କଣ୍ଟାମାଳ ରେଞ୍ଜ ଅନ୍ତର୍ଗତ ମାତାକୁପା ଜଙ୍ଗଲରୁ ସଂଗୃହୀତ ରଥକାଠକୁ ଆଜି ପୂଜାର୍ଚ୍ଚନା କରାଯାଇଥିଲା । ଚଳିତ ବର୍ଷ ଘୋଷଯାତ୍ରା ପାଇଁ ପ୍ରାୟ ତିନି ଶହ ଖଣ୍ଡ ରଥକାଠ ପ୍ରେରଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଆଜି ପ୍ରଥମ ପର୍ଯ୍ୟାୟରେ 28 ଖଣ୍ଡ ଧଉରା କାଠ ଗଣ୍ଡି ଶ୍ରୀକ୍ଷେତ୍ରକୁ ପଠାଯାଇଛି । ବୌଦ୍ଧ ବନଖଣ୍ଡ କାର୍ଯ୍ୟାଳୟ ଠାରେ ରଥକାଠ ପ୍ରେରଣ ପାଇଁ ପୂଜାର୍ଚ୍ଚନା କରାଯାଇଥିଲା । ତେବେ ଏହି କାର୍ଯ୍ୟକ୍ରମରେ ରାଜ୍ୟ ଜଙ୍ଗଲ ମନ୍ତ୍ରୀ ପ୍ରଦୀପ କୁମାର ଅମାତ, ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ , ଏସପି ରାଜପ୍ରସାଦ, ବନଖଣ୍ଡ ଅଧିକାରୀ, ଉପଜିଲ୍ଲାପାଳ, ନଗରପାଳ, ଏସିଏଫ, ତହସିଲଦାର ପ୍ରମୁଖ ରଥକାଠ ପ୍ରେରଣର ଶୁଭାରମ୍ଭ କରିଥିଲେ ।

ତେବେ ରଥକାଠକୁ ସ୍ବତନ୍ତ୍ର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ମଧ୍ୟରେ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ପ୍ରେରଣ କରାଯାଇଥିଲା । ଶହଶହ ଶ୍ରଦ୍ଧାଳୁ ଭାବ ବିନୋଦିଆ ଠାକୁରଙ୍କ ଉଦ୍ଦେଶ୍ୟରେ ପ୍ରେରିତ ହେଉଥିବା ଏହି ରଥକାଠକୁ ଦର୍ଶନ କରି ଭାବ ବିହ୍ବଳ ହୋଇ ଥିଲେ । ତେବେ ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଲୀଳା କ୍ଷେତ୍ର ଗଡଜାତ ବୌଦ୍ଧ । ବୌଦ୍ଧ ସହିତ ପୁରୀ ଶ୍ରୀମନ୍ଦିରର ସମ୍ପର୍କ ଦୀର୍ଘ କାଳରୁ ରହିଆସିଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ରହିଛି ଶ୍ରୀଜଗନ୍ନାଥ ବନ ପ୍ରକଳ୍ପ । ଏହାଛଡା ପ୍ରତ୍ୟେକ ବର୍ଷ ବୌଦ୍ଧରୁ ଶ୍ରୀକ୍ଷେତ୍ରର ଘୋଷଯାତ୍ରା ପାଇଁ ରଥକାଠ ପ୍ରେରଣ କରାଯାଇଥାଏ । ଚଳିତ ବର୍ଷ ମଧ୍ୟ ପୁରୀ ରଥଯାତ୍ରା ପାଇଁ ଜିଲ୍ଲାରୁ ପ୍ରଥମ ପର୍ଯ୍ୟାୟ ରଥକାଠ ପ୍ରେରଣ କରାଯାଇଛି । ଆଜି ଏନେଇ ବନ ବିଭାଗ ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

ପବିତ୍ର ରଥକାଠ ଗାଡିକୁ ବୌଦ୍ଧ ସହରର ବିଭିନ୍ନ ସ୍ଥାନରେ ଭବ୍ୟ ସ୍ବାଗତ କରାଯାଇଥିଲା । ବୁଟୁପାଲି ଠାରେ ରଥକାଠକୁ ଦର୍ଶନ ପାଇଁ ପ୍ରବଳ ଜନସମାଗମ ହୋଇଥିବା ବେଳେ ବନ ବିଭାଗ ସହିତ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ବୌଦ୍ଧ ଜିଲ୍ଲାରୁ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀକ୍ଷେତ୍ର ଘୋଷଯାତ୍ରା ପାଇଁ ସର୍ବାଧିକ ରଥକାଠ ପ୍ରେରଣ କରାଯିବ ବୋଲି ସୂଚନା ମିଳିଛି । ଆଜିର ପ୍ରଥମ ପର୍ଯ୍ୟାୟ ରଥକାଠ ପ୍ରେରଣ ପାଇଁ ବୌଦ୍ଧ ବନଖଣ୍ଡର ସମସ୍ତ ରେଞ୍ଜର, ବନପାଳ ଓ ଜଙ୍ଗଲ କର୍ମଚାରୀ ସହଯୋଗ କରିଥିଲେ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.