ETV Bharat / state

କୋରୋନା ଭୟ, ସାତରୁ ଅଧିକ ଏକାଠି ହେଲେ ପ୍ରଶାସନର ଆକ୍ସନ - Fear of coronavirus infection

ସୋମବାର ଖୋଦ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ ପ୍ରମୁଖ ବୌଦ୍ଧ ସହରର ଶତାଧିକ ବର୍ଷ ପୁରୁଣା ବଜାର ଓ ଅନ୍ୟାନ୍ୟ ସ୍ଥାନ ବୁଲି ଦେଖିବା ସହ ଯେଉଁପରି ଲୋକେ ଏକତ୍ରିତ ହୋଇନପାରିବେ ସେନେଇ ପଦକ୍ଷେପ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...

କୋରୋନା ସଂକ୍ରମଣର ଭୟ, ସାତରୁ ଅଧିକ ଏକାଠି ହେଲେ ପ୍ରଶାସନର ଆକ୍ସନ

author img

By

Published : Mar 23, 2020, 6:49 PM IST

ବୌଦ୍ଧ: ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କୋରୋନା ସଂକ୍ରମଣର ଭୟ । ଆଉ ଏନେଇ ବୌଦ୍ଧ ଜିଲ୍ଲା ପ୍ରଶାସନ କୌଣସି ତୃଟି ରଖିବାକୁ ଚାହୁଁ ନାହିଁ । ଏନେଇ ସୋମବାର ଖୋଦ ଜିଲ୍ଲାପାଳ, ଏସପି, ଉପଜିଲ୍ଲାପାଳ ପ୍ରମୁଖ ବୌଦ୍ଧ ସହରର ଶତାଧିକ ବର୍ଷ ପୁରୁଣା ବଜାର ଓ ଅନ୍ୟାନ୍ୟ ସ୍ଥାନ ବୁଲି ଦେଖିବା ସହ ଯେଉଁପରି ଲୋକେ ଏକତ୍ରିତ ହୋଇନପାରିବେ ସେନେଇ ପଦକ୍ଷେପ ଗ୍ରହଣ କରିବାକୁ ପୌର ପ୍ରଶାସନକୁ କଡା ନିର୍ଦ୍ଦେଶ ଦେଇଥିଲେ ।

କୋରୋନା ସଂକ୍ରମଣର ଭୟ, ସାତରୁ ଅଧିକ ଏକାଠି ହେଲେ ପ୍ରଶାସନର ଆକ୍ସନ

ଗୋଟିଏପଟେ କୋରୋନା ଭୂତାଣୁ ସଂକ୍ରମଣର ଭୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ଏହାକୁ ନେଇ ଲୋକେ ଆତଙ୍କିତ ନହୋଇ ସଚେତନ ରହିବାକୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଅନୁରୋଧ କରିଛି। ଜନଗହଳି ପୂର୍ଣ୍ଣ ସ୍ଥାନ ଚିହ୍ନଟ କରାଯାଇ ଯେପରି ଗୋଟିଏ ସ୍ଥାନରେ ସାତଜଣରୁ ଅଧିକ ଲୋକ ନରହି ପାରିବେ ସେନେଇ କଟକଣା ଲାଗୁ କରିଛି ।

ଏନେଇ ସୋମବାର ଖୋଦ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ଏସପି ଭି ରଘୁନାଥ ରାଓ, ଉପଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ, ପୌର ଅଧିକାରୀ ମନୋରଞ୍ଜନ ପଣ୍ଡା ପ୍ରମୁଖ ବୌଦ୍ଧର ଶତାଧିକ ବର୍ଷ ପୁରୁଣା ଦୈନିକ ବଜାରରେ ପହଞ୍ଚି କିଭଳି ଜନଗହଳି ନହୋଇପାରିବ ସେନେଇ ଆଲୋଚନା କରିବା ସହ ଅଧିକ ଉଠା ବ୍ୟବସାୟୀଙ୍କୁ ନିକଟକୁ ଛାପାଖାନା ପଡିଆକୁ ସ୍ଥାନାନ୍ତର କରାଯିବ ସେ ସମ୍ପର୍କରେ ପୌର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ।

ତେବେ ସହର ମଧ୍ୟରେ ଥିବା ହୋଟେଲ, ଉଠା ଦୋକାନୀ, ଠେଲା ବ୍ୟବସାୟୀ ଓ ଅନ୍ୟ କେତେକ ସ୍ଥାନରେ ଭିଡ ରହୁଥିବାରୁ ସଂକ୍ରମଣର ଭୟ ରହିଛି । ଏ ଦିଗରେ ମଧ୍ୟ ପ୍ରଶାସନ ଦୃଷ୍ଟି ଦେବା ଜରୁରୀ ହୋଇପଡିଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.