ETV Bharat / state

ୟୁରିଆ ସାର କଳାବଜାରୀ ଅଭିଯୋଗ, ଧାରଣାରେ ବସିଲେ ଚାଷୀ

author img

By

Published : Sep 2, 2020, 7:54 AM IST

ୟୁରିଆ ସାରରେ କଳାବଜାରୀ ନେଇ ଧାରଣାରେ ବସିଲେ ଚାଷୀ । ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ସତ୍ତ୍ବେ ଦୁର୍ନୀତି ଥମୁନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ବଢୁଛି ଅସନ୍ତୋଷ । ଅଧିକ ପଢନ୍ତୁ....

Farmers protest against urea fertilizer corruption in boudha
ୟୁରିଆ ସାରରେ କଳାବଜାରୀ ନେଇ ଧାରଣାରେ ବସିଲେ ଚାଷୀ

ବୌଦ୍ଧ: ୟୁରିଆ ସାରର କଳାବଜାରକୁ ନେଇ ଧାରଣାରେ ବସିଲେ ଚାଷୀ । ପ୍ରଶାସନ ପକ୍ଷରୁ କଡା ପଦକ୍ଷେପ ସତ୍ତ୍ବେ କୃଷି ବିଭାଗ ଓ ଏଆରସିଏସଙ୍କ ଅପାରଗତା ଯୋଗୁଁ ଚାଷୀ ଅଭାବୀ ବିକ୍ରି ଓ ଶୋଷଣର ଶିକାର ହେଉଥିବା ଅଭିଯୋଗ ହୋଇଛି । ଫଳରେ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

ବୌଦ୍ଧର ବିଭିନ୍ନ ସ୍ଥାନରେ ୟୁରିଆ ସାରର ବ୍ୟାପକ କଳାବଜାରୀ ନେଇ ଜିଲ୍ଲାପାଳ ଦୁର୍ନୀତିଖୋରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥିଲେ । 6 ଜଣ ସାର ଡିଲରଙ୍କ ଲାଇସେନ୍ସ ଋଦ୍ଦ କରିବା ସହ ପାଞ୍ଚ ଜଣ ପ୍ୟାକ୍ସ ସମ୍ପାଦକଙ୍କୁ ନିଲମ୍ବିତ ସହ ଜଣକୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । କିନ୍ତୁ ପୂର୍ବ ଭଳି ୟୁରିଆ ବସ୍ତା ପିଛା ପାଞ୍ଚ ଶହରୁ ସାତ ଶହ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ଅଭିଯୋଗ ହୋଇଛି । କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ସାରର ଅଭାବୀ ବିକ୍ରି ହେଉଥିବା ବେଳେ ଖଟଖଟିଆ ଠାରେ ଦୁଇ ଦିନ ଧରି ରାଜରାସ୍ତାକୁ ଚାଷୀ ଓହ୍ଲାଇ ଥିଲେ । ମୁଣ୍ଡିପଦର ପ୍ୟାକ୍ସ ସମ୍ପାଦକ ନିଲମ୍ବିତ ହୋଇଛନ୍ତି ।

ମୁଣ୍ଡାପଡା ପଞ୍ଚାୟତରେ ମଧ୍ୟ ବ୍ୟାପକ କଳାବଜାର ଚାଲିଥିବା ଅଭିଯୋଗ ହୋଇଛି । ସେପଟେ ବାମଣ୍ଡା ପଞ୍ଚାୟତର ଚାଷୀମାନେ ଆଉ ରାଜରାସ୍ତାକୁ ନ ଓହ୍ଲାଇ ସିଧା କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ସେଠାରେ କୃଷି ଅଧିକାରୀ ଚାଷୀ ମାନଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.