ETV Bharat / state

ବୌଦ୍ଧରେ ଚାଷୀଙ୍କ ଆତ୍ମହତ୍ୟା; କାରଣ ଅସ୍ପଷ୍ଟ - ବୌଦ୍ଧ ଜିଲ୍ଲା ଶଗଡା ଫାଣ୍ଡି ଅନ୍ତର୍ଗତ ଗୁନ୍ଦଳିଆ ପଞ୍ଚାୟତ

ରାଜ୍ୟରେ ବଢିଚାଲିଛି ଚାଷୀ ଆତ୍ମହତ୍ୟା । ଆଜି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ପୁଣି ଜଣେ ଚାଷୀଙ୍କ ଆତ୍ମହତ୍ୟା ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Oct 6, 2019, 9:01 PM IST

ବୌଦ୍ଧ: ରାଜ୍ୟରେ ଚାଷୀ ଆତ୍ମହତ୍ୟା ଥମିବାର ନା ଧରୁନି । ସରକାରଙ୍କ କାଳିଆ ସହାୟତା କି ଆଶ୍ବାସନା ଚାଷୀଙ୍କ ଭରସା ପାଉନାହିଁ । ଆଜି ବୌଦ୍ଧ ଜିଲ୍ଲା ଶଗଡା ଫାଣ୍ଡି ଅନ୍ତର୍ଗତ ଗୁନ୍ଦଳିଆ ପଞ୍ଚାୟତ ଦମାଗୋରାର ଚାଷୀ ରାଜା ଭବସାଗର ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଭବସାଗରଙ୍କ ମୃତଦେହକୁ ବାଘନଦୀ ନିକଟରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବାଉଁଶୁଣୀ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଅଭିଯୋଗ ଅନୁସାରେ ଭବସାଗର ଏକ ଏକର ଜମିରେ 30ହଜାର ଟଙ୍କା ଋଣ ନେଇ ଚାଷ କରିଛନ୍ତି । ତେବେ ଆତ୍ମହତ୍ୟା ଋଣ ଯୋଗୁଁ କରିଛନ୍ତି ନା ଆଉ କୌଣସି କାରଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ । ମନମୁଁଣ୍ଡା ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ବୌଦ୍ଧ ଜିଲ୍ଲାର ଜନୈକ ଚାଷୀ କୀଟନାଶକ ପିଇ ଆତ୍ମହତ୍ୟା କରିଥିବାଅଭିଯୋଗ ହୋଇଛି ।ସୂଚନା ମୁତାବକ ବୌଦ୍ଧ ଜିଲ୍ଲା ଶଗଡା ଫାଣ୍ଡି ଅନ୍ତର୍ଗତ ଗୁନ୍ଦଳିଆ ପଞ୍ଚାୟତର ଦମାଗୋରାର ରାଜା ଭବସାଗର(୫୮)।
ବୌଦ୍ଧ ଜିଲ୍ଲାର ମନମୁଣ୍ଡା ଥାନା ଅନ୍ତର୍ଗତ ଶଗଡା ଫାଣ୍ଡି ଅଧିନରେ ଥିବା ଦମାଗୋରାର ଚାଷୀ ରାଜା ଭବସାଗର ଗତ ଶନିବାର ଦିନ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।ତାଙ୍କ ଶରୀର କୁ ବାଘନଦୀ ନୀକଟରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ବାଉଁଶୁଣୀ ଡାକ୍ତରଖାନାକୁ ଆଣିଥିଲେ ମଧ୍ୟ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ ।ମୃତକ ଙ୍କ ମାତ୍ରଏକ ଏକର ଜମିରହିଥିବା ବେଳେ ସେ ତିରିଶ ହଜାର ଟଙ୍କା ଋଣ କରିଥିଲେ ।ତାଙ୍କ ମୃତ୍ୟୁ ବିଷକ୍ରିୟା ଯୋଗୁଁ ହୋଇଥିବା ବେଳେ ତାଙ୍କ ମୃତ୍ୟୁ ଋଣଭାର ନା ଅନ୍ୟ କୌଣସି ପାରିବାରିକ କଳହ ଥିଲା ସେ ସମ୍ପର୍କରେ ମନମୁଣ୍ଡା ଥାନା ତଦନ୍ତ ଆରମ୍ଭ କରିଛି ।

Body:ବୌଦ୍ଧ ଜିଲ୍ଲାର ଗରିବ ଚାଷୀଙ୍କ ଆତ୍ମହତ୍ୟା ଅଭିଯୋଗ ।

Conclusion:ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.