ETV Bharat / state

ରବିଧାନ କ୍ରୟ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ରବିଧାନ ବିକ୍ରିକୁ ନେଇ ଲାଗି ରହିଛି ଅଚଳାବସ୍ଥା । ଶେଷରେ ରାଜରାସ୍ତାକୁ ଅବରୋଧ କରି ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Jun 17, 2021, 10:36 PM IST

farmer-protest-in-boudh district
ରବିଧାନ କ୍ରୟ ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ବୌଦ୍ଧ: ରବିଧାନ ବିକ୍ରିକୁ ନେଇ ଲାଗି ରହିଛି ଅଚଳାବସ୍ଥା । ଶେଷରେ ରାଜରାସ୍ତାକୁ ଅବରୋଧ କରି ଚାଷୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

ରବିଧାନ ବିକ୍ରି ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇଛନ୍ତି ଉତ୍ୟକ୍ତ ଚାଷୀ । ଆଜି(ଗୁରୁବାର) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଠାରେ ରବିଧାନ ଚାଷ କରିଥିବା ଚାଷୀ ଧାନ ବିକ୍ରି ନ ହୋଇପାରିବାରୁ ରାଜରାସ୍ତାକୁ ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ବୌଦ୍ଧ ଜିଲ୍ଲାର 23 ଗୋଟି ସମବାୟ ସମିତିର ଅନେକ ଧାନ ମଣ୍ଡିରେ ଧାନ କ୍ରୟ ଟାର୍ଗେଟ ସମ୍ପୂର୍ଣ୍ଣ ହୋଇ ସାରିଥିବାବେଳେ ମନମୁଣ୍ଡା,ସିମିଳିପଦର, କୁଳୁତାଯୋର, ଯୋଗୀନ୍ଦ୍ରପୁର,ତେଲିବନ୍ଧ, ଶୁଣ୍ଢିପଦର,ଖୁଣ୍ଟବନ୍ଧ ଭଳି କେତେକ ସମବାୟ ସମିତିରେ ଚାଷୀ ସେମାନଙ୍କ ଧାନ ବିକ୍ରି କରିପାରି ନାହାଁନ୍ତି ।

ଫଳରେ ଚାଷୀ ମହଲରେ ଅଶାନ୍ତି ଦେଖା ଦେଇଛି । ଅଧିକାଂଶ ଧାନ ମଣ୍ଡିରେ ମୌସୁମୀ ବର୍ଷା ଯୋଗୁଁ ରବିଧାନ ବର୍ଷାରେ ଭିଜୁ ଥିବା ବେଳେ ଟାର୍ଗେଟ ଅଭାବ ଓ ଟୋକନ ସମସ୍ୟା ଯୋଗୁଁ ଚାଷୀ କୂଳ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ଇଟିଭି ଭାରତକୁ ବିସ୍ତୃତ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.