ETV Bharat / state

ସମସ୍ୟା ଘେରରେ ବୌଦ୍ଧ ଜିଲ୍ଲାର ଚାଷ ଓ ଚାଷୀ

author img

By

Published : Feb 24, 2021, 5:28 PM IST

Updated : Feb 24, 2021, 6:01 PM IST

ବୌଦ୍ଧ ଜିଲ୍ଲାରେ ସମସ୍ୟା ଘେରରେ ଚାଷୀ । ଚାଷୀଙ୍କୁ ବିଭିନ୍ନ କ୍ଷେତ୍ରରେ ଶୋଷଣ କରାଯାଉଥିବା ଅଭିଯୋଗ । ଅଧିକ ପଢନ୍ତୁ...

ସମସ୍ୟା ଘେରରେ ବୌଦ୍ଧ ଜିଲ୍ଲାର ଚାଷ ଓ ଚାଷୀ
ସମସ୍ୟା ଘେରରେ ବୌଦ୍ଧ ଜିଲ୍ଲାର ଚାଷ ଓ ଚାଷୀ

ବୌଦ୍ଧ: ବୁଡିବାକୁ ବସିଲାଣି ସରକାରୀ ବିହନ ଉତ୍ପାଦନ କେନ୍ଦ୍ର । ଜମିକୁ ଜଳସେଚନ ପାଇଁ ଚାଷୀ ଆନ୍ଦୋଳନ ପାଇଁ ପ୍ରସ୍ତୁତ ସମୟରେ ଚାଷୀଙ୍କୁ ବାରମ୍ବାର ସାର ଓ ଧାନବିକ୍ରିକୁ ନେଇ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି ।

ସମସ୍ୟା ଘେରରେ ବୌଦ୍ଧ ଜିଲ୍ଲାର ଚାଷ ଓ ଚାଷୀ
ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚାଷୀ ଧାନବିକ୍ରି ପାଇଁ ଅସୁବିଧାର ସମ୍ମୁଖୀନ ହେଉ ଥିବାବେଳେ ସାଲୁଙ୍କୀ ନଦୀର ଗୁରୁଜିମୁଣ୍ଡା ଠାରେ ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଦାବି ହୋଇଛି । ଏଭଳି ସମୟରେ ବୌଦ୍ଧ ଜିଲ୍ଲାର ସର୍ବପୁରାତନ ପାଲଝାର କୃଷି ଫାର୍ମରେ ବ୍ୟାପକ ଦୁର୍ନୀତି ଯୋଗୁଁ ଅନୁଷ୍ଠାନଟି ବୁଡିଯିବାକୁ ବସିଛି । ବଘିଆପଡା ନିକଟସ୍ଥ ପାଲଝାର କୃଷି ଫାର୍ମରେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କ ଦୁର୍ନୀତି ଯୋଗୁଁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ବିଭାଗ ପକ୍ଷରୁ ଜଣେ ଡାଟା ଏଣ୍ଟ୍ରି ଅସ୍ଥାୟୀ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇ ଥିବାବେଳେ ଏଥିରେ ସମ୍ପୃକ୍ତ ମୁଖ୍ୟ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଦ ଦିଆଯାଇଛି ।

ସେହିପରି ଚାଷୀଙ୍କ ଧାନବିକ୍ରି ଟାର୍ଗେଟ ସମସ୍ୟା ଯୋଗୁଁ ବିଭିନ୍ନ ସ୍ଥାନରେ ଧାନ ପଡିରହିଛି । ଆଟ ଜମି ଓ ଜଙ୍ଗଲ ଜମି ଭଳି ଜମିକୁ ଚାଷ ଜମି ଦର୍ଶାଇ ଦଲାଲ ଓ ବେପାରୀଙ୍କ ଧାନକ୍ରୟ ଭଳି ଦୁର୍ନୀତି ସମ୍ମୁଖକୁ ଆସିଥିଲା । ଏନେଇ ଦୁଇ ଜଣ ସମବାୟ ସମିତିର ସମ୍ପାଦକଙ୍କୁ ନିଲମ୍ବିତ କରାଯାଇ ଥିବାବେଳେ ଏଥିରେ ସମ୍ପୃକ୍ତ ରାଜସ୍ୱ କର୍ମଚାରୀ ଓ କୃଷି କର୍ମଚାରୀଙ୍କ ବିରୋଧରେ ମଧ୍ୟ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Last Updated : Feb 24, 2021, 6:01 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.