ETV Bharat / state

ରଘୁନାଥଙ୍କ ପୀଠରେ ବୌଦ୍ଧ ପୌରାଞ୍ଚଳର କାଉନସିଲର

ପ୍ରଭୁ ରାମଚନ୍ଦ୍ରଙ୍କ ଜୀବନୀ ଉପରେ ଆଧାରିତ ଲୀଳା ନାଟକକୁ ନେଇ ବୌଦ୍ଧରେ ରହିଛି ସ୍ବତନ୍ତ୍ର ପରିଚୟ । ଅଧିକାଂଶ ସ୍ଥାନରେ ଏହା ସମ୍ପନ୍ନ ହୋଇସାରି ଥିବା ବେଳେ ସଦର ମହକୁମାର ୧୮ ଦିନ ବ୍ୟାପି ମୁକ୍ତାକାଶ ରଙ୍ଗମଞ୍ଚରେ ଜାରି ରହିଛି ନାଟକ । ଅଧିକ ପଢନ୍ତୁ

author img

By

Published : Apr 21, 2022, 3:08 PM IST

ରଘୁନାଥଙ୍କ ପୀଠରେ ବୌଦ୍ଧ ପୌରାଞ୍ଚଳର କାଉନସିଲର
ରଘୁନାଥଙ୍କ ପୀଠରେ ବୌଦ୍ଧ ପୌରାଞ୍ଚଳର କାଉନସିଲର

ବୌଦ୍ଧ: ପ୍ରଭୁ ରାମଚନ୍ଦ୍ରଙ୍କ ରାମଲୀଳା ଯାତ୍ରା ଜିଲ୍ଲାରେ ଦୀର୍ଘ ଦିନରୁ ଅନୁଷ୍ଠିତ ହୋଇ ଆସୁଛି । ଏହି ପୌରାଣିକ କଥାବସ୍ତୁ ନାଟକ ପାଇଁ ବୌଦ୍ଧ ଜିଲ୍ଲାର ରହିଛି ସ୍ବତନ୍ତ୍ର ପରିଚୟ । ଜିଲ୍ଲାର ଅନେକ ଗ୍ରାମରେ ଏହି ଗଣପର୍ବକୁ ଭିନ୍ନ ଭିନ୍ନ ଶୈଳୀରେ ପାଳନ କରାଯାଏ । ଦେବଗଡ଼, ବହିରା, ବାମଣ୍ଡା, କେଳାକଟା, ପୀତାମ୍ବରପୁର, ବାଉଁଶୁଣୀ, ଦହ୍ୟା, ମର୍ଯ୍ୟାଦପୁର, ଘଣ୍ଟାପଡା ଭଳି ପ୍ରାଚୀନ ରଘୁନାଥଙ୍କ ପୀଠରେ ଏହି ନାଟକ ମହା ସମାରୋହରେ ଆୟୋଜନ କରାଯାଏ ।

ଚଳିତ ବର୍ଷ ଜିଲ୍ଲାର ଅନ୍ୟତମ ରାମଲୀଳା ଅନୁଷ୍ଠାନ ତଥା କଳାଗ୍ରାମ ଲକ୍ଷ୍ମୀ ପ୍ରସାଦଠାରେ ରାଜନୈତିକ ବିଦ୍ବେଶରୁ ନାଟକ ହୋଇପାରି ନଥିବାରୁ ଶ୍ରଦ୍ଧାଳୁ ମାନେ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି । ସେପଟେ ବୁଧବାର ବୌଦ୍ଧର ପ୍ରସିଦ୍ଧ ଗଣପର୍ବର ମୁକ୍ତାକାଶ ରଙ୍ଗମଞ୍ଚରେ ମହାପରାକ୍ରମୀ ରାବଣର ଭାଇ କୁମ୍ଭକର୍ଣ୍ଣଙ୍କ ବଦ୍ଧ ହୋଇଯାଇଛି । ସେହିପରି ଜିଲ୍ଲାର ପୌରାଞ୍ଚଳର ଗତକାଲି ପ୍ରଥମ କାଉନସିଲ ବୈଠକ ଥିବାରୁ ସହରର ସର୍ବାଙ୍ଗୀନ ଉନ୍ନତି ପାଇଁ ଅଧ୍ୟକ୍ଷଙ୍କ ସମେତ ସମସ୍ତ କାଉନସିଲର ଓ ପୌର କର୍ମଚାରୀ ରଘୁନାଥ ପୀଠରେ ପହଞ୍ଚି ଭଗବାନଙ୍କୁ ଦର୍ଶନ କରିଥିଲେ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.