ETV Bharat / state

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସେତୁ ନିର୍ମାଣରେ ବ୍ୟାପକ ଅନିୟମିତତା - bridge construction at Karanjakata

ବାହାଲି ନାଳ ଉପରେ ଏକ ସେତୁ ନିର୍ମାଣ ପାଇଁ ଅର୍ଥ ଯୋଗାଇ ଦେଇଥିଲେ । କିନ୍ତୁ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉ ହେଉ ଏଥିରେ ଏଭଳି ଦୁର୍ନୀତି ତଥା ଅନିୟମିତତା ହେଲା ଯେ ଏହା ଅଧପନ୍ତରିଆ ହୋଇ ରହିଗଲା । ଘଟଣାକୁ ଖୋଦ ଜିଲ୍ଲାପାଳ ସ୍ବୀକାର କରିବା ସହ ଏହି ସେତୁ ନିର୍ମାଣ କାର୍ଯ୍ୟ ନିଶ୍ଚିତ ସମ୍ପୂର୍ଣ୍ଣ ହେବା ନେଇ ସୂଚନା ଦେଇଛନ୍ତି ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସେତୁ ନିର୍ମାଣରେ ବ୍ୟାପକ ଅନିୟମିତତା

author img

By

Published : Feb 7, 2021, 2:12 PM IST

ବୌଦ୍ଧ: ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ବିକାଶରେ ବାଧକ ସାଜିଥିବା ପାହାଡି ନାଳ ଉପରେ ସେତୁ ନିର୍ମାଣ ପାଇଁ ସରକାର ଅର୍ଥ ଯୋଗାଇ ଦେଇଥିଲେ । ତେବେ ବ୍ୟାପକ ଦୁର୍ନୀତି ତଥା ଅନିୟମିତତା ଯୋଗୁଁ ଅଧାରେ ଅଟକିଛି ସେତୁ ନିର୍ମାଣ କାର୍ଯ୍ୟ । ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ସରକାରୀ ଯୋଜନା ପହଞ୍ଚିବାରେ ବାଧକ ସାଜିଛି ପାହାଡି ଝରଣା । ଏହାକୁ ଦୃଷ୍ଟିରେ ରଖି ସରକାର ଉକ୍ତ ନାଳ ଉପରେ ଏକ ସେତୁ ନିର୍ମାଣ ପାଇଁ ଅର୍ଥ ଯୋଗାଇ ଦେଇଥିଲେ ।କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଦୁର୍ନୀତି ଖୋର ମନୋଭାବ ଯୋଗୁଁ ଏହି ସେତୁ ନିର୍ମାଣ ଅଧପନ୍ତରିଆ ହୋଇ ପଡିରହିଛି ।

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ସେତୁ ନିର୍ମାଣରେ ବ୍ୟାପକ ଅନିୟମିତତା

ସୂଚନାମୁତାବକ, ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ କରଞ୍ଜକଟା ପଞ୍ଚାୟତର ଉପାନ୍ତ ତଥା ଆଦିବାସୀ ଅଧ୍ୟୁଷିତ ବାହାଲି ଓ ଟିକରାସାହି ଭଳି ଗ୍ରାମର ଶତାଧିକ ପରିବାର ବର୍ଷ ତମାମ ପାହାଡି ଝରଣା ଯୋଗୁଁ ସାଧାରଣ ଭାବରେ ବାହ୍ୟ ଜଗତରୁ ବିଛିନ୍ନ ରହିଥାନ୍ତି । ଏହାକୁ ଦୃଷ୍ଟିରେ ରଖି ସରକାର ଉକ୍ତ ବାହାଲି ନାଳ ଉପରେ ଏକ ସେତୁ ନିର୍ମାଣ ପାଇଁ ଅର୍ଥ ଯୋଗାଇ ଦେଇଥିଲେ । କିନ୍ତୁ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉ ହେଉ ଏଥିରେ ଏଭଳି ଦୁର୍ନୀତି ତଥା ଅନିୟମିତତା ହେଲା ଯେ ଏହା ଅଧପନ୍ତରିଆ ହୋଇ ରହିଗଲା । ଘଟଣାକୁ ଖୋଦ ଜିଲ୍ଲାପାଳ ସ୍ବୀକାର କରିବା ସହ ଏହି ସେତୁ ନିର୍ମାଣ କାର୍ଯ୍ୟ ନିଶ୍ଚିତ ସମ୍ପୂର୍ଣ୍ଣ ହେବା ନେଇ ସୂଚନା ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.