ETV Bharat / state

ବୁଡିଯିବାକୁ ବସିଲାଣି ପାଲଝାର କୃଷି ଫାର୍ମ, ଚୁପ ବସିଛନ୍ତି ଅଧିକାରୀ

ବ୍ୟାପକ ଦୁର୍ନୀତି ଯୋଗୁଁ କୃଷି ଫାର୍ମର ଏଭଳି ଅବସ୍ଥା ହୋଇଥିବା ଅଭିଯୋଗ ହୋଇଥିବା ବେଳେ କୃଷି ବିଭାଗର ସିଧାସଳଖ ସମ୍ପୃକ୍ତି ରହିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

author img

By

Published : Mar 19, 2021, 2:56 PM IST

ବୁଡିଯିବାକୁ ବସିଲାଣି ପାଲଝାର କୃଷି ଫାର୍ମ
ବୁଡିଯିବାକୁ ବସିଲାଣି ପାଲଝାର କୃଷି ଫାର୍ମ

ବୌଦ୍ଧ: ବ୍ୟାପକ ଦୁର୍ନୀତି ଯୋଗୁଁ ବୁଡି ଯିବାକୁ ବସିଲାଣି ପାଲଝାର କୃଷି ଫାର୍ମ । ବ୍ୟାପକ ଦୁର୍ନୀତି ଯୋଗୁଁ କୃଷି ଫାର୍ମର ଏଭଳି ଅବସ୍ଥା ହୋଇଥିବା ଅଭିଯୋଗ ହୋଇଥିବା ବେଳେ କୃଷି ବିଭାଗର ସିଧାସଳଖ ସମ୍ପୃକ୍ତି ରହିଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବୌଦ୍ଧ ଜିଲ୍ଲା କୃଷି ବିଭାଗର ଦୁର୍ନୀତି ସବୁଆଡେ ଚର୍ଚ୍ଚାର ବିଷୟ ହୋଇଛି ।

ପାଲଝାର କୃଷି ଫାର୍ମରେ ଦୁର୍ନୀତି ଅଭିଯୋଗ

ବୌଦ୍ଧ ଜିଲ୍ଲାର ବିଭିନ୍ନ ଧାନକ୍ରୟ କେନ୍ଦ୍ରରେ ଅଚଳାବସ୍ଥା ଯୋଗୁଁ ଚାଷୀ ଆଖିରେ ଲୁହ ଗଡୁଛି । ସେପଟେ କୃଷି ବିଭାଗରେ ବ୍ୟାପକ ଦୁର୍ନୀତି ଯୋଗୁଁ ଓଡ଼ିଶାର ଅନ୍ୟତମ ପ୍ରାଚୀନ କୃଷି ଅନୁଷ୍ଠାନ ବନ୍ଦ ହେବାକୁ ବସିଛି । ଜିଲ୍ଲାର ସର୍ବପୁରାତନ କୃଷି ଅନୁଷ୍ଠାନ ବଘିଆପଡା ନିକଟରେ ଥିବା ପାଲଝାର କୃଷି ଫାର୍ମରେ ଏଭଳି ଦୁର୍ନୀତି ହୋଇଛି ଯେ, ଅନୁଷ୍ଠାନଟି ବର୍ତ୍ତମାନ ବନ୍ଦ ହେବା ଅବସ୍ଥାରେ ପହଞ୍ଚିଛି ।

ପାଲଝାର କୃଷି ଫାର୍ମରେ ଦୁର୍ନୀତି ଅଭିଯୋଗ
ପାଲଝାର କୃଷି ଫାର୍ମରେ ଦୁର୍ନୀତି ଅଭିଯୋଗ

ପାଲଝାର କୃଷି ଫାର୍ମରେ ବିହନ ଉତ୍ପାଦନ କରି ଚାଷୀଙ୍କୁ ପ୍ରଦାନ ବ୍ୟବସ୍ଥା ରହିଥିଲେ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାର ବିହନ ଧାନ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଏପରିକି ବିହନ ଧାନକୁ ବଘିଆପଡା ଧାନମଣ୍ଡିରେ ବିକ୍ରି ଉଦ୍ୟମ କରି ବିଫଳ ହେବା ପରେ ଜଣେ କୃଷି ଯନ୍ତ୍ରୀ ଧାନସବୁକୁ ଖତ ପାଇଁ ଫାର୍ମ ପରିସରରେ ଫୋପାଡ଼ି ଦେଇଛନ୍ତି ।

ବୁଡିଯିବାକୁ ବସିଲାଣି ପାଲଝାର କୃଷି ଫାର୍ମ
ବୁଡିଯିବାକୁ ବସିଲାଣି ପାଲଝାର କୃଷି ଫାର୍ମ

ବିଭାଗରେ ବ୍ୟାପକ ଦୁର୍ନୀତି କୁନେଇ ଚାଷୀ ଓ ବିଭିନ୍ନ ସଂଙ୍ଗଠନ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ ଖୋଦ କୃଷି ଅଧିକାରୀ ନିଜ ଭାଗ ନେଇ ଚୁପ ବସିଥିବା ଅଭିଯୋଗ ହୋଇଛି । ଗୋଟିଏ ପଟରେ ଚାଷୀ ବିଭିନ୍ନ ସମସ୍ୟାକୁ ନେଇ ଦୁଃଖରେ ଭାଙ୍ଗି ପଡିଥିବା ବେଳେ କୃଷି ଉତ୍ସବ ନାଁରେ ଚାଷୀଙ୍କୁ ତାତ୍ସଲ୍ୟ କରୁଥିବା ବୁଦ୍ଧିଜୀବୀ ଅଭିଯୋଗ କରିବା ସହ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛନ୍ତି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.