ETV Bharat / state

ଇଟିଭି ଭାରତ ମହାପ୍ରଭାବ: ଜମି ମାଫିଆଙ୍କ କବଳରୁ ମୁକୁଳିବ ଯବାନଙ୍କ ଜମି - ଜମି ମାଫିଆ

ଜମି ମାଫିଆଙ୍କ କବଳରେ ଭାରତୀୟ ଯବାନଙ୍କ ଜମି । ଏନେଇ ଇଟିଭି ଭାରତରେ ପ୍ରଥମେ ଖବର ପ୍ରସାରଣ ହେବା ପରେ ଏବେ ଆକ୍ସନ ମୁଡରେ ବୌଦ୍ଧ ଜିଲ୍ଲା ରାଜସ୍ବ ପ୍ରଶାସନ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ
author img

By

Published : Sep 18, 2019, 5:06 AM IST

ବୌଦ୍ଧ: ଜମି ମାଫିଆଙ୍କ କବଳରେ ଭାରତୀୟ ଯବାନଙ୍କ ଜମି । ଏନେଇ ଇଟିଭି ଭାରତରେ ପ୍ରଥମେ ଖବର ପ୍ରସାରଣ ହେବା ପରେ ଏବେ ଆକ୍ସନ ମୁଡରେ ବୌଦ୍ଧ ଜିଲ୍ଲା ରାଜସ୍ବ ପ୍ରଶାସନ । ଗତ ଅଗଷ୍ଟ 23ରେ ଏସମ୍ପର୍କରେ ‘ଜମି ମାଫିଆଙ୍କ ଟାର୍ଗେଟରେ ଯବାନଙ୍କ ଜମି’ ନାମକ ଏକ ଅନୁସନ୍ଧାନମୂଳକ ଖବର ପ୍ରକାଶ ପାଇଥିଲା । ଯାହା ଦେଖିବା ପରେ ପୁରା ଆକ୍ସନ ମୁଡରେ ଜିଲ୍ଲା ପ୍ରଶାସନ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଖବର ପାଇ ଖୋଦ ବୌଦ୍ଧ ଉପଜିଲ୍ଲାପାଳ ତଦନ୍ତ କରିବା ନେଇ ପ୍ରତିଶୃତି ଦେଇଛନ୍ତି । ଏଥିସହ ଗତ ଶୁକ୍ରବାର ଉପଜିଲ୍ଲାପାଳ ଓ ବୌଦ୍ଧ ତହସିଲଦାର ଗୁନ୍ଦଳିଆ ଆରଆଇ ସର୍କଲରେ ଥିବା ଝାରମୁଣ୍ଡା ମୌଜାର ସମ୍ପୃକ୍ତ ଜମି ସବୁ ପରିଦର୍ଶନ କରିବାର ନିର୍ଦ୍ଦେଶ ଦେଇଥିଲେ । ଯେଉଁଥିରୁ ଦେଖାଯାଇଥିଲା କି ଯବାନଙ୍କ ପାଇଁ କେବଳ 11 ଏକର ଜମି ସଂରକ୍ଷିତ ଥିବା ବେଳେ ସମୁଦାୟ ପ୍ରାୟ 41 ଏକର ସରକାରୀ ଓ ଗୋଚର ଜମିକୁ ଚିହ୍ନଟ କରାଯାଇଥିଲା ।

ଏଥିସହ ଅଣ ଓଡିଆ ଜମି ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯାଇଥିଲା । ତେଣୁ ଆଗାମୀ ଦିନରେ ଅନ୍ୟ ମୌଜାରେ ଥିବା ସରକାରୀ ଓ ଗୋଚର ଜମିକୁ ପର୍ଯ୍ୟାୟକ୍ରମେ ଉଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

Intro:ଈଟିଭି ଭାରତର ମହାପ୍ରଭାବ ।ଜମି ମାଫିଆଙ୍କ ଜବାନଙ୍କ ପାଇଁ ଉଦ୍ଦିଷ୍ଟ ଜମି ହଡପ ଖବର ସର୍ବ ପ୍ରଥମେ ଈଟିଭି ଭାରତରେ ଖବର ପ୍ରସାରଣ ପରେ ପୁରା ଆକ୍ସନ ମୁଡରେ ବୌଦ୍ଧ ଜିଲ୍ଲାର ରାଜସ୍ବ ପ୍ରଶାସନ ।
ଗତ ଅଗଷ୍ଟ ତେଇଶ ତାରିଖରେ ଈଟିଭି ଭାରତ ରେ "ଜମି ମାଫିଆଙ୍କ ଟାର୍ଗେଟ ରେ ଜବାନଙ୍କ ଜମି " ଶୀର୍ଷକ ଅନୁସନ୍ଧାନ ମୂଳକ ଖବର ପ୍ରସାରଣ ପରେ ଖୋଦ ବୌଦ୍ଧ ଉପଜିଲ୍ଲାପାଳ ଏସମ୍ପର୍କରେ ତଦନ୍ତ କରିବେ ବୋଲି ଆମକୁ ଜଣାଇଥିଲେ ।ଗତ ଶୁକ୍ରବାର ଦିନ ଉପଜିଲ୍ଲାପାଳ ଓ ବୌଦ୍ଧ ତହସିଲଦାର ଗୁନ୍ଦଳିଆ ଆର ଆଇ ସର୍କଲରେ ଥିବା ଝାରମୁଣ୍ଡା ମୌଜାର ଉକ୍ତ ସମସ୍ତ ଜମି ବୁଲି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।କେବଳ ଜବାନଙ୍କ ପାଇଁ ଏଗାର ଏକର ଜମି ସଂରକ୍ଷିତ ଥିବା ବେଳେ ସମୁଦାୟପ୍ରାୟ ୪୧ଏକର ସରକାରୀ, ଗୋଚର ଜମିକୁ ଚିହ୍ନଟ ସହ ଅଣ ଓଡିଆ ଜମିମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି ।ଆଗାମୀ ଦିନରେ ଅନ୍ୟ ମୌଜା ରେ ଥିବା ସରକାରୀ ଓ ଗୋଚର ଜମି କୁ ପର୍ଯ୍ୟାୟ କ୍ରମେ ଉଛେଦ କରାଯିବ ବୋଲି ସୂଚନା ମିଳିଛି ।

Body:ଈଟିଭି ଭାରତର ମହାପ୍ରଭାବ,ମାଫିଆଙ୍କ କବଳରୁ ମୁକ୍ତ ହେବ ଜବାନଙ୍କ ଜମି ସହ ସମୁଦାୟ ୪୧ ଏକର ଜମି ।

Conclusion:ବାଇଟ-୧-ଏନସି ଜ୍ୟାତିରଂଜନ ନାଏକ, ଉପଜିଲ୍ଲାପାଳ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.