ETV Bharat / state

ଜବରଦଖଲକାରୀଙ୍କ କବଜାରେ 57ନଂ ଜାତୀୟ ରାଜପଥ

ଜବଦଖଲକାରୀଙ୍କ କବଜାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ଅଞ୍ଚଳ । ବାଧାପ୍ରାପ୍ତ ହେଉଛି ଆମ୍ବୁଲାନ୍ସ ସେବା ଠାରୁ ଟ୍ରାଫିକ ବ୍ୟବସ୍ଥା । ଫଳରେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଅଞ୍ଚଳବାସୀ ।

author img

By

Published : May 20, 2019, 1:36 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: 57 ନଂ ଜାତୀୟ ରାଜପଥ କଡରେ ରହିଥିବା ଡାକ୍ତରଖାନା ଅଞ୍ଚଳ ଏବେ ଜବରଦଖଲକାରୀଙ୍କ କବଜାରେ । ଆମ୍ବୁଲାନ୍ସ ସେବା ଠାରୁ ଟ୍ରାଫିକ ବ୍ୟବସ୍ଥାରେ ସମସ୍ୟା ଦେଖାଦେଉଛି । ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ସହିତ ପୁରୁଣା କଟକ, ବାଉଁଶୁଣୀ ଓ ମନମୁଣ୍ଡା ସ୍ଥିତ ସ୍ବାସ୍ଥ୍ୟ କେନ୍ଦ୍ରରେ ମଧ୍ୟ ସମାନ ଅବସ୍ଥା ଥିବା ଅଭିଯୋଗ ହୋଇଛି ।

ଭିିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ ଜିଲ୍ଲା ଦେଇ 57 ନଂ ଜାତୀୟ ରାଜପଥ ଯାଇଥିବା ବେଳେ ଏହାର ଠିକ କଡରେ ବୌଦ୍ଧ ମୁଖ୍ୟ ଡାକ୍ତରଖାନା ସହିତ ପୁରୁଣାକଟକ, ବାଉଁଶୁଣୀ ଓ ମନମୁଣ୍ଡା ଡାକ୍ତରଖାନା ରହିଛି । କିନ୍ତୁ ଉକ୍ତ ଡାକ୍ତରଖାନାକୁ ଲାଗିରହିଥିବା ସ୍ଥାନଗୁଡିକ ଏବେ ଜବରଦଖଲ ହୋଇଥିବାରୁ ନାନା ସମସ୍ୟା ସୃଷ୍ଟି ହେଉଥିବାର ଅଭିଯୋଗ ହୋଇଛି ।

ଉଠା ଦୋକାନ ଓ ଗାଡିମୋଟର ପାର୍କିଂ ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା ଆଲୋଚନା ହେଉଛି । ବୌଦ୍ଧ ଦେଇ ଯାଇଥିବା ରାଜପଥର ଦୁଇ ପାର୍ଶ୍ଵରେ ଡାକ୍ତରଖାନାର ବିଭିନ୍ନ ବିଭାଗ ରହିଛି । ଏଣୁ ଅଧିକାଂଶ ସମୟରେ ଏହି ସ୍ଥାନରେ ଟ୍ରାଫିକ ଜାମ ସହ ଦୁର୍ଘଟଣା ଘଟିବାର ଆଶଙ୍କା ସୃଷ୍ଟି ହୋଇଥାଏ । ଡାକ୍ତରଖାନାରେ ବହୁବିଦ୍ଧ ସମସ୍ୟା ଲାଗିରହିଥିବା ବେଳେ ଜବରଦଖଲ ସମସ୍ୟା ଏବେ ସାଧାରଣ ଲୋକଙ୍କୁ ଅତିଷ୍ଠ କରିପକାଇଛି ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:୫୭ ନମ୍ବର ଜାତୀୟ ରାଜପଥ କଡରେ ଥିବା ଡାକ୍ତରଖାନା ଅଞ୍ଚଳ ଏବେ ଜବରଦଖଲକାରୀଙ୍କ କବ୍ଜାରେ ରହିଥିବା ଅଭିଯୋଗ ହୋଇଛି ।ଏଥିପାଇଁ ଆମ୍ବୁଲାନ୍ସ ସେବା ଠାରୁ ଆରମ୍ଭ କରି ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡିଛି ।ବୌଦ୍ଧ ମୁଖ୍ୟ ଚିକିତ୍ସାଳୟ ସହିତ ପୁରୁଣାକଟକ, ବାଉଁଶୁଣୀ ଓ ମନମୁଣ୍ଡା ସ୍ଥିତ ସ୍ବାସ୍ଥ୍ୟ କେନ୍ଦ୍ର ରେ ସମାନ ଅବସ୍ଥା ହୋଇଛି।

Body:ବୌଦ୍ଧ ଜିଲ୍ଲା ମଧ୍ୟ ଦେଇ ୫୭ ନମ୍ବର ଜାତୀୟ ରାଜପଥ ଯାଇଛି ।ଏହାର ଠିକ କଡରେ ବୌଦ୍ଧ ମୁଖ୍ୟ ଡାକ୍ତରଖାନା ସହିତ ପୁରୁଣାକଟକ, ବାଉଁଶୁଣୀ ଓ ମନମୁଣ୍ଡା ଡାକ୍ତରଖାନା ରହିଛି ।କିନ୍ତୁ ଉକ୍ତ ଡାକ୍ତରଖାନାକୁ ଲାଗିରହିଥିବା ସ୍ଥାନ ଗୁଡିକ ଏବେ ଜବରଦଖଲ ହୋଇଥିବାରୁ ନାନା ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହୋଇଛି ।ଛୋଟ ଛୋଟ ଉଠାଦୋକାନୀ ଓ ଗାଡିମୋଟର ପାର୍କିଂ ଯୋଗୁଁ ଏଭଳି ସମସ୍ୟା ଉପୁଜିଥିବା ଆଲୋଚନା ହେଉଛି ।ବୌଦ୍ଧ ଦେଇ ଯାଇଥିବା ରାଜପଥର ଦୁଇ ପାର୍ଶ୍ଵରେ ଡାକ୍ତରଖାନାର ବିଭିନ୍ନ ବିଭାଗ ରହିଛି ।ଏଣୁ ଅଧିକାଂଶ ସମୟରେ ଏହି ସ୍ଥାନରେ ଟ୍ରାଫିକ ଜାମ ସହ ଦୁର୍ଘଟଣା ଘଟିବାର ଆଶଙ୍କା ସୃଷ୍ଟି ହୋଇଥାଏ ।ଡାକ୍ତରଖାନାରେ ବହୁବିଧ ସମସ୍ୟା ଲାଗିରହିଥିବା ବେଳେ ଜବରଦଖଲ ସମସ୍ୟା ଏବେ ସାଧାରଣ ଲୋକଙ୍କୁ ଅତିଷ୍ଠ କରିପକାଇଛି ।

Conclusion:ବାଇଟ-୧-କେଦାର ନାଥ ସାହୁ, ସାମାଜିକ କର୍ମୀ
ବାଇଟ-୨-ଦେବାଶିଷ ପୁରୋହିତ, ବୁଦ୍ଧିଜୀବୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.