ETV Bharat / state

ବିଦ୍ୟୁତ ଆଘାତରେ ଦନ୍ତା ମୃତ୍ୟୁ ଘଟଣା, 10 ଦିନ ପରେ ବି ତଦନ୍ତ ଦିଗହରା

author img

By

Published : Jun 25, 2023, 12:57 PM IST

ବୌଦ୍ଧରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଦନ୍ତା ମୃତ୍ୟୁ ଘଟଣା । ଉଭୟ ବନ ବିଭାଗ ଓ ବିଦ୍ୟୁତ ବିଭାଗର ସମନ୍ୱୟ ଅଭାବରୁ ହାତୀର ମୃତ୍ୟୁ ହୋଇଥିବା ଅଭିଯୋଗ । ଅଧିକ ପଢନ୍ତୁ

elephant electrocuted death case
elephant electrocuted death case
elephant electrocuted death case

ବୌଦ୍ଧ: ବିଦ୍ୟୁତ ଆଘାତରେ ଦନ୍ତାହାତୀ ମୃତ୍ୟୁ ଘଟଣା । ଗତ 14 ତାରିଖ ରଜ ସଂକ୍ରାନ୍ତି ଦିନ ବୌଦ୍ଧ ଜିଲ୍ଲାର କଣ୍ଟାମାଳ ବନାଞ୍ଚଳ ଅନ୍ତର୍ଗତ ଘୁଚାଙ୍ଗୀ ଜଙ୍ଗଲରେ 11 କେଭି ବିଦ୍ୟୁତ ସଂସ୍ପର୍ଶରେ ଆସି ହାତୀଟି ପ୍ରାଣ ହରାଇଥିଲା । ତେବେ ଉଭୟ ବନ ବିଭାଗ ଓ ବିଦ୍ୟୁତ ବିଭାଗ ମଧ୍ୟରେ ସମନ୍ୱୟ ଅଭାବରୁ ଏଭଳି ଘଟଣା ଘଟିଥିବା କୁହାଯାଉଛି । କାରଣ କଣ୍ଟାମାଳ ବନାଞ୍ଚଳର ଉକ୍ତ ଜଙ୍ଗଲ ନିକଟବର୍ତ୍ତୀ ଅଞ୍ଚଳରେ ଦୀର୍ଘ ଦିନ ହେଲା ଦଶରୁ ଉର୍ଦ୍ଧ୍ବ ହାତୀ ଚଳପ୍ରଚଳ କରୁଛନ୍ତି । କିନ୍ତୁ ହାତୀଙ୍କ ଗତିବିଧି ଉପରେ ନଜର ରଖିବାକୁ ନିଯୁକ୍ତି ହୋଇଥିବା କର୍ମଚାରୀଙ୍କ ଉକ୍ତ ଅଞ୍ଚଳରେ ଦିନଟିଏ ମଧ୍ୟ ଦେଖାନାହିଁ ।

ସେହିପରି ବିଦ୍ୟୁତ ତାର ଓ ହାତୀର ଗତିବିଧିକୁ ନେଇ ରଜ ସଂକ୍ରାନ୍ତି ଦିନ ପୂର୍ବରୁ ବନ ବିଭାଗ ପକ୍ଷରୁ ବିଦ୍ୟୁତ ବିଭାଗକୁ ସୂଚନା ଦିଆଯାଇଥିଲା । କିନ୍ତୁ ବିଦ୍ୟୁତ କାଟ କରାନଯିବାରୁ ହାତୀର ମୃତ୍ୟୁ ଘଟିଲା । ସେପଟେ ବିଦ୍ୟୁତ ବିଭାଗ ପକ୍ଷରୁ ଏଭଳି କୌଣସି ସୂଚନା ସେମାନଙ୍କୁ ଦିଆଯାଇ ନଥିବା କୁହାଯାଇଛି । ବୌଦ୍ଧ ଜିଲ୍ଲାରେ ହାତୀ ମୃତ୍ୟୁ ଘଟଣା କୌଣସି ନୂଆ କଥା ନୁହେଁ । ଗତ ପାଞ୍ଚ ବର୍ଷ ମଧ୍ୟରେ ଜିଲ୍ଲାର ବିଭିନ୍ନ ଜଙ୍ଗଲରେ ୬ଗୋଟି ହାତୀଙ୍କ ମୃତ୍ୟୁ ଘଟିସାରିଛି । ଏନେଇ ବନ ବିଭାଗର ପାରିବାପଣିଆ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଘୁଚାଙ୍ଗୀ ଜଙ୍ଗଲରେ ଦନ୍ତାହାତୀ ମୃତ୍ୟୁକୁ ନେଇ ବୌଦ୍ଧ ବନ ବିଭାଗ ବିଦ୍ୟୁତ ବିଭାଗ ନାଁରେ କଣ୍ଟାମାଳ ଥାନାରେ ଏତଲା ଦେଇଥିଲେ ମଧ୍ୟ ଏହାର ତଦନ୍ତ ଆଗେଇ ପାରିନାହିଁ । ଉଭୟ ବନ ବିଭାଗ ଓ କଣ୍ଟାମାଳ ପୋଲିସ ତଦନ୍ତ ନାଁରେ ଦିନ ଗଡାଉ ଥିବାବେଳେ ମାମଲାରେ କୌଣସି ଅଗ୍ରଗତି ଘଟିନାହିଁ ।

ସେପଟେ ଗତ 6 ଦିନ ଧରି ଜିଲ୍ଲାର କୁଶଙ୍ଗ ପଞ୍ଚାୟତରେ ଥିବା ମହାନଦୀ ବନ୍ୟପ୍ରାଣୀ ଅଭୟାରଣ୍ୟରେ ଚାଲିଥିବା ବାଘ ଗଣନା କାର୍ଯ୍ୟ ସମ୍ପନ୍ନ ହୋଇଛି । 165 ଗୋଟି ପିଆଇବି କୌଶଳ ମାଧ୍ୟମରେ ବିଭିନ୍ନ ମାଂସାଶୀ ବନ୍ୟଜନ୍ତୁଙ୍କ ସହିତ ବାଘ ଗଣନା କାର୍ଯ୍ୟ ହୋଇଛି ।ଏଥିରେ ବିଭିନ୍ନ ବନ୍ୟପ୍ରାଣୀଙ୍କ ସହିତ 33 ଗୋଟି କଲରାପତରିଆ ବାଘ ଅଭୟାରଣ୍ୟ ମଧ୍ୟରେ ଅଛନ୍ତି । ପୂର୍ବ ବର୍ଷ ଅପେକ୍ଷା ବନ୍ୟପ୍ରାଣୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.