ETV Bharat / state

ଅଳ୍ପକେ ବର୍ତ୍ତିଲେ ଛାତ୍ରୀ, ଟ୍ରକ ଧକ୍କାରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ - ବିଦ୍ୟୁତଖୁଣ୍ଟ ପଡି ଛାତ୍ରୀ ଗୁରୁତର

ଆସନ୍ନ ମୃତ୍ୟୁରୁ ଅଳ୍ପକେ ବର୍ତ୍ତିଗଲେ ଛାତ୍ରୀ । ବିଦ୍ୟୁତଖୁଣ୍ଟ ପଡି ଛାତ୍ରୀ ଗୁରୁତର । ଏପରି ଦୁର୍ଘଟଣା ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ ଜଟେସିଙ୍ଘା ଗ୍ରାମରେ । ଅଧିକ ପଢନ୍ତୁ

ଆସନ୍ନ ମୃତ୍ୟୁରୁ ଅଳ୍ପକେ ବର୍ତ୍ତିଗଲେ ଛାତ୍ରୀ
ଆସନ୍ନ ମୃତ୍ୟୁରୁ ଅଳ୍ପକେ ବର୍ତ୍ତିଗଲେ ଛାତ୍ରୀ
author img

By

Published : Aug 8, 2023, 5:45 PM IST

ଟ୍ରକ ଧକ୍କାରେ ଭାଙ୍ଗିଲା ବିଦ୍ୟୁତ ଖୁଣ୍ଟ

ବୌଦ୍ଧ: ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତିଗଲେ କଲେଜ ଛାତ୍ରୀ । ବିଦ୍ୟୁତ ଖୁଣ୍ଟି ପଡି ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ଛାତ୍ରୀ । ଅଣ ଓସାରିଆ ରାସ୍ତାରେ ଏକ ଟ୍ରକ ରୋଡ଼ ଡିଭାଇଡରରେ ଥିବା ଏକ ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇଥିଲା । ଆଉ ବିଦ୍ୟୁତ ଖୁଣ୍ଟଟି ରାସ୍ତାରେ ଯାଉଥିବା ଜଣେ କଲେଜ ଛାତ୍ରୀଙ୍କ ଉପରେ ପଡ଼ିଥିବା ବେଳେ ଛାତ୍ରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଏପରି ଦୁର୍ଘଟଣା ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ ଜଟେସିଙ୍ଘା ଗ୍ରାମରେ ।

ସୂଚନା ଅନୁଯାୟୀ, ଜିଲ୍ଲା ବାମଣ୍ଡା ପଞ୍ଚାୟତ ଅନ୍ତର୍ଗତ ଜଟେସିଙ୍ଘା ଗ୍ରାମର ସ୍ବପ୍ନା ବେହେରା ସବୁଦିନ ଭଳି ମଙ୍ଗଳବାର ସକାଳୁ ଅନ୍ୟ ଜଣେ ଛାତ୍ରୀଙ୍କ ସହିତ ସାଇକେଲ ଯୋଗେ ଜିଲ୍ଲର ପଞ୍ଚାୟତ ମହାବିଦ୍ୟାଳୟକୁ ପାଠ ପଢ଼ିବାକୁ ଆସୁଥିଲେ । ଠିକ କଲେଜ ନିକଟରେ ପହଞ୍ଚିଲା ବେଳକୁ ଘଟିଲା ଏକ ଦୁର୍ଘଟଣା । ଜିଲ୍ଲା ଷ୍ଟାଡିୟମ ସମ୍ମୁଖରେ ଜଣେ ଠିକାଦାର ଦୀର୍ଘ ଦିନ ହେଲା କୌଣସି କାର୍ଯ୍ୟ ନିମନ୍ତେ ରାସ୍ତା ଅବରୋଧ କରି ସେଠାରେ ପାଣି ଟାଙ୍କି, ଇଟା, ବାଲି ସବୁ ମହଜୁଦ ରଖିଥିବା ଅଭିଯୋଗ ହୋଇଛି । ଠିକାଦାରଙ୍କ ରାସ୍ତା ଅବରୋଧ ଯୋଗୁଁ ଟ୍ରକ୍ ଭାରସାମ୍ୟ ହରାଇ ରୋଡ଼ ଡିଭାଇଡରର ବିଦ୍ୟୁତ ଖୁଣ୍ଟରେ ଧକ୍କା ହୋଇଥିଲା । ଫଳରେ ବିଦ୍ୟୁତ ଖୁଣ୍ଟ ଦୁଇ ଜଣ କଲେଜ ଛାତ୍ରୀଙ୍କ ମଧ୍ୟରୁ ଜଣେ ସ୍ବପ୍ନା ନାମକ ଛାତ୍ରୀଙ୍କ ଉପରେ ପଡିଯିବାରୁ ତାଙ୍କ ହାତ ଓ ଗୋଡ଼ରେ ଗଭୀର ଆଘାତ ଲାଗିଥିବା ବେଳେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ ।

ନିକଟସ୍ଥ ଲୋକେ ସ୍ବପ୍ନାଙ୍କୁ ଉଦ୍ଧାର କରି ବୌଦ୍ଧ ମେଡିକାଲରେ ଭର୍ତ୍ତି କରିଥିଲେ । ଏହାପରେ ସ୍ବପ୍ନାଙ୍କ ପରିବାର ଲୋକଙ୍କ ସହ ପୋଲିସ ସୂଚନା ଦେଇଥିଲେ ସ୍ଥାନୀୟ ଲୋକେ । ଏହାପରେ ଘଟଣାସ୍ଥଳରେ ପୋଲିସ ଓ ବିଦ୍ୟୁତ ବିଭାଗର କର୍ମଚାରୀ ପହଞ୍ଚି ଥିଲେ । ବିଦ୍ୟୁତ ବିଭାଗ କର୍ମଚାରୀ ତୁରନ୍ତ ସେହି ବିଦ୍ୟୁତ ଖୁଣ୍ଟକୁ ରାସ୍ତାରୁ ହଟେଇବା ସହ ତାର ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି । ଏହାସହ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ଏଭଳି ଅଭାବନୀୟ ଘଟଣା ପାଇଁ ଆଜି ପଞ୍ଚାୟତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା । ତୁରନ୍ତ ସେହି ରାସ୍ତାରୁ ପଣିଟାଙ୍କୁ ହଟାଯିବା ସହ ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଅଟକ ରଖିଛି ପୋଲିସ । ତେବେ ସହରର ବିଭିନ୍ନ ବସ୍ତିରେ ବାସଗୃହ ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ରାସ୍ତା ଅବରୋଧ ଯୋଗୁଁ ପ୍ରତ୍ୟେକ ଦିନ ଏଭଳି ଦୁର୍ଘଟଣା ଘଟୁଥିବାରୁ ସହରବାସୀ ଅଭିଯୋଗ କରିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.