ETV Bharat / state

ପାରମ୍ପରିକ ବୈଦ୍ୟ ଚିକିତ୍ସାର ପୁନଃରୁଦ୍ଧାର ପାଇଁ ପ୍ରଚେଷ୍ଟା

author img

By

Published : Nov 14, 2020, 10:36 AM IST

ପ୍ରାଚୀନ ତଥା ପାରମ୍ପରିକ ବୈଦ୍ୟ ଚିକିତ୍ସାକୁ ବଞ୍ଚାଇ ରଖିବାକୁ ଅଣ୍ଟା ଭିଡିଲେ ବୌଦ୍ଧର କବିରାଜ ଚିକିତ୍ସକ। ଧନ୍ବନ୍ତରୀ ମହାପ୍ରଭୁଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ନିଆଯାଇଛି ନିଆରା ପଦକ୍ଷେପ। ଅଧିକ ପଢନ୍ତୁ...

ପାରମ୍ପରିକ ବୈଦ୍ୟ ଚିକିତ୍ସାର ପୁନଃରୁଦ୍ଧାର ପାଇଁ ପ୍ରଚେଷ୍ଟା
ପାରମ୍ପରିକ ବୈଦ୍ୟ ଚିକିତ୍ସାର ପୁନଃରୁଦ୍ଧାର ପାଇଁ ପ୍ରଚେଷ୍ଟା

ବୌଦ୍ଧ: ପ୍ରାଚୀନ ତଥା ପାରମ୍ପରିକ ବୈଦ୍ୟ ଚିକିତ୍ସାକୁ କିଭଳି ବଞ୍ଚାଇ ରଖାଯାଇପାରିବ ସେନେଇ ପ୍ରଚେଷ୍ଟା ଆରମ୍ଭ ହୋଇଛି। ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ତଥା ଅପହଞ୍ଚ ଅଞ୍ଚଳରେ କବିରାଜ ଚିକିତ୍ସା ପ୍ରାଚୀନ କାଳରୁ ପ୍ରଚଳିତ ହୋଇଆସିଛି। ଏହି ପରମ୍ପରାକୁ ବଜାୟ ରଖିବା ସହ ଔଷଧୀୟ ଗୁଳ୍ମ ଉତ୍ପାଦନ ପାଇଁ ସ୍ବତନ୍ତ୍ର ଉଦ୍ୟାନ କିଭଳି କରାଯାଇ ପାରିବ ସେନେଇ ମଧ୍ୟ ପ୍ରଚେଷ୍ଟା ଆରମ୍ଭ ହୋଇଛି। ଧନ୍ବନ୍ତରୀଙ୍କ ଜନ୍ମ ଜୟନ୍ତୀ ଉପଲକ୍ଷେ ଜିଲ୍ଲାର ସରସରା ନିକଟସ୍ଥ ଖଲିଆସାହି ଠାରେ ଏକ ସ୍ବତନ୍ତ୍ର ବୈଦ୍ୟ ସମ୍ମିଳନୀର ଆୟୋଜନ କରାଯାଇଥିଲା।

ଏଥିରେ ଜିଲ୍ଲାର ବିଭିନ୍ନ ଉପାନ୍ତ ତଥା ଅପହଞ୍ଚ ଅଞ୍ଚଳର କବିରାଜ ଚିକିତ୍ସକ ମାନେ ଭାଗ ନେଇ ପ୍ରାଚୀନ ଚିକିତ୍ସା ପଦ୍ଧତି ସମ୍ପର୍କରେ ଆଲୋଚନା ସହ ଏହି ପରମ୍ପରାକୁ ବଜାୟ ପାଇଁ ବିଭିନ୍ନ ପ୍ରସ୍ତାବ ସମ୍ପର୍କରେ ଆଲୋଚନା କରିଥିଲେ। କେନ୍ଦ୍ରର ଆୟୁଷ ମନ୍ତ୍ରଣାଳୟ ଏହି ପ୍ରାଚୀନ ଚିକିତ୍ସା ପଦ୍ଧତିର ପୁନଃରୁଦ୍ଧାର ପାଇଁ ଚେଷ୍ଟା କରୁଥିବା ବେଳେ ଏହି ଚିକିତ୍ସା ସହିତ ଜଡିତ ଔଷଧୀୟ ଗୁଳ୍ମ ଚାଷୀଙ୍କୁ ପ୍ରୋତ୍ସାହିତ ପାଇଁ ଦାବି ହୋଇଛି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.