ବୌଦ୍ଧ: ଶାନ୍ତି ଶୃଙ୍ଖଳାର ସହିତ ବୌଦ୍ଧ ଜିଲ୍ଲାର ବିଭିନ୍ନ ଦେବାଦେବୀ ପୀଠରେ ଦୁର୍ଗାପୂଜା ସମାପନ ହୋଇଛି ।
ଏପଟେ ପ୍ରତିବର୍ଷ ବୌଦ୍ଧ ପୁରୁଣାକଟକ, ବୌଦ୍ଧ, ବାଉଁଶୁଣୀ, ଘଣ୍ଟାପଡା ଆଦି ସ୍ଥାନରେ ଥିବା ପ୍ରାଚୀନ ତନ୍ତ୍ର ପୀଠରେ ମଧ୍ୟ ପାରମ୍ପରିକ ଷୋଳଖାଡି ବାଦ୍ୟ ମଧ୍ୟରେ ତନ୍ତ୍ର ପୂଜା ଓ ଗୁପ୍ତ ପୂଜା ଅନୁଷ୍ଠିତ ହୋଇଥାଏ । କିନ୍ତୁ ଚଳିତ ବର୍ଷ କୋରୋନା କଟକଣା ଯୋଗୁଁ ଏହି ପରମ୍ପରାରେ ବ୍ୟତିକ୍ରମ ଘଟିଛି ।
ପୀଠ ଗୁଡିକରେ କେବଳ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଥିବା ବେଳେ ଅନ୍ୟ ସମସ୍ତ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ବାତିଲ କରାଯାଇଥିଲା । ଆସ୍ଥା ଓ ବିଶ୍ବାସ ସହିତ ଜଡିତ ମଣିଷ ଏହାକୁ ନେଇ ଭିନ୍ନ ଭିନ୍ନ ମତ ପୋଷଣ କରୁଥିବା ବେଳେ କିଛି ପୀଠରେ ଦେବୀ ବରୁଆଙ୍କ ଦେହରେ ଆବିର୍ଭାବ ହୋଇଥିବା ଦେଖାଯାଇଥିଲା।
ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ