ETV Bharat / state

ଉପାନ୍ତ ଅଞ୍ଚଳରେ ପାନୀୟଜଳର ଉତ୍କଟ ସମସ୍ୟା, ସମାଧାନ ପାଇଁ ଗ୍ରାମବାସୀଙ୍କ ଦାବି - ବୌଦ୍ଧ ପାନୀୟ ଜଳ ସମସ୍ୟା

ବୌଦ୍ଧ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖାଯାଉଥିବା ବେଳେ ଏହାର ସମାଧାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି । ଅଧିକ ପଢନ୍ତୁ...

ଉପାନ୍ତ ଅଞ୍ଚଳରେ ପାନୀୟଜଳର ଉତ୍କଟ ସମସ୍ୟା, ସମାଧାନ ପାଇଁ ଗ୍ରାମବାସୀଙ୍କ ଦାବି

author img

By

Published : Apr 11, 2021, 11:25 AM IST

ବୌଦ୍ଧ: ଗ୍ରୀଷ୍ମ ଋତୁର ଆରମ୍ଭରୁ ଜିଲ୍ଲାର ଉପାନ୍ତ ଅଞ୍ଚଳରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖିବାକୁ ମିଳୁଛି । ସରକାର ଏହି ଅଞ୍ଚଳରେ ଓଭର ହେଡ଼ ପାଣି ଟାଙ୍କି ଲଗାଇଥିଲେ ମଧ୍ୟ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ଏହା କାର୍ଯ୍ୟକାରୀ ହୋଇପାରୁନଥିବା ଅଭିଯୋଗ ହୋଇଛି । ଏହି ସମସ୍ୟାର ତୁରନ୍ତ ସମାଧାନ କରିବା ପାଇଁ ଗ୍ରାମବାସୀ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ଉପାନ୍ତ ଅଞ୍ଚଳରେ ପାନୀୟଜଳର ଉତ୍କଟ ସମସ୍ୟା, ସମାଧାନ ପାଇଁ ଗ୍ରାମବାସୀଙ୍କ ଦାବି

ଜିଲ୍ଲାର ଉପାନ୍ତ ଅଞ୍ଚଳମାନଙ୍କରେ ଥିବା ବିଭିନ୍ନ ସରକାର ଓଭର ହେଡ ପାଣି ଟାଙ୍କି ସହ ପାଇପ ବ୍ୟବସ୍ତା କରିଛନ୍ତି । କିନ୍ତୁ ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଏସବୁ କାର୍ଯ୍ୟକ୍ଷମ ହୋଇପାରୁ ନାହିଁ । ବିଶେଷ ଭାବରେ ଜିଲ୍ଲାର ଆମ୍ବଝରୀ, ଟିକରପଡା, ଗୁନ୍ଦୁଳିଆ, ଶଗଡା, ଲମ୍ବସରୀ, ବରଗୋଛା ଭଳି ଉପାନ୍ତ ପଞ୍ଚାୟତର ଅନେକ ଗାଁରେ ପାନୀୟଜଳ ସମସ୍ୟା ଦୀର୍ଘ ବର୍ଷ ହେଲା ଲାଗି ରହିଛି । ଏନେଇ ପଞ୍ଚାୟତରେ ଅନୁରୋଧ କରାଗଲେ ମଧ୍ୟ ଭୋଟ ରାଜନୀତି କାରଣରୁ ପରୋକ୍ଷରେ ସାଧାରଣ ଲୋକଙ୍କୁ ହଇରାଣ କରାଯାଉଥିବା ଚର୍ଚ୍ଚା ହେଉଛି ।

ଅନେକ ସ୍ଥାନରେ ନଳକୂପ ଗୁଡିକ ଅଚଳ ହୋଇପଡିବାରୁ ଲୋକେ ବାଧ୍ୟ ହୋଇ ଅପରିଷ୍କାର ପାଣି ନଚେତ ପାହାଡିଆ ନାଳର ଶୁଖିଲା ଶଯ୍ୟାରୁ ଚୂଆ ଖୋଳି ପାଣି ସଂଗ୍ରହ କରିବାକୁ ପଡୁଛି । ଆମ୍ବଝରୀ ଓ ଲମ୍ବସରୀ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ ଏ ସମସ୍ୟା ସମ୍ପର୍କରେ ଅବଗତ କରାଇବା ପରେ ଏହାକୁ ଠିକ କରିବା ତାଙ୍କର କାମ ନୁହେଁ ବୋଲି କହିବା ସହିତ ଲୋକମାନେ ସିଧାସଳଖ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ପାଇଁ ସେ କହିଛନ୍ତି । ସେପଟେ ଜିଲ୍ଲା ଗ୍ରାମ୍ୟ ଜଳଯୋଗାଣ ବିଭାଗର ଅପାରଗତା ଯୋଗୁଁ ଉପାନ୍ତ ଅଞ୍ଚଳରେ ଏଭଳି ପାନୀୟଜଳର ଉତ୍କଟ ସମସ୍ୟା ଦେଖାଦେଇଥିବା ଜଣାପଡିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.