ETV Bharat / state

ଦୁଇ ଡାକ୍ତରଙ୍କ ତୁ ତୁ ମେଁ ମେଁରେ ବଳି ପଡିଲେ ପ୍ରସୂତି ! - ଡାକ୍ତରଙ୍କ ଝଗଡାରେ ବଳି ପଡିଲେ ପ୍ରସୂତି

୨ ଜଣ ଡାକ୍ତରଙ୍କ କଳିରେ ହନ୍ତସନ୍ତ ହେଲେ ପ୍ରସୂତି । ରାତିସାରା ଡାକ୍ତରଖାନା ବାହାରେ କାକରରେ ଶୋଇଲେ । ଅଧିକ ପଢନ୍ତୁ...

ପ୍ରସୂତିଙ୍କୁ ଡାକ୍ତରଖାନାରୁ ବାହାର କରିଦେଲେ ଡାକ୍ତର

author img

By

Published : Nov 7, 2021, 8:46 AM IST

ବୌଦ୍ଧ: ଜିଲ୍ଲାରେ ସ୍ବାସ୍ଥ୍ୟ ସେବାର ପୁଣିଥରେ ନଗ୍ନ ଚିତ୍ର ସାମ୍ନାକୁ ଆସିଛି । ଡାକ୍ତରଙ୍କ ଅଭାବରୁ ହେଉ କିମ୍ବା ଯନ୍ତ୍ରପାତି ଅଭାବ କାରଣରୁ ପୂର୍ବରୁ ରୋଗୀ ହନ୍ତସନ୍ତ ହେବାର ଦୃଶ୍ୟ ଦେଖିଥିବେ । ମାତ୍ର ବୌଦ୍ଧରେ ଭିନ୍ନ ଏକ ଚିତ୍ର ସାମ୍ନାକୁ ଆସିଛି । ରୋଗୀକୁ ତୋର-ମୋର କହି ୨ ଜଣ ଡାକ୍ତରଙ୍କ କଳିରେ ଶେଷରେ ଜଣେ ପ୍ରସୂତିଙ୍କୁ ଡାକ୍ତରଖାନା ବାହାରେ ରହିବାକୁ ପଡିଛି । ଦୁଇ ଜଣ ଡାକ୍ତରଙ୍କ ପ୍ରତିଯୋଗିତାର କଳିରେ ଯନ୍ତ୍ରଣାରେ ଛଟପଟ ହେଲେ ଜଣେ ପ୍ରସୂତୀ ମହିଳା ।

ପ୍ରସୂତିଙ୍କୁ ଡାକ୍ତରଖାନାରୁ ବାହାର କରିଦେଲେ ଡାକ୍ତର
ସୂଚନା ମୁତାବକ, ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଦୁଇ ଜଣ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ଡାକ୍ତର ଅଛନ୍ତି । ଉଭୟଙ୍କ ଦୁଇଟି ଅଲଟ୍ରାସାଉଣ୍ଡ ମେସିନ ସହିତ ଦୀର୍ଘଦିନ ହେବ ରୋଗୀଙ୍କ ଚିକିତ୍ସାକୁ ନେଇ ପ୍ରତିଯୋଗିତା ଲାଗି ରହିଥିଲା । ଗତକାଲି(ଶୁକ୍ରବାର) ଜଣେ ଡାକ୍ତରଙ୍କ ରୋଗୀଙ୍କୁ ଅନ୍ୟ ଜଣେ ଡାକ୍ତର ତୁ ମୋର ରୋଗୀ ନୁହେଁ କହି ବେଡରୁ ଓହ୍ଲାଇ ଡାକ୍ତରଖାନା ବାହାରକୁ ତଡି ଦେଇଥିବା ଅଭିଯୋଗ ହୋଇଛି ।

ଆସନ୍ନ ପ୍ରସବା ମହିଳା ଜଣକ ରାତିର ଥଣ୍ଡା କାକରରେ ଡାକ୍ତରଖାନା ବାହାରେ ପଡି ରହିଥିଲେ । ତେବେ ଡାକ୍ତରଙ୍କ ଏଭଳି ମାନସିକତାକୁ ବିଭିନ୍ନ ମହଲରେ ତୀବ୍ର ନିନ୍ଦା କରାଯାଉଛି । ଏନେଇ ସ୍ବାସ୍ଥ୍ୟ ବିଭାଗର ପ୍ରତିକ୍ରିୟା ମିଳିପାରି ନାହିଁ ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.