ETV Bharat / state

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବେ ବୌଦ୍ଧବାସୀ, ଦିଆଯିବ ତାଲିମ

author img

By

Published : Sep 12, 2019, 10:43 AM IST

ବୌଦ୍ଧ ଜିଲ୍ଲାରେ ଏଣିକି ବିପର୍ଯ୍ୟୟ ମୁକାବିଲା ପାଇଁ ଗ୍ରାମ ସ୍ତରରେ ଲୋକଙ୍କୁ ପ୍ରସ୍ତୁତ କରାଯିବ । ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି । ବିପର୍ଯ୍ୟୟର କିଭଳି ମୁକାବିଲା କରିବେ ଏଥିପାଇଁ ଲୋକଙ୍କୁ ତାଲିମ ଦିଆଯିବ ।

ଫଟୋ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ବୌଦ୍ଧ: ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବେ ନିଜେ ଗ୍ରାମବାସୀ । ଏଭଳି କିଛି ଲକ୍ଷ୍ୟ ରଖି ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି । ଅଧିକାଂଶ ସମୟରେ ବନ୍ୟା, ବାତ୍ୟା ଓ ମରୁଡି ଭଳି ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରନ୍ତି ଜିଲ୍ଲାବାସୀ । ତେଣୁ ବିପର୍ଯ୍ୟୟର ମୁକାବିଲା ପାଇଁ ଗ୍ରାମ ସ୍ତରରୁ ଲୋକଙ୍କୁ ପ୍ରସ୍ତୁତ କରାଯିବ । ଏଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ବୌଦ୍ଧ

ଗ୍ରାମ ସ୍ତରରେ ବିଭିନ୍ନ ଗୋଷ୍ଠୀ ଓ କମିଟି ଗଠନ ସହ କିଭଳି ବିପର୍ଯ୍ୟୟର ମୁକାବିଲା ପାଇଁ ପ୍ରସ୍ତୁତ ରହିବେ ସେ ସମ୍ପର୍କରେ ସ୍ବତନ୍ତ୍ର ତାଲିମ ଦିଆଯିବ । ବୁଧବାର ଏନେଇ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ପିଡି ସୂର୍ଯ୍ୟ ନାରାୟଣ ଦାସ, ଉପଜିଲ୍ଲାପାଳ ଏନ.ସି ଜ୍ୟୋତି ରଞ୍ଜନ ନାଏକ ପ୍ରମୁଖ ଯୋଗ ଦେଇଥିଲେ । ଅନ୍ୟପଟେ ପ୍ରାଣୀମାନଙ୍କ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ ଥିବାବେଳେ ଖୋଦ ପ୍ରାଣୀଧନ ଅଧିକାରୀ ଉପସ୍ଥିତ ନଥିଲେ । ଯାହାକୁ ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିଲା ।

ବୌଦ୍ଧରୁ ସତ୍ୟନାରାୟଣ ପାଣି, ଇଟିଭି ଭାରତ

Intro:ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା କରିବେ ନିଜେ ଗ୍ରାମବାସୀ ।ଏଭଳି କିଛି ଲକ୍ଷ୍ୟ ରଖି ପ୍ରଶାସନିକ ସ୍ତରରେ ଆରମ୍ଭ ହୋଇଛି ପ୍ରସ୍ତୁତି ।ବନ୍ୟା, ବାତ୍ୟା ଓ ମରୁଡି ର ସଦାସର୍ବଦା ମାଡ ସହୁଥିବା ବୌଦ୍ଧ ଜିଲ୍ଲାରେ ଏଣିକି ବିପର୍ଯ୍ୟୟ ମୁକାବିଲା ପାଇଁ ଗ୍ରାମ ସ୍ତରରେ ଲୋକଙ୍କୁ ପ୍ରସ୍ତୁତ କରାଯିବ ।ଏଣୁ ଏଥିପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ତରଫରୁ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଛି ।ଗ୍ରାମ ସ୍ତରରେ ବିଭିନ୍ନ ଗୋଷ୍ଠୀ ଓ କମିଟି ଗଠନ ସହ କିଭଳି ବିପର୍ଯ୍ୟୟ ର ମୁକାବିଲା ପାଇଁ ପ୍ରସ୍ତୁତ ରହିବେ ସେ ସମ୍ପର୍କରେ ସ୍ବତନ୍ତ୍ର ତାଲିମ ଦିଆଯିବାର ବ୍ୟବସ୍ଥା କରାଯିବ ।ବୁଧବାର ଏନେଇ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏଥିରେ ପିଡି ସୂର୍ଯ୍ୟ ନାରାୟଣ ଦାସ,ଉପଜିଲ୍ଲାପାଳ ଏନସି ଜ୍ୟୋତି ରଂଜନ ନାଏକ ଓ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ ।କିନ୍ତୁ ବିଭାଗ ବିଭାଗ ମଧ୍ୟରେ ସମନ୍ୱୟ ର ଅଭାବରୁ ଏହି ପରିସ୍ଥିତି ସମୟରେ ବିଶେଷ ଅସୁବିଧା ହେଉଥିବା କେତେକ ସଦସ୍ୟ ଅଭିଯୋଗ କରିଥିଲେ ।ଏଭଳି ସ୍ଥିତିରେ ପ୍ରାଣୀମାନଙ୍କ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ ଥିବାବେଳେ ଖୋଦ ପ୍ରାଣୀଧନ ଅଧିକାରୀ ଉପସ୍ଥିତ ନହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ।ଏଭଳି ଯୋଜନା ବୌଦ୍ଧ ଭଳି ଚିର ପ୍ରାକୃତିକ ବିପର୍ଯ୍ୟୟ ପ୍ରପିଡିତ ଜିଲ୍ଲା ନିମନ୍ତେ ଅତ୍ୟନ୍ତ ଜରୁରୀ ବୋଲି ସାଧାରଣରେ ଆଲୋଚନା ହେଉଛି ।

Body:ଏଣିକି ଗ୍ରାମସ୍ତରରେ ବିପର୍ଯ୍ୟୟ ର ମୁକାବିଲା କରିବେ ଗ୍ରାମବାସୀ ।

Conclusion:ବାଇଟ-୧-ଦାମୋଦର ସାହୁ, ବୁଦ୍ଧିଜୀବୀ
ବୌଦ୍ଧ ରୁ ସତ୍ୟ ନାରାୟଣ ପାଣି, ଈଟିଭି ଭାରତ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.