ETV Bharat / state

ସରିଲା ଦଣ୍ଡ ଯାତ୍ରା, ଜାତି ହୋଇ ଘରକୁ ବାହୁଡିଲେ ଦଣ୍ଡୁଆ - ବୌଦ୍ଧରେ ଦଣ୍ଡଯାତ୍ରା

ଶେଷ ହୋଇଛି ଦଣ୍ଡ ଯାତ୍ରା । ଦଣ୍ଡ ଯାତ୍ରାର ବିଭିନ୍ନ ନିଆରା ପରମ୍ପରା ମଧ୍ୟରୁ ଶେଷ ପର୍ଯ୍ୟାୟରେ ଅନୁଷ୍ଠିତ ଦଣ୍ଡୁଆଙ୍କ ଜାତି ହେବା ନୀତି ଏକ ନିଆରା ପରମ୍ପରା ଭାବେ ପରିଲକ୍ଷିତ ହୋଇଥାଏ । ଯାହା ବୌଦ୍ଧ ସମାଜର ଭାଇଚାରକୁ ସୂଚାଇ ଥାଏ । ଅଧିକ ପଢ଼ନ୍ତୁ

devotees returned home after end of danda yatra in boudh
ଶେଷ ହେଲା ଦଣ୍ଡ ଯାତ୍ରା, ଜାତି ହୋଇ ଘରବାହୁଡ଼ା ହେଲେ ଦଣ୍ଡୁଆ
author img

By

Published : Apr 16, 2022, 11:13 AM IST

ବୌଦ୍ଧ: ଶେଷ ହୋଇଛି ଦଣ୍ଡ ଯାତ୍ରା । ଦଣ୍ଡ ଯାତ୍ରାର ବିଭିନ୍ନ ନିଆରା ପରମ୍ପରା ମଧ୍ୟରୁ ଶେଷ ପର୍ଯ୍ୟାୟରେ ଅନୁଷ୍ଠିତ ଦଣ୍ଡୁଆଙ୍କ ଜାତି ହେବା ନୀତି ଏକ ନିଆରା ପରମ୍ପରା ଭାବେ ପରିଲକ୍ଷିତ ହୋଇଥାଏ । ଯାହା ବୌଦ୍ଧ ସମାଜର ଭାଇଚାରକୁ ସୂଚାଇ ଥାଏ ।

ଶେଷ ହେଲା ଦଣ୍ଡ ଯାତ୍ରା, ଜାତି ହୋଇ ଘରବାହୁଡ଼ା ହେଲେ ଦଣ୍ଡୁଆ

ଦଣ୍ଡ ଯାତ୍ରାର ଉନ୍ମେଷ ଭୂମିରେ ଦଣ୍ଡୁଆ ତଥା ମାନସିକ ଧାରୀଙ୍କ ବ୍ରତ ଶେଷ ହୋଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ଶୈବପୀଠରେ ଗୁରୁବାର ଦିନ ପବିତ୍ର ବିଷୁବ ସଂକ୍ରାନ୍ତି ଅବସରରେ ଦଣ୍ଡ ଯାତ୍ରା ଉଦଯାପିତ ହୋଇଥିଲା । ଯାହାକୁ ମେରୁ ଯାତ୍ରା କିମ୍ବା ଝାମୁ ଯାତ୍ରା ଭାବରେ ଦଣ୍ଡୁଆ ମାନେ ପାଳନ କରିଥାନ୍ତି । ଯାତ୍ରା ଉଦଯାପିତ ହୋଇଥିଲେ ମଧ୍ୟ ଦଣ୍ଡୁଆମାନେ ଘରକୁ ପ୍ରତ୍ୟାବର୍ତ୍ତନ କରିପାରି ନଥାନ୍ତି । ତେଣୁ ମେରୁ ବା ଝାମୁ ଯାତ୍ରାରେ ଦଣ୍ଡୁଆ ଓ ମାନସିକ ଧାରୀ ଜାତି ହେବାର ପରମ୍ପରା ରହିଛି ।

ଏହି ପରମ୍ପରାରେ ବିଶେଷ ଭାବରେ ଧୋବା ବାରିକ ସଂପ୍ରଦାୟର ବଡ ଭୂମିକା ରହିଥାଏ । ଭୋକ୍ତା, ପାଟ୍ଟ ଭୋକ୍ତା ଓ ସମସ୍ତ ଦଣ୍ଡୁଆ ମାନେ ପଣା ସଂକ୍ରାନ୍ତି ପରଦିନ ସ୍ବତନ୍ତ୍ର ଭାବରେ ଦଣ୍ଡ କାଳୀଙ୍କ ନିକଟରେ ପୂଜାର୍ଚ୍ଚନା କରି ଛେଦ ଅର୍ପଣ କରିଥାନ୍ତି । ବୌଦ୍ଧ ଜିଲ୍ଲାର ହଜାର ହଜାର ଦଣ୍ଡୁଆ ଗତକାଲି (ଶୁକ୍ରବାର) ଜାତି ହୋଇ ଘରକୁ ଫେରିଥାନ୍ତି।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.