ETV Bharat / state

ଭୟାବହ ମରୁଡି ଆଶଙ୍କା, ଝାଣ୍ଟିଝରଣ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ଦାବି - ବର୍ଷାର ଘୋର ଅଭାବ

ବୌଦ୍ଧ ଜିଲ୍ଲାରେ ବର୍ଷାର ଘୋର ଅଭାବ ଯୋଗୁଁ ଆଁ କରିଛି ଚାଷ ଜମି । ଫଳରେ ମରୁଡିକୁ ନେଇ ଚିନ୍ତାରେ ଚାଷୀ । ଅଧିକ ପଢନ୍ତୁ...

ଭୟାବହ ମରୁଡି ଆଶଙ୍କା, ଝାଣ୍ଟିଝରଣ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ଦାବି

author img

By

Published : Aug 27, 2021, 1:25 PM IST

ବୌଦ୍ଧ: ଜିଲ୍ଲାରେ ଉତ୍କଟ ରୂପ ନେଲାଣୀ ଜଳ ସମସ୍ୟା । ବର୍ଷାର ଘୋର ଅଭାବ ଯୋଗୁଁ ଚାଷ ଜମିକୁ ପାଣି ଯୋଗାଇ ପାରୁନି ଚାଷୀ । ଫଳରେ ଏବେ ଫାଟି ଆଁ କରିଛି ଚାଷ ଜମି । ଜିଲ୍ଲାର ଚାରିଗୋଟି ପଞ୍ଚାୟତର ଚାଷଜମିକୁ ଜଳଯୋଗାଣ ହେଉଥିବା ଚେକଡ୍ୟାମ ପ୍ରକଳ୍ପରେ ମଧ୍ୟ ଟୋପାଏ ପାଣି ନାହିଁ । ତେବେ ଆଗକୁ ମରୁଡିକୁ ନେଇ ଏବେ ଚିନ୍ତାରେ ଚାଷୀ ।

ଭୟାବହ ମରୁଡି ଆଶଙ୍କା, ଝାଣ୍ଟିଝରଣ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ଦାବି

ବୌଦ୍ଧ ଜିଲ୍ଲାର ବରଗୋଛା, ଶୁଣ୍ଢିପଦର, ଦପଲା ଓ ବିଳାସପୁର ଭଳି ପଞ୍ଚାୟତ ପାଇଁ ପାଲଝିର ନିକଟରେ ଥିବା ଝାଣ୍ଟିଝରଣ ଚେକଡ୍ୟାମ ଟି ସମ୍ପୂର୍ଣ୍ଣ ଅକାମୀ ହୋଇପଡିଛି । କ୍ଷୁଦ୍ର ଜଳସେଚନ ବିଭାଗର ଅପାରଗତା ଯୋଗୁଁ ଏହି ଝାଣ୍ଟିଝରଣ ପ୍ରକଳ୍ପ ଅଞ୍ଚଳର ଚାଷୀଙ୍କ କାର୍ଯ୍ୟରେ ଲାଗିପାରୁ ନାହିଁ । ଏହି ଝାଣ୍ଟିଝରଣ ପ୍ରକଳ୍ପର ପୁନରୁଦ୍ଧାର କିମ୍ବା ସେଠାରେ ନୂତନ ପ୍ରକଳ୍ପ ନିର୍ମାଣ ପାଇଁ ଦୀର୍ଘ ଦିନ ହେଲା ଅଞ୍ଚଳବାସୀ ଦାବି କରିଆସୁଛନ୍ତି । ହେଲେ ଏଥିରେ କୌଣସିବି ସୁଧାର ଆସିନାହିଁ ।

ସେପଟେ ଚଳିତ ବର୍ଷ ନିଅଣ୍ଟିଆ ବର୍ଷା ଯୋଗୁଁ ମରୁଡି ଆଶଙ୍କା ଦେଖାଦେଇଛି । ଅନେକ ଚାଷ ଜମି ଫାଟି ଆଁ କରିଥିବା ବେଳେ ଅନେକ ସ୍ଥାନରେ ଧାନ ପଲ୍ହା ସବୁ ନଷ୍ଟ ହୋଇଗଲାଣି । ଏଥିସହିତ ଏସବୁ ପଞ୍ଚାୟତର ଅନେକ ଗ୍ରାମକୁ ସଂଯୋଗକାରୀ ରାସ୍ତା ଅଞ୍ଚଳର ବିକାଶରେ ବାଧକ ହେବା ସହିତ ଶୁଣ୍ଢିପଦର ଠାରେ ଆର ଆଇ ଅଫିସ ପ୍ରତିଷ୍ଠା ପାଇଁ ଦାବି ହୋଇଆସୁଛି । ଏନେଇ ଅଞ୍ଚଳବାସୀଙ୍କ ପକ୍ଷରୁ ବୌଦ୍ଧ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରାଯାଇଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.