ETV Bharat / state

ବୌଦ୍ଧକୁ ସମ୍ପୂର୍ଣ୍ଣ ମରୁଡି ପ୍ରଭାବିତ ଜିଲ୍ଲା ଘୋଷଣା ଦାବି - drought in boudha district

ବୌଦ୍ଧ ଜିଲ୍ଲାରେ ଦେଖାଦେଇଛି ଉତ୍କଟ ମରୁଡି ପରିସ୍ଥିତି । ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ପ୍ରଭାବିତ ଜିଲ୍ଲା ଭାବେ ଘୋଷଣା କରିବାକୁ କିଷାନ କଂଗ୍ରେସର ଦାବି । ଅଧିକ ପଢନ୍ତୁ...

ବୌଦ୍ଧକୁ ସମ୍ପୂର୍ଣ୍ଣ ମରୁଡି ପ୍ରଭାବିତ ଜିଲ୍ଲା ଭାବେ ଘୋଷଣା ଦାବି

author img

By

Published : Aug 25, 2021, 8:56 PM IST

ବୌଦ୍ଧ: ସ୍ବଳ୍ପ ବୃଷ୍ଟିପାତ କାରଣରୁ ଜିଲ୍ଲାରେ ଦେଖାଦେଇଛି ଉତ୍କଟ ମରୁଡି ପରିସ୍ଥିତି । ଶ୍ରାବଣ ମାସ ଶେଷ ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ବର୍ଷା ସ୍ବାଭାବିକ ପରିମାଣର ବର୍ଷା ନ ହେବା ଫଳରେ ଚାଷ କାର୍ଯ୍ୟ ଆଗେଇ ପାରିନାହିଁ । ହରଭଙ୍ଗା, ବୌଦ୍ଧ ଓ କଣ୍ଟାମାଳ ବ୍ଲକର ବିଭିନ୍ନ ସ୍ଥାନରେ ଅନାବୃଷ୍ଟି ଯୋଗୁଁ ଉତ୍କଟ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଯାହାକୁ ନେଇ ଜିଲ୍ଲାକୁ ସମ୍ପୂର୍ଣ୍ଣ ମରୁଡି ପ୍ରଭାବିତ ଜିଲ୍ଲା ଭାବେ ଘୋଷଣା କରିବା ସହ ଚାଷୀଙ୍କୁ ମରୁଡିଜନିତ କ୍ଷତିପୂରଣ ଦେବା ପାଇଁ ଦାବି କରିଛି କିଷାନ କଂଗ୍ରେସ । ଆଜି ଏନେଇ ଜିଲ୍ଲାପାଳଙ୍କୁ ଦଳ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।

ବୌଦ୍ଧକୁ ସମ୍ପୂର୍ଣ୍ଣ ମରୁଡି ପ୍ରଭାବିତ ଜିଲ୍ଲା ଭାବେ ଘୋଷଣା ଦାବି

ଅନ୍ୟପଟେ ଜିଲ୍ଲାର ଚାଷୀଙ୍କ ସମସ୍ୟାକୁ ଆହୁରି ବଢାଇଛି ଜିଲ୍ଲାର ୨ପ୍ରମୁଖ ଜଳସେଚନ ପ୍ରକଳ୍ପ ବାଘ ଓ ସାଲୁଙ୍କୀ । ଉଭୟ ପ୍ରକଳ୍ପରେ ପାଣି ଅଭାବରୁ କେନାଲଗୁଡିକ ମଧ୍ୟ ଶୁଖିଲା ପଡିଛି । ସେପଟେ ଚାଷୀ ଅସହାୟ ହୋଇ ପଡିଥିବାବେଳେ ଜିଲ୍ଲା ଜଳସେଚନ ବିଭାଗ, କୃଷି ବିଭାଗ ଓ ସମବାୟ ବିଭାଗ କିନ୍ତୁ ସମ୍ପୂର୍ଣ୍ଣ ନୀରବ ଦ୍ରଷ୍ଟା ସାଜିଛନ୍ତି ।

ବୁଧବାର ଜିଲ୍ଲା କିଷାନ କଂଗ୍ରେସ ପକ୍ଷରୁ ଜିଲ୍ଲାର ପ୍ରଭାବିତ ଚାଷୀଙ୍କୁ ଇନପୁଟ ସବସିଡି ପ୍ରଦାନ ସହ ରବି ଜାତୀୟ ବିହନ ବିନା ମୂଲ୍ୟରେ ଯୋଗାଇ ଦିଆଯିବାକୁ ଦାବି କରାଯାଇଥିଲା । ଏନେଇ କିଷାନ କଂଗ୍ରେସର ରାଜ୍ୟ ସଭାପତିଙ୍କ ନେତୃତ୍ବରେ ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ସହିତ ଆଲୋଚନା କରିବା ସହିତ ଏକ ଦାବିପତ୍ର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛି ।

ବୌଦ୍ଧରୁ ସତ୍ୟ ନାରାୟଣ ପାଣି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.